ସମ୍ବଲପୁର: ବୁର୍ଲା VSSUT ହଷ୍ଟେଲରେ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ମାମଲାରେ ଭିସୁଟ କର୍ତ୍ତୃପକ୍ଷ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଗିଂ କରିଥିବା 10 ଜଣ ଛାତ୍ରଙ୍କୁ ଚିହ୍ନଟ କରି ବର୍ଷେ ପାଇଁ ପରୀକ୍ଷାରୁ ବାଦ ଦେଇଛନ୍ତି । ଏଥିସହିତ କଲେଜର 52 ଜଣ ଛାତ୍ରଙ୍କୁ 2 ହଜାର ଟଙ୍କା ଜୋରିମାନା ହୋଇଛି । ଭିଡିଓରେ ହଷ୍ଟେଲ ୱାର୍ଡେନ 10 ଜଣ ଛାତ୍ରଙ୍କୁ ଚିହ୍ନଟ କରିବା ପରେ ସେମାନେ ନିଜ ଦୋଷ ସ୍ବୀକାର କରିଛନ୍ତି ।
ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟରେ ଏକ ପ୍ରତିଷ୍ଠିତ ବିଦ୍ୟାଳୟ । ମାତ୍ର କଲେଜର ସ୍ବାଗତ ଉତ୍ସବରେ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ରାଗିଂ କରାଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିବା ପରେ କଲେଜ କର୍ତ୍ତୃପକ୍ଷ ଏଭଳି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ