ETV Bharat / state

Road Mishap: ଟ୍ରକ ଓ କାର ମୁହାଁମୁହିଁ ଧକ୍କା, ଦୁଇ ମୃତ - ଦୁର୍ଘଟଣାରେ ଦୁଇ ମୃତ

ଭୀମଖୋଜ ନିକଟରେ ଟ୍ରକ-କାର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଟ୍ରକ ଓ କାର ମୁହାଁମୁହିଁ ଧକ୍କା, ଦୁଇ ମୃତ
ଟ୍ରକ ଓ କାର ମୁହାଁମୁହିଁ ଧକ୍କା, ଦୁଇ ମୃତ
author img

By

Published : Apr 19, 2022, 7:45 PM IST

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଜୁମୁରା ଭୀମଖୋଜ ନିକଟରେ ଟ୍ରକ-କାର ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଖବରପାଇ ଯୁଜୁମୁରା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛି । ଏହାସହ ମୃତକଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

ସୂଚନା ଅନୁସାରେ କାରଟି ବୁର୍ଲାରୁ ଅନୁଗୁଳ ପଟକୁ ଯାଉଥିବେଳେ ଟ୍ରକଟି ଅପରପକ୍ଷରୁ ଆସୁଥିଲା । ମୃତକମାନେ ହେଲେ ବୁର୍ଲା ଶ୍ରୀୟା ସର୍ଜିକାଲ ଷ୍ଟୋର ମାଲିକ ସୁଶାନ୍ତ ସୁଆର ଓରଫ ବାବୁ, ଓଏଚପିସିର କର୍ମଚାରୀ ବିଚିତ୍ରା ସାହୁ । ଏହାସହ ଆହତ ଜଣକ ହେଉଛନ୍ତି ଉତ୍ସବ ପ୍ରଧାନ । ଉତ୍ସବଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଇଛନ୍ତି । ଏମାନେ କାର ଯୋଗେ ବୁର୍ଲାରୁ ଅନୁଗୁଳ ପଟକୁ ଯାଉଥିବା ବେଳେ ଏକ ଟ୍ରକ ସାଙ୍ଗରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.