ETV Bharat / state

ହୀରାକୁଦରେ ଆଉ 2 ଗେଟ ବନ୍ଦ - ହୀରାକୁଦରେ ଆଉ 2 ଗେଟ ବନ୍ଦ,

ଗୁରୁବାର ସକାଳ 6ଟା ପର୍ଯ୍ୟନ୍ତ 19ଟି ଗେଟ ଖୋଲା ଥିବା ବେଳେ ହୀରାକୁଦ ଡ୍ୟାମର ଉପର ମୁଣ୍ଡରୁ ଇନ-ଫ୍ଲୋ କମିଥିବାରୁ ସକାଳେ 3ଟି ଓ ସନ୍ଧ୍ୟାରେ 2ଟି ଗେଟକୁ ପର୍ଯ୍ୟାୟ କ୍ରମରେ ବନ୍ଦ କରାଯାଇଛି।

ହୀରାକୁଦରେ ଆଉ 2 ଗେଟ ବନ୍ଦ, ବର୍ତ୍ତମାନ 14 ଗେଟ ଦେଇ ନିଷ୍କାସନ ହେଉଛି ଜଳ

author img

By

Published : Sep 4, 2020, 6:16 AM IST

ସମ୍ବଲପୁର: ଗୁରୁବାର ସନ୍ଧ୍ୟାରେ ହୀରାକୁଦ ଡ୍ୟାମର ଆହୁରି 2ଟି ଗେଟକୁ ବନ୍ଦ କରାଯାଇଛି । ବର୍ତ୍ତମାନ 14ଟି ଗେଟ ଯୋଗେ ଜଳ ନିଷ୍କାସନ ଜାରି ରହିଛି । ଗୁରୁବାର ସକାଳ 6ଟା ପର୍ଯ୍ୟନ୍ତ 19ଟି ଗେଟ ଖୋଲା ଥିବା ବେଳେ ହୀରାକୁଦ ଡ୍ୟାମର ଉପର ମୁଣ୍ଡରୁ ଇନ-ଫ୍ଲୋ କମିଥିବାରୁ ସକାଳେ 3ଟି ଓ ସନ୍ଧ୍ୟା ରେ 2ଟି ଗେଟକୁ ପର୍ଯ୍ୟାୟ କ୍ରମରେ ବନ୍ଦ କରାଯାଇଛି।

ହୀରାକୁଦରେ ଆଉ 2 ଗେଟ ବନ୍ଦ, ବର୍ତ୍ତମାନ 14 ଗେଟ ଦେଇ ନିଷ୍କାସନ ହେଉଛି ଜଳ

ବର୍ତ୍ତମାନ ମୋଟ 14ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହାର ଜଳ ସ୍ଥର 624.21 ଫୁଟ ରହିଛି । ବର୍ତ୍ତମାନ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ହୀରାକୁଦ ଡ୍ୟାମକୁ 2,42,398 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ 14ଟି ଗେଟ ଜରିଆରେ 2,42,398 କ୍ୟୁସେକ ଜଳ ନିଷ୍କାସନ ହେଉଛି। ଆଗକୁ ଆହୁରି ଗେଟବନ୍ଦ ହେବାର ସମ୍ଭାବନା ରହିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.