ETV Bharat / state

ଅନ୍ୟଜମିକୁ ନିଜ ନାଁରେ ଦର୍ଶାଇ ଠକିଥିଲେ ଲକ୍ଷାଧିକ ଟଙ୍କା, 2 ଜମି ଦଲାଲ ଗିରଫ

author img

By ETV Bharat Odisha Team

Published : Aug 24, 2023, 11:20 AM IST

ସମ୍ବଲପୁରରୁ ଦୁଇ ନକଲି ଜମି ମାଲିକ ଗିରଫ । ଅନ୍ୟ ଜମିକୁ ନିଜ ନାଁରେ ଦର୍ଶାଇ ଠକିଥିଲେ ଲକ୍ଷାଧିକ ଟଙ୍କା। ଅଧିକ ପଢନ୍ତୁ

land brokers arrested by sambalpur police

ସମ୍ବଲପୁର: ଜିଲ୍ଲାରେ ମାତିଛନ୍ତି ଜମି ମାଫିଆ । ଅନ୍ୟର ଜମିକୁ ନିଜ ନାଁରେ ଦର୍ଶାଇ ବିକ୍ରି କରିବା ଆଳରେ ଠକିଥିଲେ ଲକ୍ଷ ଲକ୍ଷ ଟଙ୍କା। ଜମି ବିକ୍ରି ଠକେଇ ଅଭିଯୋଗରେ 2 ଜମି ଦାଲାଲକୁ ଗିରଫ କରିଛି ସମ୍ବଲପୁର ପୋଲିସ । ଗିରଫ ଦୁଇ ଦଲାଲ ହେଉଛନ୍ତି ବୁର୍ଲା ଥାନା ଅନ୍ତର୍ଗତ ମାଝୀପାଳି ଗ୍ରାମର ଚନ୍ଦ୍ରଶେଖର ବିଶ୍ୱାଳ ଓ କ୍ଷେତରାଜପୁର ଥାନା ଅନ୍ତର୍ଗତ ନୂଆପଡାର ଟେଗୁନ ହରିପାଳ । ନକଲି କାଗଜପତ୍ର ଦେଖାଇ ନିଜକୁ ଜମି ମାଲିକ କହି ଜମି ବିକ୍ରି କରିଥିଲେ ଦୁଇ ଦଲାଲ । ଗିରଫ ପରେ ଉଭୟଙ୍କ ଠାରୁ ଲ୍ୟାଣ୍ଡ ସେଲିଙ୍ଗ ଏଗ୍ରିମେଣ୍ଟ, ବୁର୍ଲା ସହରର ନକ୍ସା, ଟ୍ରେସ ମ୍ୟାପ, ମୋବାଇଲ, ଆଇବଲ ଡେଷ୍ଟପ ଓ ନଗଦ 6 ଲକ୍ଷ 40 ହଜାର ଟଙ୍କା ଜବତ କରିଛି ପୋଲିସ । ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ସମ୍ବଲପୁର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଚନ୍ଦ୍ରଶେଖର ବିଶ୍ୱାଳ ଓ ଟେଗୁନ ହରିପାଳ ଅନୁଗୋଳ ଜିଲ୍ଲା ଖମାର ଅଞ୍ଚଳର ସୂର୍ଯ୍ୟକାନ୍ତ ନାହାକଙ୍କୁ ଜମି ବିକ୍ରି କରିବାକୁ କହି ଠକେଇ କରିଥିଲେ । ବୁର୍ଲା ଅଞ୍ଚଳରେ 1ଏକର 656 ଡ଼ିସିମିଲ ଜମିକୁ 2 କୋଟି 18 ଲକ୍ଷ 69 ହଜାର 200 ଟଙ୍କାରେ ଯୋଗେଇ ଦେବେ ବୋଲି ଏଗ୍ରିମେଣ୍ଟ କରିଥିଲେ । ଫେବୃଆରୀ 24 ତାରିଖରେ ଦୁଇ ଅଭିଯୁକ୍ତ ଏହି ଏଗ୍ରିମେଣ୍ଟ କରି ଅଭିଯୋଗ କାରୀ ଗ୍ରାହକଙ୍କ ଠାରୁ ନଗଦ 2 ଲକ୍ଷ ଓ ମୋଟ 28 ଲକ୍ଷ ଟଙ୍କା ରାଶିର 4ଟି ଚେକ ନେଇଥିଲେ l

ଏହା ମଧ୍ୟ ପଢନ୍ତୁ-ଜମି ଦଲାଲ ପ୍ରଶାନ୍ତ ଗିରଫ, ଜମି ଦେବା ବାହାନାରେ ଲୁଟୁଥିଲା ଟଙ୍କା

ଏହାପରେ ଅଭିଯୋଗକାରୀ ସୂର୍ଯ୍ୟକାନ୍ତ ନାହାକ ଜମିରେ ଯେତେ ବେଳେ କାମ ଆରମ୍ଭ କରିଥିଲେ ସେହି ଜମିର ଅସଲି ମାଲିକ ପୁରନ୍ଦର ରଣା, ନର ରଣା, ହିରଣ୍ୟ ରଣା ଓ ହରିହର ରଣା ତାଙ୍କୁ ବିରୋଧ କରିଥିଲେ । ଏହାପରେ ସୂର୍ଯ୍ୟକାନ୍ତ ତହସିଲ ଅଫିସକୁ ଯାଇ ଜମି ବାବଦରେ ପଚାର ଉଚରା କରିଥିଲେ । ପରେ ଜାଣିବାକୁ ପାଇଥିଲେ ଯେ ସେ ଠକେଇର ଶିକାର ହୋଇଛନ୍ତି । ଏତିକି ବେଳକୁ ସେ ଦେଇଥିବା 28 ଲକ୍ଷ ଚେକରୁ 7 ଲକ୍ଷ ଟଙ୍କା ଠକ ମାନେ ଉଠେଇ ସାରିଥିଲେ l ଏହାପରେ ସେ ସଙ୍ଗେ ସଙ୍ଗେ ବୁର୍ଲା ଥାନାର ଦ୍ୱାରସ୍ଥ ହୋଇ ଠକେଇର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରି ଏହି ଦୁଇ ଜଣ ଠକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.