ETV Bharat / state

ପେଟ୍ରୋଲ ପମ୍ପରୁ ଦାଦାବଟି ମଗିବା ଓ ନିଆଁ ଲଗାଇବା ଉଦ୍ୟମ, 2 ଗିରଫ

author img

By

Published : Dec 28, 2020, 11:10 PM IST

ସମ୍ବଲପୁର ପେଟ୍ରୋଲ ପମ୍ପ ଦାଦାବଟି ମାଗିବା ଓ ନିଆଁ ଲଗାଇବା ଉଦ୍ୟମ ଘଟଣା ୨ଗିରଫ । ଏହି ଘଟଣା ପରେ ସମ୍ବଲପୁର ଏସପ ଅପରାଧୀଙ୍କୁ ଶେଷ ଚେତାବନୀ ଦେଇଛନ୍ତି ଏବଂ ଅପରାଧିକ କାର୍ଯ୍ୟକଳାପ କରୁଥିବା ଅପରାଧିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

two arrested for extortation in petrolpupm
ପେଟ୍ରୋଲ ପମ୍ପରୁ ଦାଦା ବଟି ମଗିବା ଓ ନିଆଁ ଲଗାଇବା ଉଦ୍ୟମ,2 ଗିରଫ

ସମ୍ବଲପୁର: ମୁଦିପଡା ପେଟ୍ରୋଲ ପମ୍ପ ଦାଦାବଟି ମାଗିବା ଓ ନିଆଁ ଲଗାଇବା ଉଦ୍ୟମ ଘଟଣା ୨ଗିରଫ । ଅପରାଧିକ କାର୍ଯ୍ୟକଳାପ କରୁଥିବା ଅପରାଧିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମ୍ବଲପୁର ଏସପି ଚେତାବନୀ ଦେଇଛନ୍ତି ।

ସମ୍ବଲପୁର ଏସପି ବାତୁଳା ଗଙ୍ଗାଧର ପ୍ରେସମିଟରେ କହିଛନ୍ତି ଯେ ଦାଦାବଟି ମାଗିବା ,ଲୋକଙ୍କୁ ଧମକ ଚମକ ଦେବା ,ବେଆଇନ ନିଶା କାରବାର କରିବା ସହ ଅନ୍ୟ ଅପରାଧିକ କାର୍ଯ୍ୟକଳାପ କରୁଥିବା ଅପରାଧିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶେଷ ଚେତାବନୀ ଦେଇଛନ୍ତି । ବର୍ତ୍ତମାନ ପୋଲିସ ବିଭାଗ ସମ୍ବଲପୁର ସହର ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପେଷାଦାର ଅପରାଧି ମାନଙ୍କର କ୍ରିମିନାଳ ବେକଗ୍ରାଉଣ୍ଡ ନେଇ ଡାଟାବେସ ସଂଗ୍ରହ କରୁଛି ବୋଲି କହିଛନ୍ତି । ଏହା ସହ ଆଗକୁ ଏହିଭଳି ଅପରାଧିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏଥିପାଇଁ ଅପରାଧି ମାନେ ସୁଧୁରି ଯାଆନ୍ତୁ ବୋଳି ଏସପି କହିଛନ୍ତି ।

ଆଜି ପେଟ୍ରୋଲ ପମ୍ପରେ ଦାଦା ବଟି ମାଗିବା ଓ ନିଆଁ ଲଗାଇବାକୁ ଉଦ୍ୟମ କରିବା ଘଟଣାରେ ସମ୍ବଲପୁର ପୋଲିସ ୨ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଠୋଲକୋପଡାର ରାଜୁ ସେନ୍ଦରିଆ ଓ ରୋନିତ ବେହେରା। ଗିରଫ ଅଭିଯୁକ୍ତ ରୋନିତ ବେହେରାଙ୍କ ନାରେ ପୂର୍ବରୁ ୫ ଟି ମାମଲା ଥିବା ବେଳେ ରାଜୁ ସେନ୍ଦରିଆଙ୍କ ନାରେ ୨ ଟି କେସ ରହିଥିବା ଏସପି ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.