ETV Bharat / state

ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ବଜରଙ୍ଗ ଦଳ - ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

ବଜରଙ୍ଗ ଦଳ ସମ୍ବଲପୁର ପକ୍ଷରୁ ସମ୍ବଲପୁର କଚେରୀ ଛକ ସ୍ଥିତ ଶହୀଦ ସ୍ତମ୍ଭରେ ପୁଲଓ୍ବାମା ହିରୋଙ୍କୁ ଶ୍ରଦ୍ଧାଞ୍ଜଳୀ । ଅଧିକ ପଢନ୍ତୁ...

ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ
ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ
author img

By

Published : Feb 14, 2021, 9:23 PM IST

ସମ୍ବଲପୁର: ବଜରଙ୍ଗ ଦଳ ସମ୍ବଲପୁର ପକ୍ଷରୁ ସମ୍ବଲପୁର କଚେରୀ ଛକ ସ୍ଥିତ ଶହୀଦ ସ୍ତମ୍ଭରେ ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ୪୦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏଥିସହ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ରିଙ୍କୁ ଶର୍ମାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

କଚେରୀ ଛକ ଠାରେ ବଜରଙ୍ଗ ଦଳର ପ୍ରାନ୍ତିୟ ସଂଯୋଜକ ସୁଧିର ରଞ୍ଚନ ବହିଦାରଙ୍କ ନୈତୄତ୍ବରେ ବହୁ ବଜରଙ୍ଗ ଦଳ କାର୍ଯ୍ୟକର୍ତାଙ୍କ ସମେତ ସହରର ବିଭିନ୍ନ ସଂଗଠନର ସଭ୍ୟ ମାନେ ଏକତ୍ରିତ ହୋଇ ଦେଶରକ୍ଷା ପ୍ରାଣବଳି ଦେଇଥିବା ବୀର ଜବାନଙ୍କ ସୄତିଚାରଣ କରି ଶହୀଦ ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ । ଏହାସହିତ ବଜରଙ୍ଗ ଦଳ କାର୍ଯ୍ୟକର୍ତା ରିଙ୍କୁ ଶର୍ମାଙ୍କ ହତ୍ୟାକାଣ୍ଡର ତ୍ବରିତ ନ୍ୟାୟ ପାଇଁ ରାଷ୍ଟପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

ସେହିପରି ସମର୍ଥ ସମ୍ବଲପୁର ଅନୁଷ୍ଠାନ ପକ୍ଷରୁ ପୁଲଓ୍ବାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସହରରେ ଏକ ବାଇକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ବାଇକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ କଚେରୀ ଛକଠାରେ ସଂଗଠନର ସବୁ ସଭ୍ୟ ମାଲ୍ୟାର୍ପଣ କରିବା ସହ ଦ୍ବୀପ ପ୍ରଜ୍ଜଳନ କରି ଶହୀଦଙ୍କ ବଳିଦାନର ସୄତିଚାରଣ କରିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.