ETV Bharat / state

ଜାଲିଆତି କରି ନେଇଗଲେ ଜମି, ଆତ୍ମହତ୍ୟା ଧମକ ଦେଲେ ପୀଡିତ ପରିବାର

author img

By

Published : Nov 20, 2022, 4:33 PM IST

ଜାଲିଆତି କରି ଆଦିବାସୀଙ୍କ ଜମି ବିକ୍ରି କରିଦେଲେ ଜମିଦାଲାଲ । ଉପ ଜିଲ୍ଲାପାଳଙ୍କ ଅଫମିସ ସମ୍ମୁଖରେ ଆତ୍ମହତ୍ୟା ଧମକ ଦେଲେ ଜମି ହରାଇଥିବା ପରିବାର । ଅଧିକ ପଢନ୍ତୁ

ଜାଲିଆତି କରି ନେଇଗଲେ ଜମି
ଜାଲିଆତି କରି ନେଇଗଲେ ଜମି

ସମ୍ବଲପୁର: ଚଞ୍ଚକତା କରି ଆଦିବାସୀଙ୍କ ଜମି ବିକ୍ରି କରିଦେଲେ ଜମି ଦଲାଲ । ଅଜାଣତର ଜମି ବିକ୍ରି ହୋଇଥିବାବେଳେ, ବିଗତ ଦଶ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ରହିଛି ଆଦିବାସୀ ପରିବାର । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାଳୟକୁ ଦୌଡି ଦୌଡ଼ି ନୟାନ୍ତ ହେବା ପରେ ଏବେ ନେଇଛନ୍ତି ଆତ୍ମହତ୍ୟା ନିଷ୍ପତ୍ତି । ସମ୍ବଲପୁର ମାନେଶ୍ଵର ବ୍ଲକ ପଥରଗଡା ଗ୍ରାମର ବୁଧୁ ମୁଣ୍ଡାଙ୍କ ଜମି ଜାଲିକରି ଅନ୍ୟ ନାମରେ କରାଇବା ପରେ ପୁରା ପରିବାର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମୁହିକ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।

ଜାଲିଆତି କରି ନେଇଗଲେ ଜମି, ଆତ୍ମହତ୍ୟା ଧମକ ଦେଲେ ପୀଡିତ ପରିବାର

ପଥରଗଡା ଗ୍ରାମରେ ବୁଧୁ ମୁଣ୍ଡା ଓ ତାଙ୍କର ପତ୍ନୀ ସାନିଆର ମୁଣ୍ଡା । ଉଭୟଙ୍କ ନାଁରେ ତିନୋଟି ଜମିପଟା ଥିବା ବେଳେ ଏହି ସବୁ ଜମିକୁ ତାଙ୍କ ଅଜାଣତରେ ଜମି ଦଲାଲମାନେ ରାଜସ୍ବ ବିଭାଗର କେତେକ ଦୁର୍ନୀତି ଗ୍ରସ୍ତ ଅସାଧୁ କର୍ମଚାରୀ ସହାୟତାରେ ଚଞ୍ଚକତା କରି ବିକ୍ରି କରିଦେଇଛନ୍ତି । ମୋଟ 8 ଏକର 64 ଡେସିମିଲ ଜମିକୁ ଜମିଦଲାଲମାନେ ଲଳିତ ମୋହନ କାଲୋ ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ପରବର୍ତ୍ତୀ ସମୟରେ ସେହି ସବୁ ଜମି ଅନ୍ୟ ୩ ଜଣ ବ୍ୟକ୍ତିଙ୍କୁ ବିକ୍ରି ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ପୌରାଞ୍ଚଳରେ ଗଠନ ହେବ ୱାର୍ଡ କମିଟି: ବଜେଟ ପ୍ରସ୍ତୁତି ଓ ବିପର୍ଯ୍ୟୟ ମୁକାବିଲା ପାଇଁ ନେବ ପଦକ୍ଷେପ

2010ରୁ ଜମି ବିକ୍ରି ହୋଇଯାଇଥିବାବେଳେ, ଏହି ଆଦିବାସୀ ପାରିବାର ସେହି ଦିନ ଠାରୁ ଆଇନଗତ ଲଢେ଼ଇ ଲଡ଼ି ଆସୁଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ । ଫଳରେ ନ୍ୟାୟ ଅପେକ୍ଷାରେ ଅତିଷ୍ଟ ହେବାରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଭାବରେ ଅଭିଯୋଗ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ସାମୁହିକ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।

ଏନେଇ ଅଭିଯୋଗକାରୀ ଶନିଶ୍ଚର ମୁଣ୍ଡା କହିଛନ୍ତି ଯେ, ''ଆମ ଜମିକୁ ଜାଲିଆତି କରି ନେଇଯାଇଛନ୍ତି, ଆଉ ଜଣଙ୍କ ନାଁରେ ଜମି ରହିଛି । କେବେ ଆମ ଜମିକୁ ଜାଲିଆତି କରି ଅନ୍ୟ ଜଣଙ୍କ ନାଁରେ କରିଛନ୍ତି ତାହା ମଧ୍ୟ ଆମକୁ ଜଣାନାହିଁ । ତେଣୁ ଆମେ ଚାହୁଁଛୁ ଆମ ଜମି ଆମକୁ ମିଳିଯାଉ । ଯଦି ଆମକୁ ନ୍ୟାୟ ନମିଳିବ ମୋ ପରିବାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆତ୍ମହତ୍ୟା କରିବେ ।''

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.