ସମ୍ବଲପୁର: ଗୁରୁବାର ହେଉଛି ପବିତ୍ର ମହାଳୟା ତିଥି। ଏହି ତିଥିରେ ମା' ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ତେବେ ଏଥର କୋରୋନା କଟକଣା ଯୋଗୁ ମା'ଙ୍କ ଏହି ବେଶକୁ ଭକ୍ତମାନେ ପ୍ରତ୍ୟକ୍ଷ ଭାବେ ଦର୍ଶନ କରିବାରୁ ବଞ୍ଚିତ ହେବେ। ଏଭଳି ପରିସ୍ଥିତିରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଫିସିଆଲ ଫେସବୁକ ପେଜରେ ଭକ୍ତମାନେ ମାଙ୍କ ଦର୍ଶନ କରିପାରିବେ ।
ବର୍ଷ ତମାମ ମା ସିନ୍ଦୂର ରଙ୍ଗରେ ଦର୍ଶନ ଦେଉଥିବାବେଳେ କେବଳ ମହାଳୟା ତିଥିରେ ଧବଳମୁଖୀ ବେଶ ବା ଶୁଭ୍ର ରଙ୍ଗରେ ଦର୍ଶନ ଦିଅନ୍ତି। ମା'ଙ୍କୁ ଏହି ବେଶରେ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।