ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଡ୍ୟାମ୍ର ୩ଟି ଗେଟ୍ । ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବର୍ତ୍ତମାନ ୭ଟି ଗେଟ୍ ଜରିଆରେ ଜଳ ନିଷ୍କାସନ ହେଉଥିବା ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ । ସୂଚନା ଅନୁସାରେ ଗତ ୧୮ତାରିଖରେ ହୀରାକୁଦ ଡ୍ୟାମ୍ର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଥିଲା ।
ଏହି କ୍ରମରେ ୧୮ତାରିଖରେ ୫ଟି ଗେଟ୍ ଖୋଲାଯାଇଥିବାବେଳେ, ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମରେ ଆହୁରି ୫ଟି ଗେଟ୍ ଖୋଲାଯାଇଥିଲା । ଏଭଳି ଭାବରେ ୧୦ଟି ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଆଜି ସନ୍ଧ୍ୟାରେ ୩ଟି ଗେଟ୍କୁ ବନ୍ଦ କରାଯାଇଛି । ବର୍ତ୍ତମାନ ୭ଟି ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଛି ।
ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ, ଏବେ ଏହାର ଜଳସ୍ତର ୬୧୦.୨୩ ଫୁଟ ରହିଛି । ଏହି ଅନୁସାରେ ହୀରାକୁଦ ଡ୍ୟାମର ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ୯୧,୫୯୩ କ୍ୟୁସେକ ଜଳ ପ୍ରବେଶ କରୁଛି ।
ଇଟିଭି ଭାରତ, ସମ୍ବଲପୁର