ETV Bharat / state

ୱେସ୍କୋକୁ ଟାଟା ହାତକୁ ବିକ୍ରି ପ୍ରସଙ୍ଗ, ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ବିରୋଧ - sale of Wesco to Tata

ୱେସ୍କୋକୁ ଟାଟା ହାତକୁ ବିକ୍ରି ପ୍ରସଙ୍ଗ ନେଇ ନିଜର ଅସନ୍ତୋଷ ଜାହିର କରିଛି ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ । ସରକାର ନ ଓହରିଲେ ଆନ୍ଦୋଳନ ଡାକରା। ଅଧିକ ପଢନ୍ତୁ...

ୱେସ୍କୋକୁ ଟାଟା ହାତକୁ ବିକ୍ରି ପ୍ରସଙ୍ଗ, ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ବିରୋଧ

author img

By

Published : Dec 9, 2020, 6:53 PM IST

ସମ୍ବଲପୁର: ବିଦ୍ୟୁତ ବିତରଣକାରୀ ସଂସ୍ଥା ୱେସ୍କୋକୁ ଟାଟା ହାତକୁ ବିକ୍ରି ପ୍ରସଙ୍ଗ ନେଇ ନିଜର ଅସନ୍ତୋଷ ଜାହିର କରିଛି ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ । ଆଜି(ବୁଧବାର) ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ବିରୋଧ କରାଯିବା ସହ ଆଗକୁ ରାଜ୍ୟ ସରକାର ଏମିତି ପଦକ୍ଷେପରୁ ନ ଓହରିଲେ ଆସନ୍ତା 16 ତାରିଖରୁ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

ୱେସ୍କୋକୁ ଟାଟା ହାତକୁ ବିକ୍ରି ପ୍ରସଙ୍ଗ, ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ବିରୋଧ

ୱେସ୍କୋକୁ ଟାଟାକୁ ବିକ୍ରି କରିବା ଏକ ଭୁଲ ନିଷ୍ପତ୍ତି ଅଟେ। ଏହାକୁ ବିକ୍ରି କରିବାରେ ଓଇଆରସି ଏକତରଫା ଭାବେ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଦୀର୍ଘ ଦିନରୁ କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀ ମାନେ କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଇଛି। ଏହା ସହ କର୍ମଚାରୀଙ୍କ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ବାବଦରେ ଚର୍ଚ୍ଚା ଓ ଆଲୋଚନା ନକରି ଏମିତି ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ଏହାର ଜୋରଦାର ବିରୋଧ କରାଯିବ ବୋଲି କୁହାଯାଇଛି।

ଯଦି ସରକାର ନିଜର ନିଷ୍ପତ୍ତିରୁ ନ ଓହରିଲେ ତେବେ ଆସନ୍ତା 16 ତାରିଖରୁ ଆନ୍ଦୋଳନ ହେବ ବୋଲି ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟର ଏକତା ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.