ETV Bharat / state

ଫିକା ପଡିଲା ସମ୍ବଲପୁରର ପ୍ରସିଦ୍ଧ ହନୁମାନ ଜୟନ୍ତୀ

author img

By

Published : Apr 13, 2020, 10:57 PM IST

ଫିକା ପଡିଲା ସମ୍ବଲପୁରର ପ୍ରସିଦ୍ଧ ହନୁମାନ ଜୟନ୍ତୀ । ମନ୍ଦିରର ମୁଖ୍ୟ ଗେଟରେ ତାଲା ପକାଇ ଭିତରେ କରାଗଲା ପୂଜାର୍ଚ୍ଚନା । ଅଧିକ ପଢନ୍ତୁ....

The famous Hanuman Jayanti of Sambalpur faded,due to corona
ଫିକା ପଡିଲା ସମ୍ବଲପୁରର ପ୍ରସିଦ୍ଧ ହନୁମାନ ଜୟନ୍ତୀ

ସମ୍ବଲପୁର: ଫିକା ପଡିଲା ସମ୍ବଲପୁରର ପ୍ରସିଦ୍ଧ ହନୁମାନ ଜୟନ୍ତୀ । ପ୍ରତ୍ୟେକ ବର୍ଷ ସମ୍ବଲପୁରରେ ହନୁମାନ ଜୟନ୍ତୀ ମହା ଆଡମ୍ବରରେ ପାଳିତ ହୋଇଥାଏ । ସମ୍ବଲପୁରର ହନୁମାନ ଜୟନ୍ତୀ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଶୀତଳଷଷ୍ଠୀ ପରି ଗୁରୁତ୍ବ ବହନ କରିଥାଏ । ବିଭିନ୍ନ ପଡାରୁ ଆଖଡା ଶୋଭାଯାତ୍ରା ବାହାରି ଥାଏ । ଆଖଡା ଶୋଭାଯାତ୍ରାରେ ଯୁବକ ମାନେ ଅସ୍ତ୍ରଶସ୍ତ୍ର ଚାଳନାର ଆଖଡା ଖେଳ ପ୍ରଦର୍ଶନ କରିଥାନ୍ତି । ସକାଳୁ ରାତି ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ । ଯୁବକମାନେ ଅସ୍ତ୍ର ପ୍ରଦର୍ଶନ କରୁଥିବାରୁ ଚାରିଆଡେ ପୋଲିସ ଛାଉଣୀ ମଧ୍ୟ କରାଯାଇଥାଏ ।

ପ୍ରଶାସନର ବାରଣ ସତ୍ତ୍ବେ ବର୍ତ୍ତମାନର ବିଧାୟକ ଜୟ ନାରାୟଣ ମିଶ୍ର 2 ବର୍ଷ ତଳେ ଖଣ୍ଡା ବୁଲାଇ ଗିରଫ ମଧ୍ୟ ହୋଇଥିଲେ । ସେଥିପାଇଁ ସମ୍ବଲପୁର ହନୁମାନ ଜୟନ୍ତୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଆସୁଛି । ହେଲେ ଚଳିତ ବର୍ଷ କୋରୋନା ମହାମାରୀ ବିଗାଡି ଦେଇଛି ସବୁକିଛି । କେବଳ ପୂଜକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଥିଲେ ମଧ୍ୟ ହନୁମାନ ମନ୍ଦିରରେ ଭକ୍ତଙ୍କ ଦେଖା ନ ଥିଲା । ମନ୍ଦିରର ମୁଖ୍ୟ ଦ୍ବାରରେ ତାଲା ପକାଇ ଭିତରେ ପୂଜାର୍ଚ୍ଚନା କରାଯାଇଛି । ଏନେଇ ମନ୍ଦିର ପୂଜକଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ସମ୍ବଲପୁରରୁ ବାଦଶାହ ଜୁସ୍ନମ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.