ETV Bharat / state

32 ଟି କୋଚକୁ କରାଗଲା କୋଭିଡ19 ଆଇସୋଲେସନ ୱାର୍ଡ

author img

By

Published : Apr 12, 2020, 1:53 AM IST

କୋରୋନା ମୁକାବିଲା ପାଇଁ ସମ୍ବଲପୁର ରେଳ ବିଭାଗର ଆଗୁଆ ପ୍ରସ୍ତୁତି । କ୍ଷେତରାଜପୁର ଷ୍ଟେସନରେ 32 ଟି କୋଚକୁ କରାଗଲା କୋଭିଡ19 ଆଇସୋଲେସନ ୱାର୍ଡ । ଅଧିକ ପଢନ୍ତୁ...

The coaches were made up of 32 coaches with 19 isolation wards
32 ଟି କୋଚକୁ କରାଗଲା କୋଭିଡ19 ଆଇସୋଲେସନ ୱାର୍ଡ

ସମ୍ବଲପୁର: କୋରୋନା ମୁକାବିଲା ପାଇଁ ସମ୍ବଲପୁର ରେଳ ବିଭାଗର ପ୍ରସ୍ତୁତି ଜୋରଦାର । କ୍ଷେତରାଜପୁର ଷ୍ଟେସନରେ ରେଳବାଇ ପକ୍ଷରୁ 32 ଟି କୋଚକୁ କୋଭିଡ 19 ଆଇସୋଲେସନ ୱାର୍ଡ ଭାବେ ଗଠନ କରାଯାଇଛି । ଗୋଟିଏ କୋଚରେ 9 ଜଣ ଆଇସୋଲେସନରେ ରହି ପାରିବେ । ଆଗକୁ କୋରୋନା ସଂକ୍ରମଣର ସମ୍ଭାବନାକୁ ନଜରରେ ରଖି ରେଳବାଇ ତରଫରୁ ଏମିତି ପଦକ୍ଷେପ ଗ୍ରହଣ କରାଯାଇଛି । ଗତ ମାର୍ଚ୍ଚ 31 ତାରିଖରୁ ରେଳ କର୍ମଚାରୀ ମାନେ ଅଳ୍ପ ସମୟ ମଧ୍ୟରେ 32 ଟି କୋଚ୍କୁ କୋଭିଡ 19 ଆଇସୋଲେସନ ୱାର୍ଡ ଭାବେ ତିଆରି କରିପାରିଛନ୍ତି ।

ପ୍ରତ୍ୟେକ ସ୍ଲିପର କୋଚର ମିଡ଼ିଲ ବର୍ଥ ଅଲଗା କରାଯାଇ ରୋଗୀଙ୍କ ସୁବିଧା ଅନୁରୂପ ବେଡ଼ ତିଆରି କରାଯାଇଛି । ଆକ୍ରାନ୍ତଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ବର୍ଥର ପ୍ରତ୍ୟେକ କ୍ୟାବିନରେ 3 ଟି ଲେଖାଏଁ ଡ଼ଷ୍ଟବିନ ରଖାଯାଇଛି । ଏହାସହ ପ୍ରତ୍ୟେକ ବର୍ଥରେ ଗୋଟିଏ ସ୍ବତନ୍ତ୍ର କ୍ୟାବିନ ରହିବ । ଯେଉଁଥିରେ ପାରା ମେଡ଼ିକାଲ କର୍ମଚାରୀ ରହିବେ । ଆଉ ଏହି ଆଇସୋଲେସନ କ୍ୟାବିନରେ 2 ଟି ଲେଖାଏଁ ଅକସିଜେନ ସିଲିଣ୍ଡର ରହିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.