ସମ୍ବଲପୁର : ସମ୍ବଲପୁରରେ ବିଜେପିର ଆନ୍ଦୋଳନ। ଆଜି ପୁଣି କୃଷକଙ୍କ ସମସ୍ୟା ନେଇ ବିଜେପି ଆନ୍ଦୋଳନକୁ ଓହ୍ଲାଇଥିଲା। ସମ୍ବଲପୁର ବିଜେପି ପକ୍ଷରୁ ସମ୍ବଲପୁର କଟକ ରାଜ ରାସ୍ତାର ମାନେଶ୍ବର ଛକ ଠାରେ ବିଜେପି ପକ୍ଷରୁ ଦିନ 10 ଟାରୁ 12 ଟା ଯାଏଁ 2 ଘଣ୍ଟିଆ ରାଜ ରାସ୍ତା ଅବରୋଧ କରାଯାଇଛି।
ମୁଖ୍ୟତଃ ମଣ୍ଡିରେ ଅବ୍ୟବସ୍ଥା, ଟୋକନ ଲାପ୍ସ, କଟନୀ ଛଟନୀ ଆଦି ସମସ୍ୟା ନେଇ ବିଜେପି ଏହି ଆନ୍ଦୋଳନ କରିଛି। ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତି ଯୋଗୁଁ ଆଜି ମଣ୍ଡି ଗୁଡ଼ିକରେ ଲକ୍ଷ ଲକ୍ଷ କ୍ବିଣ୍ଟାଲ ଧାନ ବସ୍ତା ପଡି ରହିଥିବା ବିଜେପି ଅଭିଯୋଗ କରିଛି।
![ଚାଷୀ ସମସ୍ୟା ନେଇ ରାଜ ରାସ୍ତା ଅବରୋଧ କଲା ବିଜେପି](https://etvbharatimages.akamaized.net/etvbharat/prod-images/od-sam-01-bjp-nh-block-for-farmers-issue-avb-7202776_10032021134557_1003f_1615364157_716.jpg)
ଆଜିର ଏହି ଆନ୍ଦୋଳନରେ ସମ୍ବଲପୁର ରେଙ୍ଗାଲୀ ବିଧାୟକ ନାଉରୀ ନାଏକ, ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଷ ପଟେଲ, ମିଡିଆ ପ୍ରଭାରୀ ମାନସ ରଞ୍ଜନ ବକ୍ସି, କର୍ନେଲ ପ୍ରଭାତ ପଣ୍ଡା, ଚନ୍ଦ୍ର ଶେଖର ପଣ୍ଡାଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ସମିଲ ହୋଇଥିଲେ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ