ETV Bharat / state

ଜନ୍ମରୁ ଦୃଷ୍ଟିହୀନ: ଅଭାବ ଦେଇଛି ଅଜସ୍ର ପ୍ରତିଭା - ବିସ୍ମୟ ବାଳକ ପ୍ରକାଶ

ଗୋଟିଏ ଇନ୍ଦ୍ରିୟ ନଥାଇ ହୁଏତ ସେ ସାଧାରଣ ମଣିଷଙ୍କଠାରୁ ଭିନ୍ନ ହୋଇପାରନ୍ତି କିନ୍ତୁ ତାଙ୍କ ପ୍ରତିଭାରେ ସେ ଅନେକଙ୍କୁ ପଛରେ ପକାଇଛନ୍ତି । ବିନା କୌଣସି ପ୍ରଶିକ୍ଷଣରେ ସେ ବଜାଇପାରନ୍ତି ବାଦ୍ୟ ଯନ୍ତ୍ର । ହେଲେ ସେ ବାଦ୍ୟ ଯନ୍ତ୍ର ହାତରେ ନୁହେଁ ବରଂ ପାଟିରେ ସେ ସବୁର ଶବ୍ଦ କାଢନ୍ତି ପ୍ରକାଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Oct 3, 2019, 2:44 PM IST

Updated : Oct 3, 2019, 3:14 PM IST

ସମ୍ବଲପୁର: କୁହାଯାଏ କି ସ୍ରଷ୍ଟାଙ୍କ ପ୍ରତିଟି ସୃଷ୍ଟି ପଛରେ ରହିଛି କିଛି ଭିନ୍ନ ଉଦ୍ଦେଶ୍ୟ । ପ୍ରତ୍ୟେକଙ୍କ ପାଖରେ ଥାଏ କିଛି ନା କିଛି ଭିନ୍ନ ଗୁଣ । ତେବେ ବିଧାତାଙ୍କର ଏହି ଅବଦାନକୁ ବାସ ନିଜ ଭିତରେ ଖୋଜି ପାରିବା ଦରକାର । ଆଜି ଆମେ କହୁଛୁ ସରଧାପାଲି ଅଞ୍ଚଳ ସାପଲହରା ଗାଁର 16 ବର୍ଷୀୟ ପ୍ରକାଶ ମିର୍ଧାଙ୍କ କଥା । ଜନ୍ମ ବେଳୁ ଆଖି ଦେଇ ନାହାଁନ୍ତି ଭଗବାନ । ହେଲେ ଏଥିରେ କେବେ କ୍ଷୋଭ ପ୍ରକାଶ କରିନାହାଁନ୍ତି ପ୍ରକାଶ କି ତାଙ୍କ ପରିବାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଗୋଟିଏ ଇନ୍ଦ୍ରିୟ ନଥାଇ ହୁଏତ ସେ ସାଧାରଣ ମଣିଷଙ୍କଠାରୁ ଭିନ୍ନ ହୋଇପାରନ୍ତି କିନ୍ତୁ ତାଙ୍କ ପ୍ରତିଭାରେ ସେ ଅନେକଙ୍କୁ ପଛରେ ପକାଇଛନ୍ତି । ବିନା କୌଣସି ପ୍ରଶିକ୍ଷଣରେ ସେ ବଜାଇପାରନ୍ତି ବାଦ୍ୟ ଯନ୍ତ୍ର । ହେଲେ ସେ ବାଦ୍ୟ ଯନ୍ତ୍ର ହାତରେ ନୁହେଁ ବରଂ ପାଟିରେ ସେ ସବୁର ଶବ୍ଦ କାଢନ୍ତି ପ୍ରକାଶ । ଆଖିରେ ନଦେଖିଲେ ତାଙ୍କ ପ୍ରତିଭାକୁ କେହି ସହଜରେ ବିଶ୍ବାସ କରିବେନି । ସୁର, ଲୟ ଓ ତାଳର ଅଦ୍ଭୁତ ମିଳନ ଦେଖିବାକୁ ମିଳେ ତାଙ୍କ ମୁଖବାଦ୍ୟରେ ।

ଝାରସୁଗୁଡାର ଝାଡେଶ୍ବରୀ ସ୍ବତନ୍ତ୍ର ସ୍କୁଲରେ 5ମ ଯାଏଁ ପାଠ ପଢିଛନ୍ତି ନନ୍ଦଲାଲ ମିର୍ଧା ଓ ପଦ୍ମିନୀ ମିର୍ଧାଙ୍କ ପୁଅ ପ୍ରକାଶ ମିର୍ଧା । ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ତାଙ୍କୁ ବେଶି ଦିନ ସ୍କୁଲ ସହ ବାନ୍ଧି ରଖିପାରିନଥିଲା । ଫଳରେ ଘରକୁ ଫେରି ନିଜସ୍ବ ଉଦ୍ୟମରେ ସେ ଆରମ୍ଭ କରିଥିଲେ ସଙ୍ଗୀତ ସାଧନା । ମୁହଁରେ ବିଭିନ୍ନ ବାଦ୍ୟ ଯନ୍ତ୍ରର ଶବ୍ଦ କାଢିବା ସହ ବେଳେ ମୃଦଙ୍ଗ ବଜେଇ ସମ୍ବଲପୁରୀ ଗୀତ ଗାଇବାକୁ ପସନ୍ଦ କରନ୍ତି ପ୍ରକାଶ । ତାଙ୍କ ମୁହଁରୁ କୋଇଲିର କୁହୁତାନ ଶୁଣିଲେ କିଛି କ୍ଷଣ ପାଇଁ ଯେକେହି ବି ଅଟକିଯିବ । ତେବେ ପ୍ରକାଶଙ୍କ ମୁହଁରୁ ବିଭିନ୍ନ ବାଦ୍ୟର ଫ୍ୟୁଜନ ଶୁଣିବା ପାଇଁ ଅନେକ ଆଗ୍ରହୀ ।

ଦୃଷ୍ଟିହୀନ ହେବା ସତ୍ତ୍ବେ ବିନା କୌଣସି ସହାୟତାରେ ରାସ୍ତା ଚାଲିବା, ଫୋନରୁ କଲ୍‌ କରିବା ଓ ନୋଟ୍‌ ଆଦି ଚିହ୍ନିପାରନ୍ତି ପ୍ରକାଶ । ପ୍ରକାଶଙ୍କ ଏହି ପ୍ରତିଭା ଅନେକଙ୍କୁ ଚକିତ କରେ । ତେଣେ ପୁଅର ପ୍ରତିଭା ପାଇଁ ବେଶ ଗର୍ବିତ ବାପା ମା’ । ହେଲେ ଆର୍ଥିକ ଅଭାବ ଦେଇ ଗତି କରୁଥିବା ପ୍ରକାଶଙ୍କ ପରିବାର ଏବେ ସରକାରୀ ସହାୟତାରେ ଆଶା ଲଗାଇ ବସିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଯଦି ପ୍ରକାଶଙ୍କୁ କିଛି ସରକାରୀ ସହାୟତା ମିଳନ୍ତା ତାହେଲେ ହୁଏତ ତାଙ୍କ ପ୍ରତିଭା ରାଜ୍ୟ ତଥା ଜାତୀୟସ୍ତରରେ ଗାଁ ଓ ରାଜ୍ୟ ପାଇଁ ଗର୍ବ ଆଣିପାରନ୍ତା ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:କୁହାଯାଏ ଯେ ପ୍ରତ୍ୟକ ମଣିଷ କୁ କିଛିନା କିଛି ସ୍ୱତନ୍ତ୍ର ଗୁଣ ବା ଶକ୍ତି ଦେଇଥାନ୍ତି।ତାହାକୁ ଖାଲି ନିଜ ଭିତରେ ଚିହ୍ନଟ କରିପାରିବା କଥା।ଆଉ ଯେଉଁ ବ୍ୟକ୍ତିର ଗୋଟିଏ ଇନ୍ଦ୍ରିୟ ନଥାଏ ଭଗବାନ ତାଙ୍କୁ ଏକ ସ୍ୱତନ୍ତ୍ର ଶକ୍ତି ଦେଇଥାନ୍ତି। ଠିକ ଏହି ପରି ଏକ ବିସ୍ମୟ ବାଳକ ହେଲେ ସମ୍ବଲପୁର ର ସାପଲହରା ଗାଁର ର ନନ୍ଦଲାଲ ମିର୍ଧା ଓ ପଦ୍ମିନୀ ମିର୍ଧା ଙ୍କ ପୁଅ ପ୍ରକାଶ। ସେ ଜନ୍ମରୁ ଦୃଷ୍ଟିହୀନ ହେଲେ ମଧ୍ୟ ନିଜ ମୁହଁରୁ ବିଭିନ୍ନ ପ୍ରକାର ର ବାଦ୍ୟ ଯନ୍ତ୍ର,ପକ୍ଷୀର ଶବ୍ଦ ବାହାର କରି ପାରନ୍ତି।ଏପରିକି ବିନା କାହାରି ସହାୟତାରେ ଗାଁ ଦାଣ୍ଡରେ ଚଳା ବୁଲା କରି ପାରନ୍ତି।

Body:ଏ ହେଉଛନ୍ତି ସମ୍ବଲପୁର ର ରମେଡ ଛକ ନିକଟସ୍ଥ ସରଧାପଲି ଅଞ୍ଚଳର ସାପଲହରା ଗାଁର ଯୁବକ ପ୍ରକାଶ ମିର୍ଧା।ବୟସ ପାଖାପାଖି 16। ସେ ଜନ୍ମରୁ ଦୃଷ୍ଟିହୀନ ଆଉ ବାପା ମା ଙ୍କ ଗୋଟିଏ ପୁଅ।ସେ ସ୍ୱତନ୍ତ୍ର ସ୍କୁଲରୁ 5ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି।ତେବେ ସଙ୍ଗୀତ ପ୍ରତି ରହିଛି ତାଙ୍କର ଜନ୍ମଗତ ନିଶା।ସେଥିପାଇଁ ସେ 5 ବର୍ଷ ବୟସରୁ ନିଜ ମୁହଁରୁ ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ର ଶବ୍ଦ ବାହାର କରି ପାରନ୍ତି।ଶୁଣିଲେ ଯେ କୌଣସି ଲୋକ ଆଶ୍ଚର୍ଯ୍ୟ ହୋଇଯିବ।ତାଙ୍କ ମୁହଁରୁ ସେ ପ୍ୟାଡ଼,ଟ୍ରେଙ୍ଗୋ,ଢୋଲ,ତାଶା ପରି ବାଦ୍ୟ ଯନ୍ତ୍ରର ଶବ୍ଦ ଅବିକଳ ଭାବେ ବାହାର କରନ୍ତି। ତାଙ୍କୁ ନଦେଖିଲେ କେହିଭି ଏହା ମଣିଷକୃତ ଶବ୍ଦ ବୋଲି ଜାଣି ପାରିବ ନାହିଁ। କେଵଳ ବାଦ୍ୟ ଯନ୍ତ୍ର ନୁହେଁ ସେ କୋଇଲି ର ମଧୁର କୁହୁତାନ ମଧ୍ୟ ଉଚ୍ଚାରଣ କରିପାରନ୍ତି। ବେଳେ ବେଳେ ମୃଦଙ୍ଗ ବଜାନ୍ତି ତ କେତେବେଳେ ସମ୍ବଲପୁରୀ ଗୀତ ଗଆନ୍ତି। ଏହା ସହ ଓଡ଼ିଆ ଆଧୁନିକ ଗୀତ ଓ ସମ୍ବଲପୁରୀ ଗୀତରେ ନିଜ ମୁହଁରୁ ଶବ୍ଦ ବାହାର କରି ଯୁଗଲବନ୍ଦୀ ବା ଫିଉଜନ କରିପାରନ୍ତି।ତାଙ୍କ ର ଏହି ଦକ୍ଷତା ଗାଁ ର ସରଳ ଲୋକଙ୍କୁ ଆକର୍ଷିତ କରିଥାଏ।ଆଉ ସେ ନିଜ ଘର ବାରଣ୍ଡାରେ ଏପରି ପ୍ରାକୃତିକ ଶବ୍ଦ ମୁହଁରୁ ବାହାର କଲେ ଲୋକ ରୁଣ୍ଡ ହୋଇଯାଆନ୍ତି।

ବାଇଟ-1-ପ୍ରକାଶ ମିର୍ଧା, ବିସ୍ମୟ ବାଳକ
ବାଇଟ-2-ନନ୍ଦଲାଲ ମିର୍ଧା, ବାପା।

Conclusion:ପ୍ରକାଶ ଜନ୍ମରୁ ଦ୍ରୁଷ୍ଟିହୀନ ଅଟନ୍ତି।ସେ ଝାରସୁଗୁଡା ର ଝାଡେଶ୍ୱରୀ ସ୍ପେସିଆଲ ସ୍କୁଲ ରେ 5ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ। ତେବେ ସେଠାରେ ସେ ଅଧିକ ଦିନ ରହି ନପାରି ପାଠ ଛାଡି ଏବେ ଘରେ ରହି ଆସୁଛନ୍ତି। ସେ ଦୃଷ୍ଠିହୀନ ହୋଇଥିଲେ ବି ଗାଁ ଦାଣ୍ଡରେ ବିନା କାହାରି ସହାୟତା ରେ ଚଳା ବୁଲା କରିପାରନ୍ତି। ଏପରିକି କେଉଁଟି କେତେ ଟଙ୍କିଆ ନୋଟ ଅଟେ ତାହା ବାରି ପାରନ୍ତି। ନିଜେ ଦୃଷ୍ଟି ହୀନ ହୋଇଥିଲେ ବି ମୋବାଇଲ ର ବ୍ୟବହାର ଅତି ସହଜରେ କରିପାରନ୍ତି।ମୋବାଇଲ ରେ ନମ୍ବର ଡାଏଲ କରିପାରନ୍ତି।

ବାଇଟ-3-ଘନଶ୍ୟାମ, ସ୍ଥାନୀୟ ଲୋକ।

ତେବେ ତାଙ୍କ ଘର ଲୋକଙ୍କ କେବଳ ଗୋଟିଏ ଆକାଂକ୍ଷା ଯେ ପୁଅ ର ଏହି ଟ୍ୟାଲେଣ୍ଟ କୁ ପ୍ରଦର୍ଶନ କରିବାକୁ ଗୋଟିଏ ମଞ୍ଚ କିପରି ମିଳି ପାରିବ।
Last Updated : Oct 3, 2019, 3:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.