ETV Bharat / state

ନୂତନ ନିଯୁକ୍ତି ଦାବିରେ ହୋମିଓପାଥି କଲେଜରେ ତାଲା ପକାଇଲେ ଛାତ୍ରଛାତ୍ରୀ - ସମ୍ବଲପୁର ମାଝୀପାଲି

2002 ମସିହା ପରଠାରୁ ରାଜ୍ୟ ସରକାର ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରୁ ନଥିବାରୁ ଏବେ ହୋମିଓପାଥି ଓ ଆୟୁର୍ବେଦିକର ବହୁ ଡାକ୍ତରୀ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବା ହେଉଛନ୍ତି l ଏନେଇ ଜଣା ଯାଇଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ନୂତନ ନିଯୁକ୍ତି ଦାବିରେ  ହୋମିଓପାଥି କଲେଜରେ ତାଲା ପକାଇଲେ ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Aug 31, 2023, 9:51 PM IST

ନୂତନ ନିଯୁକ୍ତି ଦାବିରେ ହୋମିଓପାଥି କଲେଜରେ ତାଲା ପକାଇଲେ ଛାତ୍ରଛାତ୍ରୀ

ସମ୍ବଲପୁର: ସମ୍ବଲପୁର ମାଝୀପାଲି ସ୍ଥିତ ହୋମିଓପାଥି କଲେଜରେ ତାଲା । ନୂତନ ନିଯୁକ୍ତି ସୃଷ୍ଟି ଦାବିରେ ଆଜି ଠାରୁ କଲେଜରେ ତାଲା ପକାଇଲେ ଆୟୁଷ ମେଡିକାଲ କଲେଜର ଛାତ୍ରଛାତ୍ରୀ l ପୂର୍ବରୁ ବିଭିନ୍ନ ଦାବି ନେଇ ଛାତ୍ରଛାତ୍ରୀ ଗତ 18 ତାରିଖରେ ରାଜ୍ୟ ସରକାରଙ୍କୁ ଦାବି ପତ୍ର ଦେଇଥିଲେ । ଦାବି ପୂରଣ ନେଇ ରାଜ୍ୟ ସରକାର ନୀରବ ରହିବାରୁ ଗତ 25 ତାରିଖରୁ ଛାତ୍ରଛାତ୍ରୀ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରି ଆସୁଥିଲେ । କିନ୍ତୁ ଆଜିଠାରୁ ଛାତ୍ରଛାତ୍ରୀ ସମ୍ବଲପୁର ମାଝୀପାଲି ସ୍ଥିତ ମେଡିକାଲ କଲେଜ ଅଫ ହୋମିଓପାଥି ଆଣ୍ଡ୍‌ ରିସର୍ଚ୍ଚର ମୁଖ୍ୟ ଗେଟ୍‌ରେ ତାଲା ପକାଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ଦୀର୍ଘ ଦିନର ଅସନ୍ତୋଷ ଆଜି ଆନ୍ଦୋଳନର ରୂପ ନେଇଛି l 2002 ମସିହା ପରଠାରୁ ରାଜ୍ୟ ସରକାର ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରୁ ନଥିବାରୁ ଏବେ ହୋମିଓପାଥି ଓ ଆୟୁର୍ବେଦିକର ବହୁ ଡାକ୍ତରୀ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି l ପୂର୍ବରୁ ରାଜ୍ୟ ସରକାରଙ୍କୁ ଏନେଇ ଜଣା ଯାଇଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ନୂତନ ନିଯୁକ୍ତି ସୃଷ୍ଟି ଦାବି ସହ ଅନ୍ୟାନ୍ୟ ଦାବି ନେଇ ଆଜି ରାଜ୍ୟର 7ଟି ହୋମିଓପାଥି କଲେଜରେ ତାଲା ପକାଇ ଆନ୍ଦୋଳନ ଜାରି ରହିଛି l

ଏହାବି ପଢନ୍ତୁ- ଉପେକ୍ଷିତ ସମ୍ବଲପୁର ଓଡିଶା ହୋମିଓପାଥି କଲେଜ, 21ବର୍ଷ ହେଲା ବାହାରୁନି ନୂତନ ପଦବୀ

ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ମୁଖ୍ୟ ଦାବି ହେଲା ଚଳିତ ବର୍ଷ 500ଟି ହୋମିଓପାଥି ଓ 500ଟି ଆୟୁର୍ବେଦିକ ଆୟୁଷ ଡାକ୍ତର ପଦବୀ ସରକାର ସୃଷ୍ଟି କରନ୍ତୁ । ଏହାସହ ଆଗକୁ ପ୍ରତ୍ୟେକ ବର୍ଷ 50ଟି ଆୟୁର୍ବେଦିକ ଓ 50ଟି ହୋମିଓପାଥିର ନୂତନ ଡାକ୍ତର ପଦବୀ ସୃଷ୍ଟି କରାଯାଉ ବୋଲି ମଧ୍ୟ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏହାସହ ପିଜି ପାଇଁ ବର୍ତ୍ତମାନ ରାଜ୍ୟରେ ହୋମିଓପାଥିର ମାତ୍ର 4ଟି ସିଟ୍‌ ଓ ଆୟୁର୍ବେଦିକର ମାତ୍ର 30ଟି ପିଜି ସିଟ୍‌ ରହିଛି, ତେଣୁ ସିଟ୍‌ ସଂଖ୍ୟା ବୃଦ୍ଧି କରାଯାଉ ।

ସମ୍ବଲପୁର ମାଝୀପାଲିରେ ରହିଛି ଓଡ଼ିଶା ମେଡିକାଲ୍‌ କଲେଜ ଓ ହୋମିଓପାଥି ଆଣ୍ଡ୍‌ ରିସର୍ଚ୍ଚ ମେଡିକାଲ କଲେଜ । ଏଠାରେ ପ୍ରତ୍ୟେକ ବର୍ଷ ହୋମିଓପାଥି ଓ ଆୟୁର୍ବେଦିକର ବ୍ୟାଚଲର ମେଡିକାଲ ଡିଗ୍ରୀ ଧରି ମୋଟ 365 ଜଣ ଛାତ୍ରଛାତ୍ରୀ ପାସ୍‌ ଆଉଟ୍‌ ହୁଅନ୍ତି l ବର୍ଷକୁ ବର୍ଷ ଏହି ଛାତ୍ରଛାତ୍ରୀ ପାସ୍‌ ହେଉଥିଲେ ମଧ୍ୟ 2002 ମସିହାଠାରୁ 21 ବର୍ଷ ହୋଇଗଲା ଏମାନଙ୍କ ପାଇଁ କୌଣସି ପଦବୀ ବାହାରିନି l କେନ୍ଦ୍ର ସରକାରଙ୍କ ନ୍ୟାସନାଲ ଆୟୁଷ ମିଶନ ଅନୁସାରେ ପ୍ରତ୍ୟେକ 5000 ଲୋକଙ୍କ ପାଇଁ ଗୋଟିଏ ଡିସ୍ପେନ୍‌ସାରି ଓ ପ୍ରତ୍ୟେକ 50 ହଜାର ଲୋକଙ୍କ ପାଇଁ ଗୋଟିଏ ଆୟୁଷ ହସ୍ପିଟାଲ ରହିବା କଥା l ତେବେ ରାଜ୍ୟ ସରକାର ଏହା ଲାଗୁ କରୁନଥିବା ଏହି ମେଡିକାଲ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି l ବର୍ତ୍ତମାନ ଓଡିଶାର 4 କୋଟି ଲୋକଙ୍କ ପାଇଁ ମାତ୍ର 562 ଟି ହୋମିଓପାଥି ଓ 619 ଟି ଆୟୁର୍ବେଦିକ ଡିସ୍ପେନସିରି ରହିଥିବା ଏହି ମେଡିକାଲ ଛାତ୍ରଛାତ୍ରୀ ଅଭିଯୋଗ ଆଣିଛନ୍ତି l ଏହିଭଳି ସ୍ଥିତିରେ ରାଜ୍ୟରେ 3 ରୁ 4 ଟି ଡିସ୍ପେନ୍‌ସାରି ପାଇଁ କେବଳ ଜଣେ ଲେଖାଏଁ ଡାକ୍ତର ଥିବା ଅଭିଯୋଗ ହୋଇଛି l

ଅନ୍ୟପଟେ ବିଗତ ଦିନରେ 7500 ଏଲୋପାଥି ଡାକ୍ତର ପଦବୀ ବାହାରିଲା । ହୋମିଓପାଥି ଓ ଆୟୁର୍ବେଦିକ ଡାକ୍ତରଙ୍କ ପାଇଁ ଗୋଟିଏ ମଧ୍ୟ ପୋଷ୍ଟ ବାହାରି ନଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ l ଏହି ହୋମିଓପାଥି ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବରୁ 24ଟି ପିଜି ସିଟ୍‌ ଥିବା ବେଳେ ବର୍ତ୍ତମାନ ଏହାକୁ ହ୍ରାସ କରାଯାଇ 4ରେ ସୀମିତ ରଖାଯାଇଛି l ଫଳରେ ପିଜି କରିବାକୁ ଛାତ୍ରଛାତ୍ରୀ ଅସୁବିଧା ଭୋଗୁଥିବା ବେଳେ ଏହି ମେଡିକାଲ କଲେଜ ପାଇଁ ଅଧ୍ୟାପକ ମିଳୁନଥିବା ଅଭିଯୋଗ ହୋଇଛି l

ତେଣୁ 2019 ଓ 2021 ରେ ନୂଆଁ ପଦବୀ ସୃଷ୍ଟି ପାଇଁ ଏହି ଡାକ୍ତରୀ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଆଗରେ ଦାବି ରଖିଥିଲେ ମଧ୍ୟ କୌଣସି ଲାଭ ମିଳୁନଥିବା ଅଭିଯୋଗ ହୋଇଛି । ତେଣୁ ଆଗାମୀ ବର୍ଷ 500 ନୂଆ ପଦବୀ ସୃଷ୍ଟି କରିବା ସହ, 30ଟି ହସ୍ପିଟାଲ ସୃଷ୍ଟି କରାଯାଉ ଓ ପ୍ରତ୍ୟେକ ବର୍ଷ ଉଭୟ ହୋମିଓପାଥି ଓ ଆୟୁର୍ବେଦିକ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ 50ଟି ଲେଖାଏଁ ନୂଆ ପଦବୀ ସୃଷ୍ଟି କରାଯାଉ ବୋଲି ଦାବି ହୋଇଛି l

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.