ETV Bharat / state

ଉଚ୍ଚଶିକ୍ଷା ବିଭାଗର ନିଷ୍ପତି ବିରୋଧରେ ଏବିଭିପିର ବିରୋଧ

ଚଳିତ ବର୍ଷର ଛାତ୍ର ସଂସନ୍ଦ ନିର୍ବାଚନକୁ ବାତିଲ କରିଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟର କୌଣସି ବିଶ୍ବବିଦ୍ଯାଳୟ କିମ୍ବା ମହାବିଦ୍ଯାଳୟରେ ହେବ ନାହିଁ ନିର୍ବାଚନ । ଯାହାକୁ ନେଇ ସରକାରଙ୍କ ବିରୋଧରେ ବିକ୍ଷୋଭ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ।

author img

By

Published : Aug 23, 2019, 7:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ରାଜ୍ୟ ସରକାରଙ୍କ ଛାତ୍ର ସଂସଦ ନିର୍ବାଚନ ବାତିଲ ନିଷ୍ପତିକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିରୋଧ । ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ସମ୍ବଲପୁର ଏବିଭିପି ଶାଖାର ସଦସ୍ୟ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ନାରାବାଜି ମଧ୍ୟ କରିଛନ୍ତି।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ଗତକାଲି ଏପରି ନିଷ୍ପତି ନେଇଥିଲା ଉଚ୍ଚଶିକ୍ଷା ବିଭାଗ । ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ଇଲେକ୍ସନ ପରିବର୍ତ୍ତେ ସିଲେକ୍ସନ କରିବାକୁ ପଦକ୍ଷେପ ନେଇଛି ବିଭାଗ । ଫଳରେ ଛାତ୍ର ସଂଗଠନ ଏପରି ନିଷ୍ପତ୍ତିକୁ ବିରୋଧ କରିବାସହ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ସମ୍ମୁଖରେ ଉଚ୍ଚଶିକ୍ଷା ସଚିବ ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି ଦେଇଛନ୍ତି ଏହି ଛାତ୍ର ସଂଗଠନ ।

ବିକ୍ଷୋଭ ସମୟରେ ଲଗାଣ ବର୍ଷା ହୋଇଥିବା ସତ୍ବେ ଆନ୍ଦୋଳନ ଜାରି ରଖିଥିଲେ ସଂଗଠନର ସଦସ୍ୟ । ପ୍ରବଳ ବର୍ଷାରେ ଓଦା ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରା ଦେଇଥିଲେ ବିଦ୍ୟାର୍ଥୀ ପରିଷଦର ଛାତ୍ରଛାତ୍ରୀ । ଏହି ନିଷ୍ପତ୍ତି ନେଇ ରାଜ୍ୟ ସରକାର ଛାତ୍ରଛାତ୍ରୀ ଙ୍କ ନେତା ବାଛିବାର ଅଧିକାର କ୍ଷୁର୍ଣ୍ଣ କରିଥିବାର ଅଭିଯୋଗ ଆଣିଛି ଏବିଭିପି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ଛାତ୍ର ସଂସଦ ନିର୍ବାଚନ ବାତିଲ ନିଷ୍ପତ୍ତି କୁ ସମ୍ବଲପୁର ରେ ବିରୋଧ କରିଛି ସମ୍ବଲପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଆଜି ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ର ମୁଖ୍ୟ ଗେଟ ସମ୍ମୁଖରେ ଏବିଭିପି ର ସଦସ୍ୟ ମାନେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ର ବିରୋଧ କରି ନାରାବାଜି କରିଛନ୍ତି।Body:
ଏ ବର୍ଷ ଛାତ୍ର ସଂସଦ ନିର୍ବାଚନ କୁ ବାତିଲ କରାଯାଇଥିବାରୁ ସମ୍ବଲପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯାଇଛି । ଗତକାଲି ରାଜ୍ୟ ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ନେଇ ଥିବା ନିଷ୍ପତ୍ତି ବିରୋଧ କରିଛି ଏବିଭିପି ସଂଘଠନ । ରାଜ୍ୟ ସରକାରଙ୍କ ଏହି ନିଷ୍ପତି ଫଳରେ କଲେଜ ଗୁଡିକରେ ଇଲେକ୍ସନ ପରିବର୍ତ୍ତେ ସିଲେକ୍ସନ ହେବାକୁ ଯାଉଛି । ଫଳରେ ଛାତ୍ର ସଂଘଠନ ଏପରି ନିଷ୍ପତ୍ତି କୁ ବିରୋଧ କରିବା ସହଜିଏମ ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ ରାଜ୍ୟ ଉଚ୍ଚଶିକ୍ଷା ସଚିବ ଓ ରାଜ୍ୟ ସରକାର ଙ୍କୁ ବିରୋଧ ସହ ବିଭିନ୍ନ ନାରାବାଜି ଦେଇଛନ୍ତି । ବିକ୍ଷୋଭ ସମୟରେ ଲଗାଣ ବର୍ଷା ହୋଇଥିବାରୁ ମଧ୍ୟ ବର୍ଷା ରେ ଭିଜି ଭିଜି ଛାତ୍ର ସଂଘଠନ ବିକ୍ଷୋଭ ପ୍ରର୍ଦଶନ କରୁଥିବାର ଦେଖିବାକୁ ମିଳିଛି।
Conclusion:ଏହି ନିଷ୍ପତ୍ତି ନେଇ ରାଜ୍ୟ ସରକାର ଛାତ୍ରଛାତ୍ରୀ ଙ୍କ ନେତା ବାଛିବାର ଅଧିକାର କ୍ଷୁର୍ଣ୍ଣ କରିଥିବାର ଅଭିଯୋଗ ଆଣିଛି ଏବିଭିପି।

ବାଇଟ-1-ସୁଗମ ମିଶ୍ର, ସଦସ୍ୟ, ଏବିଭିପି,ଜିଏମ ବିଶ୍ଵ ବିଦ୍ୟାଳୟ, ସମ୍ବଲପୁର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.