ETV Bharat / state

'ଧନ୍ୟବାଦ ମୋଦି, ବଢାଇଲେ ଅନୁସୂଚିତ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ରାଶି' - BJP press conferrence

ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ପୋଷ୍ଟ ମାଟ୍ରିକ ସ୍କଲାରସିପ 5 ଗୁଣ ବୃଦ୍ଧି କରିଛନ୍ତି ମୋଦି ସରକାର । ଅଧିକ ପଢନ୍ତୁ...

State BJP SC/ST cell head thanks PM Modi for increasing post matric scolarship money
'ଧନ୍ୟବାଦ ମୋଦି, ବଢାଇଲେ ଅନୁସୂଚିତ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ରାଶି'
author img

By

Published : Jan 5, 2021, 10:45 PM IST

ସମ୍ବଲପୁର: ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ପୋଷ୍ଟ ମାଟ୍ରିକ ସ୍କଲାରସିପ 5 ଗୁଣ ବୃଦ୍ଧି କରିଛନ୍ତି ମୋଦି ସରକାର । ଫଳରେ ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ବିଭୂ ପ୍ରସାଦ ତରାଇ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।

'ଧନ୍ୟବାଦ ମୋଦି, ବଢାଇଲେ ଅନୁସୂଚିତ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ରାଶି'

ଆଜି କଚେରୀ ରୋଡ଼ ସ୍ଥିତ ବିଜେପି କାର୍ଯ୍ୟାଳୟରେ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀ । ରାଜ୍ୟର ଅନୁସୂଚିତ ଜାତିର ସାମାଜିକ ଓ ଆର୍ଥିକ ବିକାଶରେ ରାଜ୍ୟ ସରକାର ବାଧକ ହେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟରେ ଭିଜିଲାନ୍ସ ଆଣ୍ଡ ମନିଟରିଂ କମିଟି ଓ ଷ୍ଟେଟ ସିଡ୍ୟୁଲ କାଷ୍ଟ ୱେଲଫେୟାର ବୋର୍ଡର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ନିଜେ ଥିବା ସତ୍ତ୍ବେ କମିଟି ଗୁଡିକର ବୈଠକ ନହେବା ଦୁର୍ଭାଗ୍ୟଜନକ ବୋଲି ତରାଇ କହିଛନ୍ତି ।

ଏହା ସହ ଗତ ସାଢ଼େ 6 ବର୍ଷର ଶାସନ କାଳରେ କେନ୍ଦ୍ର ସରକାର ଅନୁସୂଚିତ ଜାତି ବର୍ଗ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବାରୁ ରାଜ୍ୟବାସୀଙ୍କ ପକ୍ଷରୁ ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ବିଭୂ ପ୍ରସାଦ ତରାଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.