ସମ୍ବଲପୁର: ସମ୍ବଲପୁରରେ ଜଣେ ସିଆରପିଏଫ ଯବାନଙ୍କ ଆତ୍ମହତ୍ୟାକୁ ସପ୍ତାହେ ନପୁରୁଣୁ ପୁଣି ଦେଖାଦେଇଛି ସମାନ ଘଟଣା । ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନାରେ ନିୟୋଜିତ ଥିବା ଜଣେ ଏସଓଜି ଯବାନ ନିଜ ସର୍ଭିସ ବନ୍ଧୁକରେ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତ ଯବାନ ଜଣକ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅଞ୍ଚଳର ଅମିତ କୁମାର ସାହୁ ବୋଲି ଜଣା ପଡ଼ିଛି। ସେ ନିଜ ବ୍ୟାରେକ ଉପର ଛାତକୁ ଯାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଆତ୍ମହତ୍ୟାର ସଠିକ କାରଣ ଜଣା ପଡିନାହିଁ । ଏନେଇ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ଜଣାପଡିଛି ।
ସମ୍ବଲପୁରରୁ ବାଦଶାହା ଜୁଶ୍ମନ ରଣା,ଇଟିଭି ଭାରତ