ETV Bharat / state

ନିସ୍ୱାର୍ଥ ସେବାର ଆଉ ଏକ ଉଦାହରଣ, ଅଜଣା ମୃତଦେହର ସତ୍କାର କରୁଛି "ସମ୍ବଳ"

author img

By ETV Bharat Odisha Team

Published : Oct 1, 2023, 8:27 AM IST

ସମ୍ବଲପୁରରେ "ସମ୍ବଳ" ନାମକ ଏକ ଅନୁଷ୍ଠାନ ନିସ୍ଵାର୍ଥପର ଭାବେ ଅସହାୟ ମୃତଦେହ ଗୁଡିକୁ ସତ୍କାର କରିଆସୁଛି । ବର୍ତ୍ତମାନ ସୁଧା 600ଟି ମୃତଦେହ ସତ୍କାର କରି ସାରିଲେଣି । ଅଧିକ ପଢନ୍ତୁ

ଅଜଣା ମୃତଦେହର ସାଥି "ସମ୍ବଳ"
ଅଜଣା ମୃତଦେହର ସାଥି "ସମ୍ବଳ"
ଅଜଣା ମୃତଦେହର ସାଥି "ସମ୍ବଳ"

ସମ୍ବଲପୁର: ମୃତ୍ୟୁ ପରେ କେହି କାହାରି ଶତୃ ହୋଇ ନଥାଏ । ତେଣୁ ମୃତ୍ୟୁ ପରେ ଯେ, କୌଣସି ବ୍ୟକ୍ତିର ମୃତଦହକୁ ସମ୍ମାନ ଦିଆ ଯାଇଥାଏ । ବେଳେବେଳେ ସମାଜରେ ଥିବା କୁସଂସ୍କାର ଯୋଗୁଁ ଅନେକ ଅସହାୟ ବ୍ୟକ୍ତିଙ୍କ ମୃତଦେହ ବହୁ ସମୟ ଧରି ପଡିରହିଥାଏ । କିନ୍ତୁ ସମ୍ବଲପୁର ସହରରେ କେବେ ମଧ୍ୟ ଏଭଳି ଦୃଶ୍ୟ ଦେଖିାବକୁ ମିଳେନାହିଁ । ସହରର "ସମ୍ବଳ" ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ନିସ୍ଵାର୍ଥପର ଭାବେ ଅସହାୟ ମୃତଦେହଗୁଡିକର ସତ୍କାର କରିଆସୁଛି । ଏହି ଅନୁଷ୍ଠାନକୁ ସମ୍ବଲପୁରରେ ମୃତଦେହର ସାଥି ବୋଲି ମଧ୍ୟ କୁହାଯାଏ । ଯାହା ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରଶଂସା ପାତ୍ର ହୋଇପାରିଛି ।

ସୂଚନା ଯୋଗ୍ୟ ଗତ 2011 ମସିହାଠାରୁ "ସମ୍ବଳ" ସ୍ବେଚ୍ଛାସେବୀ ସଂଗଠନ ଅଜଣା ମୃତଦେହକୁ ସମ୍ମାନେ ସତ୍କାର କରାଯିବା କାର୍ଯ୍ୟ ଆରମ୍ଭ କରିଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳ ସହ ରାଜ୍ୟ ବାହାରୁ ଆସି ସମ୍ବଲପୁରର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ସହ ଅନନ୍ୟ କାରଣରୁ ମୃତ୍ୟୁ ହେଉଥିବା ଅପରିଚିତ କିମ୍ବା ଅଜଣା ମୃତଦେହ ଯାହାର ସତ୍କାର କରିବା ପାଇଁ କେହିବି ଦାବିଦାର ନଥିବା ସେହି ମୃତଦେହକୁ "ସମ୍ବଳ" ଅନୁଷ୍ଠାନ ପକ୍ଷରୁ ସତ୍କାର କରାଯାଉଛି । ଆଜି ଏହି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ 600ତମ ଅଜଣା ମୃତଦେହକୁ ସତ୍କାର କରାଯାଇଛି । ଏହି ମହାନ କାର୍ଯ୍ୟରେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଏବଂ ବହୁ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ....Scrub Typhus: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅନୁରୋଧ ରଖିଲେ କେନ୍ଦ୍ରୀୟ ଟିମ, ପ୍ରଭାବିତ ଅଞ୍ଚଳରେ ପରଖିଲେ ସ୍ଥିତି

ତେବେ କେମିତି ଆରମ୍ଭ ହୋଇଥିଲା ଏହି ସମ୍ବଲପୁର ଅନୁଷ୍ଠାନ ଆସନ୍ତୁ ଜାଣିବା । ସମ୍ବଲପୁର ଅନୁଷ୍ଠାନର ପ୍ରମୁଖ ସଦସ୍ୟ ସୁବ୍ରତ ପଣ୍ଡା ଓ ରାମଦାସ ପଣ୍ଡା 2011 ମସିହାରେ ଥରେ କୌଣସି ଏକ ସ୍ଥାନରୁ ଫେରୁଥିବା ବେଳେ ଏକ ଅଭାବନୀୟ ଦୃଶ୍ୟ ଦେଖିଥିଲେ । ସେହି ଦୃଶ୍ୟ ତାଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଥିଲା । ସେହି ଦିନଠାରୁ ସେମାନେ ନିଷ୍ପତ୍ତି ନେଇଥିଲେ ଯେ, ସମ୍ବଲପୁରରେ ଆଉ କୌଣସି ଅଜଣା ମୃତଦେହ ଏମିତି ଅବସ୍ଥା ହେବ ନାହିଁ । ଆଉ ତାପରେ 5 ନଭେମ୍ବର 2021ରେ ଆରମ୍ଭ ହୋଇଥିଲା "ସମ୍ବଳ" ଅନୁଷ୍ଠାନ । ଆଉ ପରେ ଧୀରେଧୀରେ ଲୋକେ ଏହି ଅନୁଷ୍ଠାନ ସହ ଯୋଡ଼ି ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ...ରାଜଧାନୀରେ ହିଟ ଆଣ୍ଡ ରନ ମାମଲା, ଘଟଣାସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.