ETV Bharat / state

ଜଳବନ୍ଦୀ ସମସ୍ୟା ଭୋଗିବନି ସମ୍ବଲପୁର ମହାନଗର ନିଗମ, ପ୍ରସ୍ତୁତି ଆରମ୍ଭ

ଆଗକୁ ବର୍ଷା ଦିନ । ଏଥିପାଇଁ ଚିନ୍ତାରେ ସମ୍ବଲପୁର ମହାନଗର ନିଗମ । ସମ୍ବଲପୁରରେ ସୃଷ୍ଟି ହେଉଥିବା କୃତ୍ରିମ ବନ୍ୟା ପରିସ୍ଥିତିକୁ ଏଡାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ମହାନଗର ନିଗମ । ଅଧିକ ପଢନ୍ତୁ

author img

By

Published : Jun 23, 2023, 9:19 AM IST

smc monsoon preparation
smc monsoon preparation
smc monsoon preparation

ସମ୍ବଲପୁର: ଗୁରୁବାର ଓଡିଶା ଛୁଇଁଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟ କିଛି ସ୍ଥାନରେ ଲାଗି ରହିଥିଲା ବର୍ଷା । ଆଗକୁ ମଧ୍ୟ ବର୍ଷା ଲାଗି ରହିବ । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି l ବର୍ଷା ସମୟରେ ସହରରେ କିପରି କୃତ୍ରିମ ବନ୍ୟା ନହେବ ସେନେଇ ଅଣ୍ଟା ଭିଡିଛି ସମ୍ବଲପୁର ମହାନଗର ନିଗମ । ସହରରେ ଆରମ୍ଭ ହୋଇଛି ସମସ୍ତ ଛୋଟ ବଡ଼ ନାଳ ସଫେଇ କାର୍ଯ୍ୟ । ଟାଙ୍ଗନା, ଧୋବୀଜୋର ଓ ହରଡ଼ଜୋର ପ୍ରାକୃତିକ ନାଳର ସଫେଇ କାର୍ଯ୍ୟ ପୁରା ହୋଇନାହିଁ । ତେଣୁ ମହାନଗର ନିଗମର 10 ଟି ଟିମ ନାଳ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଥିବା କମିଶନର ସୂଚନା ଦେଇଛନ୍ତି l

ବର୍ଷା ଦିନେ ସମ୍ବଲପୁରରେ ସୃଷ୍ଟି ହେଉଥାଏ କୃତ୍ରିମ ବନ୍ୟା ପରିସ୍ଥିତି l ହୀରାକୁଦ ଡ୍ୟାମରୁ 35ରୁ ଅଧିକ ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହୋଇଥାଏ । ସେହି ସମୟରେ ସହରରେ ବର୍ଷା ହେବାରୁ 3 ପ୍ରାକୃତିକ ନାଳରୁ ମହାନଦୀକୁ ବନ୍ୟା ଜଳ ନିଷ୍କାସନ ହୋଇ ନପାରି ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ l ଏଥିପାଇଁ ସହରର ବାଲିବନ୍ଧା ଓ ବିନାଖଣ୍ଡି ଠାରେ ଉଚ୍ଚ ଶକ୍ତି ସମ୍ପନ୍ନ ପମ୍ପିଂ ହାଉସ 2014 ମସିହା ପରରୁ ତିଆରି ହୋଇଛି l ସେଥିପାଇଁ ବର୍ତ୍ତମାନ ସମ୍ବଲପୁର ସହରର ସମସ୍ତ ଛୋଟ ବଡ଼ ନାଳ ସଫେଇ କାର୍ଯ୍ୟ ଜାରି ରହିଛି l ଅନ୍ୟପଟେ 3ଟି ପ୍ରାକୃତିକ ନାଳର ସଫେଇ କାର୍ଯ୍ୟ ମଧ୍ୟ ପୁରା ହୋଇନାହିଁ । ତେଣୁ ବର୍ତ୍ତମାନ ମହାନଗର ନିଗମର 10 ଟି ଟିମ ନାଳ ସଫେଇ କାର୍ଯ୍ୟ କରୁଛନ୍ତି ।

ଅନ୍ୟପଟେ ଯଦି କୌଣସି ବନ୍ୟା ବାତ୍ୟା ପରିସ୍ଥିତି ଉପୁଜେ ତେବେ ତଳିଆ ଅଞ୍ଚଳର ଲୋକଙ୍କୁ ବନ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯିବ। ବନ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରଖାଯିବା ସହ ସ୍ଥାନୀୟ ଲୋକ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡିକୁ ନେଇ ବନ୍ୟା ଆଶ୍ରୟ ସ୍ଥଳୀ କମିଟି ଗଠନ କରାଯାଇଛି l ଏହା ସହ ଏହି କମିଟିର ସଦସ୍ୟ ମାନଙ୍କୁ ମକ ଡ୍ରିଲ କରାଯାଇ ଉଦ୍ଧାର କାର୍ଯ୍ୟ ପ୍ରଶିକ୍ଷଣ ଦିଆଯାଇଛି । ବନ୍ୟା ବାତ୍ୟା ସମୟରେ ବ୍ୟବହାର ହେଉଥିବା ଯନ୍ତ୍ରପାତି ଓ ବିଭିନ୍ନ ଉପକରଣ ଗୁଡିକ କିପରି ବ୍ୟବହାର କରାଯାଏ ସେନେଇ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଥିବା କହଛନ୍ତି ମହାନଗର ନିଗମ କମିଶନର ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.