ସମ୍ବଲପୁର: ଜିଲ୍ଲାରେ ଚାଲିଛି ଦେବ ଦମ୍ପତିଙ୍କ ବାହାଘର । ତାହା ପୁଣି ସମ୍ପୂର୍ଣ୍ଣ ମାନବୀୟ ରୀତିନୀତିରେ । ତେବେ ସବୁକିଛି ଲକ୍ଡାଉନ ନିୟମ ମାନି ପାଳନ ହେଉଛି ।
ଏହି କ୍ରମରେ ଗତକାଲି ରାତ୍ରିରେ ମୁଦୀପଡା, ଝାଡୁଆପଡା ଆଦି ଶୀତଳଷଷ୍ଠୀ ଯାତ୍ରା କମିଟି ସହ ସମସ୍ତ ଯାତ୍ରା କମିଟିର ଦେବ ଦମ୍ପତିଙ୍କ ନିର୍ବନ୍ଧ ଶେଷ ହୋଇଛି । ତେବେ ସବୁକିଛି ଲକଡାଉନ ନୀତି ନିୟମକୁ ପାଳନ କରି ହେଉଥିବା ବେଳେ କେବଳ ପାରମ୍ପାରିକ ରୀତିନୀତି ଉପରେ ଗରୁତ୍ବ ଦେଇ ସବୁକିଛି ହେଉଛି ।
ସୋମବାର ରାତିରେ ଝାଡୁଆପଡା ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରାର ଲୋକନାଥ ବାବା, ମୁଦୀପଡାର ଜାଗେଶ୍ବର ବାବା ସମେତ ସମସ୍ତ ଯାତ୍ରା କମିଟିର ଦେବ ଦମ୍ପତ୍ତିଙ୍କ ନିର୍ବନ୍ଧ ଶେଷ ହୋଇଛି । ଆଜି ରାତିରେ ହନୁମାନ ନିଉତା ବା ଦେବ ନିମନ୍ତ୍ରଣ ହେବାକୁ ଯାଉଛି । ତେବେ ଆସନ୍ତା 27 ତାରିଖ ରାତିରେରେ ହେବ ଦେବ ଦମ୍ପତିଙ୍କ ବିବାହ ।
ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ