ETV Bharat / state

ଆଜି ଆସୁଛନ୍ତି କୈଳାଶ ଖେର, ସଙ୍ଗୀତର ଯାଦୁରେ ଝୁମିବ ସମ୍ବଲପୁର

ଆଜି ସମ୍ବଲପୁରର PHD ପଡିଆରେ ହକି ବିଶ୍ଵକପକୁ ନେଇ ଏକ ସ୍ୱତନ୍ତ୍ର ସଂଗୀତ କାର୍ଯ୍ୟକ୍ରମ ହେବ ଅନୁଷ୍ଠିତ । ଏଥିସହ ବଲିଉଡ କଳାକାର କୈଳାସ ଖେରଙ୍କ ଗୀତରେ ଝୁମିବେ ଦର୍ଶକ । ଅଧିକ ପଢନ୍ତୁ

author img

By

Published : Jan 18, 2023, 7:14 AM IST

hockey world cup
hockey world cup
hockey world cup

ସମ୍ବଲପୁର: ଆଜି ବଲିଉଡ କଳାକାର କୈଳାସ ଖେରଙ୍କ ଗୀତରେ ଝୁମିବ ସମ୍ବଲପୁର । ସମ୍ବଲପୁରର PHD ପଡିଆରେ ହକି ବିଶ୍ଵକପକୁ ନେଇ ଏକ ସ୍ୱତନ୍ତ୍ର ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି l ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି l

ସୂଚନା ମୁତାବକ, ଗତକାଲି ରାତିରେ ବଲିଉଡ ସିଙ୍ଗର କୈଳାସ ଖେର ଓ ତାଙ୍କ ଟିମ ସମ୍ବଲପୁର ପହଞ୍ଚିଛନ୍ତି । ଏଥିସହ ଆଜି ସମ୍ବଲପୁର ଅଇଁଠାପାଲି ସ୍ଥିତ PHD ପଡିଆରେ ହକି ବିଶ୍ଵକପର ପ୍ରମୋସନ ପାଇଁ ଏକ ସ୍ୱତନ୍ତ୍ର ମ୍ୟୁଜିକାଲ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ l ତେବେ ଏହି କାର୍ଯ୍ୟକ୍ରମ 1 ଘଣ୍ଟା 30 ମିନିଟ ଧରି ଚାଲିବ । ଏଥିପାଇଁ ପ୍ରାୟ 20 ରୁ 30 ହଜାର ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ଗତକାଲି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଏସଏମସି କମିଶନର ପ୍ରଦୀପ କୁମାର ସାହୁ, ଏସଏମସି ଏନଫୋର୍ସମେଣ୍ଟ ଅଫିସର ଶୁଭଙ୍କର ମହାନ୍ତି ଆଦି PHD ପଡିଆକୁ ଯାଇ ପ୍ରସ୍ତୁତି ପରଖିଛନ୍ତି ।

ଏହି କାର୍ଯ୍ୟକ୍ରମ ପାଇଁ 10 ହଜାର ଚେୟାରର ବ୍ୟବସ୍ଥା ହୋଇଛି l ଏଥିପାଇଁ PHD ପଡିଆରେ ଚାଲିଥିବା ପଲ୍ଲିଶ୍ରୀ ମେଳାର ଷ୍ଟଲ ଗୁଡିକୁ ଉଠାଇ ଦିଆଯାଇଛି l ଏହି କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ମାଗଣା ହୋଇଥିବାରୁ କୌଣସି ପାସ ବ୍ୟବସ୍ଥା ନାହିଁ l ଯିଏ ଆଗୁଆ ଆସିବ ସେ ସିଟ ପାଇବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି l ଅନ୍ୟପଟେ ଦର୍ଶକଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ପ୍ରୋଜେକ୍ଟରର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଲୋକଙ୍କ ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.