ETV Bharat / state

ମା' ସମଲେଶ୍ୱରୀ ପୀଠରେ କେମିତି ହୁଏ ଷୋଡଶ ଉପଚାର ପୂଜା, ଆସନ୍ତୁ ଜାଣିବା

ମା' ସମଲେଶ୍ୱରୀଙ୍କ ପୀଠ ଦଶହରାରେ ପୂଜା ପାଇଁ ସ୍ୱତନ୍ତ୍ର ରୀତିନୀତି । 16 ଦିନରେ ମା'ଙ୍କ 16 ଜ୍ୟୋତି ସ୍ୱରୂପରେ ପୂଜା ପାଆନ୍ତି । ଅଧିକ ପଢନ୍ତୁ

ମା' ସମଲେଶ୍ୱରୀଙ୍କ ଠାରେ କେମିତି ହୋଇଥାଏ ଷୋଡଶ ଉପଚାର ପୂଜା , ଆସନ୍ତୁ ଜାଣିବା

author img

By ETV Bharat Odisha Team

Published : Oct 10, 2023, 8:34 AM IST

ମା' ସମଲେଶ୍ୱରୀଙ୍କ ଠାରେ କେମିତି ହୋଇଥାଏ ଷୋଡଶ ଉପଚାର ପୂଜା , ଆସନ୍ତୁ ଜାଣିବା

ସମ୍ବଲପୁର: ମା' ସମଲେଶ୍ୱରୀଙ୍କ ପୀଠ l ଏ ହେଉଛି ପଶ୍ଚିମ ଓଡିଶାର ଅନ୍ୟତମ ପ୍ରମୁଖ ଦେବୀ ପୀଠ । ପ୍ରତ୍ୟେକ ବର୍ଷ ଦଶହରାରେ ଏହି ପୀଠରେ ସ୍ୱତନ୍ତ୍ର ରୀତିନୀତିରେ ପୂଜା ହୋଇଥାଏ l ପ୍ରଥମ କଥା ହେଲା ସମଲେଶ୍ୱରୀ ମନ୍ଦିରରେ ବ୍ରାହ୍ମଣ ପରିବର୍ତ୍ତେ କ୍ଷତ୍ରୀୟମାନେ ପୂଜା କରିଆସୁଛନ୍ତି l ବିଗତ 10 ପିଢି ହେଲା ଚୌହାନ ବଂଶୀୟ କ୍ଷତ୍ରୀୟମାନେ ଏଠାରେ ପୂଜା କରୁଛନ୍ତି l ଶହ ଶହ ବର୍ଷ ହେଲା ଏହି ପରମ୍ପରା ଜାରି ରହିଛି l

ମୁଖ୍ୟତଃ ମୂଳାଷ୍ଟମୀ ବା ପୁଅ ଜୀଉଁନ୍ତିଆଁ ପର୍ବ ଠାରୁ ଏହି ପୀଠରେ ମା'ଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିଥାଏ l 16 ଦିନରେ ମା' 16 ଜ୍ୟୋତି ସ୍ୱରୂପରେ ପୂଜା ପାଆନ୍ତି l ପ୍ରତ୍ୟେକ ଦିନ ରାତି 8 ଟାରେ ହୋଇଥାଏ ପୂଜା l ଦୁର୍ଗା, ନାରାୟଣୀ, ଈଶାନୀ, ବିଷ୍ଣୁମାୟା, ଶିବା, ସତୀ, ନିତ୍ୟା, ସତ୍ୟା, ଭଗବତୀ, ସର୍ବାଣୀ, ସର୍ବ ମଙ୍ଗଳା, ଅମ୍ବିକା, ବୈଷ୍ଣବି, ଗୌରୀ, ପାର୍ବତୀ, ସନାତନୀ, ଆଦି 16ଟି ଜ୍ୟୋତି ସ୍ୱରୂପରେ 16 ଦିନ ଧରି ପୂଜା ପାଆନ୍ତି l

ଏହି ଭିତରେ ମହାଳୟା ତିଥିରେ ସମଲେଶ୍ୱରୀଙ୍କ ଗଙ୍ଗାବେଶରେ ମଧ୍ୟ ସଜ୍ଜିତ କରାଯିବାର ପରମ୍ପରା ରହିଛି l ମା'ଙ୍କ ଏହି ବେଶକୁ ଦର୍ଶନ କଲେ ଗଙ୍ଗାସ୍ନାନର ପୁଣ୍ୟ ମିଳିଥାଏ ବୋଲି ମାନ୍ୟତା ରହିଛି l ତେଣୁ ପ୍ରତ୍ୟେକ ବର୍ଷ ଶ୍ରାଦ୍ଧ ତର୍ପଣ ପରେ ବହୁ ଲୋକ ମା'ଙ୍କ ଏହି ଗଙ୍ଗାବେଶ ବା ଧବଳମୁଖୀ ବେଶର ଦର୍ଶନ କରନ୍ତି l

ଏହା ମଧ୍ୟ ପଢନ୍ତୁ...Gopobandhu Jayanti: ଉତ୍ସବ ମୁଖରିତ ସୁଆଣ୍ଡୋ, ବ୍ୟାପକ ଆୟୋଜନକୁ ବଂଶଜଙ୍କ ପ୍ରଶଂସା

ଏହାପରେ ମହାଳୟା ପରବର୍ତ୍ତୀ ପ୍ରତିପଦା ଠାରୁ ମା'ଙ୍କ ଠାରେ ଅଖଣ୍ଡ ଦୀପ ପ୍ରଜ୍ଜଳନ ହୁଏ ଓ ଶ୍ରଦ୍ଧାଳୁମାନେ ମଧ୍ୟ ମାନସିକ ଦୀପ ଜାଳିଥାନ୍ତି l ଆଉ ଏହି ଦିନଠାରୁ 9 ଦିନ ଯାଏଁ ମା'ଙ୍କ ବିଭିନ୍ନ ଶ୍ରୀଙ୍ଗାର ହୋଇଥାଏ l ଅଷ୍ଟମୀ ତିଥିରେ ସନ୍ଧ୍ୟା 6ଟାରେ ଖଣ୍ଡାଧୁଆ ଯାତ୍ରା ହୋଇଥାଏ l ଏହାପରେ ଆଖଡ଼ା ପରିକ୍ରମା ଓ ଧ୍ବଜା ପରିକ୍ରମା ହୋଇଥାଏ l ଦଶମୀ ତିଥିରେ କଳସ ବିସର୍ଜନ ଓ ରଣଜିତା ଉତ୍ସବ ଅନୁଷ୍ଠିତ ହୋଇଥାଏ l ପରେ କୁମାର ପୂର୍ଣ୍ଣିମା ତିଥିରେ ମା'ଙ୍କ ମନ୍ଦିରରେ ନୂତନ ଧ୍ବଜା ଆରୋହଣ ହୋଇଥାଏ l

ଏହି ପୀଠରେ ରାଜସିକ ପଦ୍ଧତିରେ ପୂଜା ହୋଇଥାଏ l ଏହି 16 ଦିନ ପୂଜକ ବ୍ରାହ୍ମଚାର୍ଯ୍ୟ ପାଳନ ପୂର୍ବକ ଗୋଟିଏ ଓଳି ଉପବାସ କରି ଗୋଟିଏ ଓଳି ସାତ୍ତ୍ବିକ ଭୋଜନ ଗ୍ରହଣ କରନ୍ତି l ଏହାସହ ଏହି 16 ଦିନ ଧରି ପୂଜକ ଭୂମିରେ ଶୟନ କରିବାର ବିଧି ରହିଛି l ଏହି ସବୁ ବିଧିରେ ବ୍ୟତିକ୍ରମ ହେଲେ ଅନିଷ୍ଟ ହୋଇଥାଏ ବୋଲି ପୂଜକ କୁହନ୍ତି l ଦଶହରା ସମୟରେ ମା'ଙ୍କ ଠାରେ ଦୀପ ଜାଳିଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି l ତେଣୁ ଏହି ସମୟରେ ମନ୍ଦିରରେ ପ୍ରବଳ ଜନ ସମାଗମ ହୋଇଥାଏ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.