ETV Bharat / state

ପ୍ରଚଣ୍ଡ ଖରା ଦାଉ ସାଧୁଛି, ସମ୍ବଲପୁରରେ ଅସ୍ତବ୍ୟସ୍ତ ଜନଜୀବନ

ସମ୍ଵଲପୁର ସହରରେ ଏବେ ଦିନ ଦ୍ଵିପ୍ରହରରେ ଲୁଚକାଳି ଖେଳୁଛି ମରୀଚିକା । ସହରରେ ତାପମାତ୍ର ଗତ କିଛିଦିନ ହେଲା 43 ଡିଗ୍ରୀ ଉପରେ ରହିଛି । ପ୍ରଚଣ୍ଡ ଖରା ଦାଉ ସାଜୁଛି ।

author img

By

Published : Apr 29, 2019, 11:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ତତଲା ତାୱାରେ ସିଝୁଛି ସମ୍ବଲପୁର । ଦିନ 10 ଟାରୁ ସନ୍ଧ୍ୟା 4.30 ପର୍ଯ୍ୟନ୍ତ ଶୂନଶୂାନ ହୋଇଯାଉଛି ସମ୍ଵଲପୁର ସହର । ସତେ ଯେମିତି ଅଘୋଷିତ କର୍ଫ୍ୟୁ ଜାରି ରହିଛି ସହରସାରା । ସମ୍ଵଲପୁର ସହରରେ ଏବେ ଦିନ ଦ୍ଵିପ୍ରହରରେ ଲୁଚକାଳି ଖେଳୁଛି ମରୀଚିକା । ସହରରେ ତାପମାତ୍ର ଗତ କିଛିଦିନ ହେଲା 43 ଡିଗ୍ରୀ ଉପରେ ରହିଛି । ପ୍ରଚଣ୍ଡ ଖରା ଦାଉ ସାଜୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଜଳୁଛି ସାରା ସହର। ହଜିଯାଇଛି ଶୀତଳତା। ନିହାତି କାମ ନପଡିଲେ ଲୋକେ ଘରୁ ବାହାରୁ ନାହାଁନ୍ତି । ଘରୁ ବାହାରିଲେ ଛତା,ଗାମୁଛା ଧରି ବାହାରୁଛନ୍ତି । ଗରମରୁ ରକ୍ଷା ପାଇବା ପାଇଁ ଆଖୁ ରସ, ଫଳ ରସ, ତରଭୁଜ ଦୋକାନରେ ଭିଡ଼ । ସହରରେ ବିଭିନ୍ନ ସ୍ଥାନରେ ଥିବା ଅମୃତଧାର ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ ଥିବାରୁ ସହର ବାସୀଙ୍କ ଚିନ୍ତା ବଢିଛି।

ଏପଟେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ ଗ୍ରାଷ୍ମ ପ୍ରବାହ ନେଇ ଏକ ପ୍ରସ୍ତୁତି ବୈଠକ ହୋଇସାରିଛି।ଏହା ଅନୁସାରେ ଗ୍ରାମାଞ୍ଚଳରରୁ ସହର ସବୁଠି ଜଳଛତ୍ରର ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମ ପ୍ରବାହରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହାସହ ଖରା ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ଡାକ୍ତରଖାନାରେ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି । ଯଦି କୌଣସି ବ୍ୟକ୍ତି ଅଂଶୁଘାତରେ ପ୍ରାଣ ହରାଉଛନ୍ତି ତେବେ କ୍ଷତିପୂରଣ ଅର୍ଥ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.