ETV Bharat / state

ସମ୍ବଲପୁରରେ ଭୟଙ୍କର ଦୁର୍ଘଟଣା: କେନାଲକୁ ବରଯାତ୍ରୀ ଗାଡି ଖସି 7 ମୃତ, 4 ଆହତ - ଭାରସାମ୍ୟ ହରାଇ କେନାଲକୁ ଖସିଲା ବରଯାତ୍ରୀ ଗାଡି

ଭାରସାମ୍ୟ ହରାଇ କେନାଲକୁ ଖସିଲା ବରଯାତ୍ରୀ ଗାଡି । 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

several killed as bolero overturns in sambalpur

author img

By

Published : Mar 31, 2023, 7:16 AM IST

Updated : Mar 31, 2023, 1:45 PM IST

ସମ୍ବଲପୁରରେ ଭୟଙ୍କର ଦୁର୍ଘଟଣା

ସମ୍ବଲପୁର: ସମ୍ବଲପୁରରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ କେନାଲକୁ ଖସିଲା ବରଯାତ୍ରୀ ଗାଡି । ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଆହତ ହୋଇଥିଲା ସୂଚନା । ସମ୍ବଲପୁରର ଶାସନ କେନାଲ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏକ ବୋଲେରୋ କେନାଲ ମଧ୍ୟକୁ ଖସିପଡିଥିଲା । ସମସ୍ତ ମୃତକ ହେଉଛନ୍ତି ଅଜିତ ଖମାରୀ, ଦିବ୍ୟ ଲୁହା, ସରୋଜ ସେଟ, ସୁମନ୍ତ ଭୋଇ, ସୁବଳ ଭୋଇ, ରମାକାନ୍ତ ଭୂୟାଁ ଓ ଡ୍ରାଇଭର ଶତୃଘ୍ନ ଭୋଇ ।

ସମ୍ବଲପୁର ପରମାଣପୁରରୁ ଝାରସୁଗୁଡା ଜିଲ୍ଲା ବଡଧରା ଗାଁକୁ ବରଯାତ୍ରୀ ଗାଡିଟି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ଡ୍ରାଇଭର ୟୁ ଟର୍ଣ୍ଣ ରାସ୍ତା ଜାଣି ନପାରିବାରୁ ଗାଡିଟି ଶାସନ କେନାଲ ଭିତରକୁ ପଶି ଯାଇଥିଲା । ଗାଡ଼ିରେ ମୋଟ 11 ଜଣ ରହିଥିଲେ । ଗାଡି ଭିତରୁ ବାହାରି ନପାରିବାରୁ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କର ମୃତ୍ୟୁ ହୋଇଥିଲା ।

ଗତକାଲି ବିଳମ୍ବିତ ରାତି ପ୍ରାୟ 2ଟାରେ ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିଲା । ଆହତ 4 ଜଣଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଗତକାଲି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବଡ଼ଧରା ଗାଁରୁ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ପରମାଣପୁର ଅଞ୍ଚଳକୁ ଏକ ବରଯାତ୍ରୀ ଦଳ ଯାଇଥିଲେ । ତେବେ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଶାସନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କେନାଲରୁ ବୋଲେରୋକୁ ଉଦ୍ଧାର କରି ତଦନ୍ତ ଚଳାଇଛି ।

  • ସମ୍ବଲପୁରରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନୀ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ସମସ୍ତଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏଥିସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।

    — Naveen Patnaik (@Naveen_Odisha) March 31, 2023 " class="align-text-top noRightClick twitterSection" data=" ">

ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏପରି ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନୀ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ସମସ୍ତଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏଥିସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହା ମଧ୍ୟ ପଢନ୍ତୁ-E Rickshaw Service: ରୋଗୀଙ୍କ ସୁବିଧା ପାଇଁ ଆଉ 7ଟି ଇ- ରିକ୍ସା ଶୁଭାରମ୍ଭ, ଚଳାଇଲେ ବିଧାୟକ

ସୂଚନା ଥାଉକି, ଗତ ବୁଧବାର ବାଲେଶ୍ବର ଜିଲ୍ଲାର କଣ୍ଟାବଣିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ବାଇକ ସହ ଏକ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଅପରାହ୍ନ ସମୟରେ ଦୁଇ ଜଣ ଯୁବକ ବାଇକ ଯୋଗେ କଣ୍ଟାବଣିଆ ଛକ ଅତିକ୍ରମ କରୁଥିବା ସମୟରେ ବିପରୀତ ପଟରୁ ଆସୁଥିବା ଏକ ଦ୍ରୁତଗାମୀ ପିକଅପ ଭ୍ୟାନଟି ବାଇକ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକଟି ଜଳି ଯାଇଥିବା ବେଳେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ତେବେ ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସହଦେବ ଖୁଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ସହଦେବ ଖୁଣ୍ଟା ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନତୁ-Zero Casualty week: ନାବାଳକ ଗାଡି ଚଳେଇଲେ ରଦ୍ଦ ହେବ ବାପାଙ୍କ ଲାଇସେନ୍ସ

ଗତ ଫେବୃଆରୀ 25 ତାରିଖରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅନ୍ତର୍ଗତ ନେଉଳପୁର ଠାରେ ସଡକ ଦୁର୍ଘଟଣା ଘଟିଥିଲା । ରାସ୍ତାକଡରେ ଛିଡା ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଧକ୍କା ଦେଇଥିଲା ଅନ୍ୟ ଏକ ଟ୍ରକ । ଫଳରେ ଘଟଣାସ୍ଥଳରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପର ମୂହୁର୍ତ୍ତରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ସମସ୍ତ ମୃତାହତ ପଶ୍ଚିମବଙ୍ଗ ଅଞ୍ଚଳର ହୋଇଥିବା ଜଣାପଡିଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଧର୍ମଶାଳା ପୋଲିସ ଘଟଣାର ତଦନ୍ତ କରିଥିଲା ।

ଇଟିଭି ଭାରତ, ସମ୍ବଲପୁର

Last Updated : Mar 31, 2023, 1:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.