ETV Bharat / state

କୋରୋନା ମାଡ;  ସହାୟତା ପାଇଁ ଜିଲ୍ଲାପାଙ୍କୁ ଦାବିପତ୍ର ଦେଲା ଲାଇଟ ସାଉଣ୍ଡ ବ୍ୟବସାୟୀ ସଂଘ

କୋଭିଡ କଟକଣା ଯୋଗୁଁ ଭୁଷୁଡି ପଡିଛି ଲାଇଟ ସାଉଣ୍ଡ ବ୍ୟବସାୟ । ରୋଜଗାର ହରାଇଛନ୍ତି 6 ହଜାର ଲୋକ । ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳ ନିକଟରେ ଦାବି କଲେ ସମ୍ବଲପୁର ଲାଇଟ ସାଉଣ୍ଡ ବ୍ୟବସାୟୀ ସଂଘ ।

author img

By

Published : Oct 9, 2020, 9:09 PM IST

ସମ୍ବଲପୁର ଲାଇଟ ସାଉଣ୍ଡ ଆସୋସିଏସନ
ସମ୍ବଲପୁର ଲାଇଟ ସାଉଣ୍ଡ ଆସୋସିଏସନ

ସମ୍ବଲପୁର: କୋରୋନା ମାଡ଼ରେ ସବୁକିଛି ଧରାଶାୟୀ ହୋଇ ପଡ଼ିଛି । ଶିକ୍ଷା ଠାରୁ ଆରମ୍ଭ କରି ବାଣିଜ୍ୟ ବ୍ୟବସାୟ ସବୁଠି କୋରୋନା ଦାଉ । ଏଥିରୁ ବାଦ ପଡ଼ିନି ଲାଇଟ ସାଉଣ୍ଡ ବ୍ୟବସାୟ । ମୁଖ୍ୟତଃ ପର୍ବ ପର୍ବାଣି ଓ ବିବାହ ବ୍ରତରେ ଏହି ବ୍ୟବସାୟୀମାନେ ଭଲ ଲାଭ ପାଉଥିବା ବେଳେ, କୋଭିଡ୍ କଟକଣା ଯୋଗୁଁ ବ୍ୟବସାୟ ପୂରାପୂରି ଭୁଶୁଡି ପଡି଼ଛି । ଫଳରେ ବେରୋଜଗାର ହୋଇ ଯାଇଛନ୍ତି ହଜାର ହଜାର ଲୋକ । ଏଥିପାଇଁ ସହାୟତା ଯୋଗାଇ ଦେବାକୁ ଶୁକ୍ରବାର ସମ୍ବଲପୁର ଜିଲ୍ଲା ଲାଇଟ ସାଉଣ୍ଡ ଆସୋସିଏସନ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

କୋରୋନା ମାଡ; 7 ମାସ ହେଲା ଲାଇଟ ସାଉଣ୍ଡ ବ୍ଯବସାୟ ଠପ, ଦୁର୍ଦିନରେ 6 ହଜାର ଲୋକ

ମୁଖ୍ୟତଃ ଫେବୃଆରୀରୁ ଅଗଷ୍ଟ ମାସ ଭିତରେ ଲାଇଟ ସାଉଣ୍ଡ ବ୍ୟବସାୟ ହୋଇଥାଏ । କିନ୍ତୁ କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ବ୍ୟବସାୟ ପୂରା ଠପ୍ ହୋଇ ଯାଇଛି । ଫଳରେ କେବଳ ସମ୍ବଲପୁର ଜିଲ୍ଲାରେ 6 ହଜାର ଲୋକ ବେରୋଜଗାର ହୋଇଯାଇଥିବା ବେଳେ ଦୀର୍ଘ 7 ମାସ ହେଲା ଲକ୍ଷଲକ୍ଷ ଟଙ୍କାର କ୍ଷତି ସହି ଆସୁଛନ୍ତି ବ୍ୟବସାୟୀ। ଅନ୍ୟପଟେ ଘରଭଡ଼ା ଓ ବ୍ୟାଙ୍କ କିସ୍ତି ଦେବାରେ ଅସମର୍ଥ ବ୍ୟବସାୟୀ ।

ତେଣୁ କୋଭିଡ କଟକଣା ଭିତରେ କୋଭିଡ ନିୟମ ପାଳନ କରି ବିବାହ, ବ୍ରତ ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ସବୁ ବ୍ୟବସାୟକୁ ଅନୁମତି ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରଛନ୍ତି ଲାଇଟ ସାଉଣ୍ଡ ଆସୋସିଏସନ ସଂଘ । ଏନେଇ ଶୁକ୍ରବାର ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ଦିଆଯାଇଛି ।

ସେପଟେ ଜଣେ ବ୍ୟବସାୟୀ ମାସିକ ହାରାହାରି 6 ଲକ୍ଷ ରୁ ଉର୍ଦ୍ଧ୍ବ କ୍ଷତି ସହୁଥିବା କହିଛନ୍ତି। ଗୋଦାମ, ଘରଭଡା ଓ ବ୍ୟାଙ୍କ କିସ୍ତି ଦେବାରେ ବର୍ତ୍ତମାନ ସେମାନ ଅସମର୍ଥ ଥିବା କହିଛନ୍ତି। ତେଣୁ କୋଭିଡ କଟକଣା ଭିତରେ ଜିଲ୍ଲା ପ୍ରଶାସନ କୋଭିଡ ନିୟମ ପାଳନ କରି ବିବାହ, ଵ୍ରତ ତଥା ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ୟବସାୟ କରିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି ଜିଲ୍ଲା ପ୍ରଶାସନ ନିକଟ ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.