ETV Bharat / state

ସ୍ବାବଲମ୍ବୀ ମହିଳା, ରୋଜଗାର ଦେବ ବାନ୍ଧକଳା - ଆନ୍ତର୍ଜାତୀୟ ସ୍ତରରେ ସମ୍ବଲପୁରୀ ବାନ୍ଧକଳା

ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସମ୍ବଲପୁରୀ ବାନ୍ଧକଳାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। କୌଳିକ ବୃତ୍ତିକୁ ଆପଣାଇ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ନିଆରା ପଦକ୍ଷେପ ଆପଣାଇଛି। ମିଶନ ଶକ୍ତି ବିଭାଗ ପକ୍ଷରୁ ବୟନଶିଳ୍ପ ବିଭାଗର ସହାୟତାରେ ମହିଳାଙ୍କୁ ବାନ୍ଧକଳା ତାଲିମ ଦିଆଯାଉଛି । ଅଧିକ ପଢ଼ନ୍ତୁ

sambalpuri handloom bandhakala training to women in sambalpur
ସ୍ବାବଲମ୍ବୀ ମହିଳା, ରୋଜଗାର ଦେବ ବାନ୍ଧକଳା
author img

By

Published : Oct 23, 2022, 5:24 PM IST

Updated : Oct 23, 2022, 10:49 PM IST

ସମ୍ବଲପୁର: ଓଡ଼ିଶା ପରମ୍ପରାର ଏକ ମୁଖ୍ୟ ଅଙ୍ଗ ହେଉଛି ବାନ୍ଧକଳା । ବିଶ୍ବରେ ଏହାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ବଲପୁରୀ ବାନ୍ଧକଳାର ଚାହିଦା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସମ୍ବଲପୁରୀ ବାନ୍ଧକଳାର ତାଲିମ ପ୍ରଦାନ କରୁଛି। କେବଳ ଏତିକି ନୁହେଁ ଏଥିପାଇଁ ଜଣେ ଟ୍ରେନର ମଧ୍ୟ ନିଯୁକ୍ତ କରାଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ସମ୍ବଲପୁରୀ ବାନ୍ଧକଳାର ପ୍ରଚାର ପ୍ରସାର ହେବା ସହ ମହିଳା ମାନେ ଦୁଇ ପଇସା ରୋଜଗାର କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି।

ରୋଜଗାର ଦେବ ବାନ୍ଧକଳା

ସମ୍ବଲପୁରୀ ବାନ୍ଧକଳା ବା ହସ୍ତତନ୍ତର ବେଶ ଚାହିଦା ରହିଛି। ବିଶ୍ବ ବଜାରରେ ସୁନାମ ଅର୍ଜନ କରିଛି ସମ୍ବଲପୁରୀ ଶାଢୀ । ସୂକ୍ଷ୍ମ କାରିଗରୀ ଓ ପ୍ରାକୃତିକ ରଙ୍ଗର ହାତବୁଣା ବାନ୍ଧକଳା ଘରେ ଘରେ ପରିଚିତ । ତେବେ ଏହାର ଦାମ ବହୁତ ଅଧିକ ଥିବା ବେଳେ ମୁଖ୍ୟତଃ ବଡ଼ ବ୍ୟବସାୟୀମାନେ ହିଁ ଲାଭ ଉଠାଉଛନ୍ତି । କିନ୍ତୁ ଉଚିତ ପାଉଣାରୁ ବଞ୍ଚିତ ହୋଇଥାନ୍ତି ବୁଣାକାର । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ନିଆରା ଉଦ୍ୟମ । ଜିଲ୍ଲା ପ୍ରଶାସନର ମିଶନ ଶକ୍ତି ବିଭାଗ ପକ୍ଷରୁ ବୟନଶିଳ୍ପ ବିଭାଗର ସହାୟତାରେ ସମ୍ବଲପୁରର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନେଇ ଏକ ଉତ୍ପାଦକ ଗୋଷ୍ଠୀ ଗଠନ କରାଯାଇଛି ଏବଂ ସେମାନଙ୍କୁ ସମ୍ବଲପୁରୀ ବାନ୍ଧାକଳା କଳା ନେଇ ତାଲିମ ପ୍ରଦାନ କରାଯାଉଛି । ଏଥିପାଇଁ ଟେକ୍ସଟାଇଲ ବିଭାଗର ଏକ ଟ୍ରେନର ନିଯୁକ୍ତ ହୋଇଛନ୍ତି । ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କାର୍ଡୋଳା ଗ୍ରାମରେ ଏହି ତାଲିମ ପ୍ରଦାନ କରାଯାଉଛି । ଏଥିରେ 18 ଜଣ ମହିଳାଙ୍କୁ ସମ୍ବଲପୁରୀ ହସ୍ତତନ୍ତର ରଙ୍ଗ ବୋଲିବା, ବୁଣିବା ପରି ଟିକିନିକି ସବୁ କୌଶଳର ତାଲିମ ପ୍ରଦାନ କରାଯାଉଛି । 4 ମାସ ଧରି ଏହି ତାଲିମ ପ୍ରଦାନ କରାଯିବ।

ଏହା ମଧ୍ୟ ପଢ଼ନ୍ତୁ: ଏକାମ୍ର ହାଟରେ ମେଲିଛି ମାଟିଦୀପର ପସରା, ମନମୋହୁଛି ରଙ୍ଗବେରଙ୍ଗର ଦୀପ

କୌଳିକ ବୃତ୍ତିର ତାଲିମ ନେଇ ମହିଳାମାନେ ବେଶ ଖୁସି ଅଛନ୍ତି। ଏନେଇ ସେମାନେ କହିଛନ୍ତି, "ବାନ୍ଧକଳା ତାଲିମ ନେବା ଦ୍ବାରା ଆମେ ଆତ୍ମନିର୍ଭରଶୀଳ ହୋଇପାରିବୁ । ଦୁଇ ପଇସା ଭଲ ରୋଜଗାର କରିବା ସହ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବୁ । ପୂର୍ବରୁ ଏହି ସବୁ କାର୍ଯ୍ୟ କେବଳ ଘରର ପୁରୁଷ ମାନେ କରୁଥିଲେ । ବର୍ତ୍ତମାନ ଆମକୁ ବି ସୁଯୋଗ ମିଳିଛି ।"

ଏହାସହ ପୂର୍ବରୁ ବଡ଼ବଡ଼ ବ୍ୟବସାୟୀଙ୍କଠାରୁ କଞ୍ଚାମାଲ ଓ ଡିଜାଇନ ଆଣି ଏମାନେ ବୁଣାବୁଣି କାର୍ଯ୍ୟରେ କେବଳ ସହାୟତା କରୁଥିଲେ । ଯଦି ବି ଘରର ପୁରୁଷମାନେ କୌଣସି ସମ୍ବଲପୁରୀ ବସ୍ତ୍ର ତିଆରି କରୁଥିଲେ ମଧ୍ୟ ଏହାର ଲାଭର ସିଂହଭାଗ ବଡ଼ ବ୍ୟବସାୟୀମାନେ ହିଁ ଉଠାଉଥିଲେ। ତେବେ ବର୍ତ୍ତମାନ ଏହି ତାଲିମ ପାଇବା ପରେ ସମ୍ବଲପୁରୀ ବସ୍ତ୍ର ତିଆରି କରିବାରେ ମହିଳାମାନେ ସ୍ୱୟଂ ସମ୍ପୂର୍ଣ୍ଣ ହୋଇ ପାରିବେ ବୋଲି କହିଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରୁଛି ।

ନିଜ ହାତରେ ମନଲୋଭା ରଙ୍ଗବେରଙ୍ଗର ଶାଢ଼ୀ ବୁଣୁଛନ୍ତି ମହିଳା । ତିଆରି କରୁଥିବା ଶାଢ଼ୀକୁ ଅନଲାଇନ ମାଧ୍ୟମରେ ବିକ୍ରିକରି ବେଶ ଲାଭବାନ ହେଉଛନ୍ତି । ଖାଲି ସେତିକି ନୁହେଁ ବ୍ୟବସାୟିକ ଅନୁଷ୍ଠାନ ସହ ଯୋଡ଼ି ହୋଇ ସେୟାର ହୋଲ୍ଡର ହୋଇପାରିଛନ୍ତି । କୌଳିକ ବୃତ୍ତିକୁ ଜାବୁଡ଼ି ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଏକ ପଦକ୍ଷେପ ନିହାତି ସ୍ବାଗତଯୋଗ୍ୟ । ଯାହା ମହିଳାଙ୍କୁ ଆତ୍ମନିର୍ଭର କରିବା ସହ ରାଜ୍ୟ ହସ୍ତହନ୍ତ କଳାର ବିକାଶ ଘଟାଇବାରେ ସହାୟକ ।

ଇଟିଭି ଭାରତ, ସମ୍ବଲପୁର

Last Updated : Oct 23, 2022, 10:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.