ETV Bharat / state

25 ବର୍ଷରେ ରାଜ୍ୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତା

author img

By

Published : Dec 25, 2022, 6:20 PM IST

Updated : Dec 25, 2022, 7:03 PM IST

ସମ୍ବଲପୁରୀ ଭାଷାର ପ୍ରଚାରପ୍ରସାର ପାଇଁ ସମ୍ବଲପୁର ଝାଡୁଆପଡା ଆରଣ୍ୟକ ମଞ୍ଚରେ ଆରମ୍ଭ ହୋଇଛି ବୀର ସୁରେନ୍ଦ୍ର ସାଏ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତା । ଚଳିତ ବର୍ଷ ଏହି ପ୍ରତିଯୋଗିତା 25 ବର୍ଷରେ ପାଦ ଥାପିଛି । ଅଧିକ ପଢନ୍ତୁ

Sambalpuri Drama Competition
ସମ୍ବଲପୁରୀ ନାଟକ ପ୍ରତିଯୋଗୀତା
ସମ୍ବଲପୁରୀ ନାଟକ ପ୍ରତିଯୋଗିତା

ସମ୍ବଲପୁର: ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତା । ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର ପାଇଁ ସମ୍ବଲପୁର ଝାଡୁଆପଡା ଆରଣ୍ୟକ ମଞ୍ଚରେ ଆରମ୍ଭ ହୋଇଛି ବୀର ସୁରେନ୍ଦ୍ର ସାଏ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତା । ଚଳିତ ବର୍ଷ ଏହା ୨୫ ବର୍ଷରେ ପଦାର୍ପଣ କରିଥିବା ବେଳେ ଏଥିରେ ୧୮ଟି ନାଟ୍ୟ ଦଳ ଭାଗ ନେଇ ମଞ୍ଚରେ ନାଟକ ପରିବେଷଣ କରିବାକୁ ଯାଉଛନ୍ତି ।

ତେବେ ସମ୍ବଲପୁର ସହରର ଅନ୍ୟତମ ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ "ଯୁବ ଉଦୟନ" ପକ୍ଷରୁ ସମ୍ବଲପୁର ଠାରେ 25 ତମ ରାଜ୍ୟ ସ୍ତରୀୟ ବୀର ସୁରେନ୍ଦ୍ର ସାଏ ସମ୍ବଲପୁରୀ ନାଟକ ପ୍ରତିଯୋଗୀତା ଉଦଘାଟିତ ହୋଇଯାଇଛି । ୧୯୯୭ ମସିହାରୁ ଆରମ୍ଭ ହୋଇଥିବା ଏହି ନାଟକ ପ୍ରତିଯୋଗୀତା ଚଳିତ ବର୍ଷ ୨୫ ବର୍ଷରେ ପଦାର୍ପଣ କରିଥିବା ବେଳେ ଏଥର ୧୮ ଟି ନାଟ୍ୟ ଦଳ ଭାଗ ନେଇଛନ୍ତି । ବରଗଡ ସାଂସଦ ସୁରେଶ ପୁଜାରୀ ଏହି ନାଟକ ପ୍ରତିଯୋଗୀତାକୁ ଉଦଘାଟନ କରିଥିବା ବେଳେ ଉଦଘାଟନୀ ସମାରୋହ ସନ୍ଧ୍ୟାରେ ୨ଟି ନାଟକ ମଞ୍ଚରେ ପରିବେଷଣ କରାଯାଇଥିଲା । ନାଟକ ପ୍ରତିଯୋଗିତାରେ ପଦ୍ମପୁର "ଲୁ" ନାଟ୍ୟ ଅନୁଷ୍ଠାନର କଳାକାରମାନେ ପ୍ରଥମ ନାଟକ "ପା -ରୁଟି" ପରିବେଷଣ କରିଥିଲେ । ଭୋକ ଓ ମମତା ଉପରେ ଆଧାରିତ ଏହି ନାଟକକୁ କଳାକାର ମାନେ କ୍ଷୁଧା ଓ ମମତାର ଲଡେଇରେ ମମତାର କିପରି ବିଜୟ ହୋଇଥାଏ ତାହାକୁ ଅତି ନିଖୁଣ ଅଭିନୟରେ ଜୀବନ୍ତ ରୂପରେ ମଞ୍ଚରେ ପରିବେଷଣ କରିଥିଲେ ।

ସେହିପରି ନାଟକ ପ୍ରତିଯୋଗିତାରେ ଦ୍ବିତୀୟ ନାଟକ "ହିନ୍ଦୁସ୍ଥାନ ଡାଏରୀ" କୁ ଚମତ୍କାର ଶୈଳୀରେ ବରଗଡ ଜିଲ୍ଲାର କଟାପାଲିର "ସ୍ପେସ୍‌-ଥିଏଟର" ଅନୁଷ୍ଠାନର କଳାକାରମାନେ ପରିବେଷଣ କରିଥିଲେ । ନାଟ୍ୟକାର ଅରୁଣ କୁମାର ସାହୁଙ୍କ ରଚିତ ଏହି ନାଟକରେ ସମାଜରେ ଜାତି ଧର୍ମକୁ ନେଇ ବହୁକାଳରୁ ରହି ଆସିଥିବା ଭେଦଭାବ ଉପରେ ଆଧାରିତ ବିଷୟକୁ ପରିବେଷଣ କରାଯାଇଥିଲା । ଏହି ନାଟକ ପ୍ରତିଯୋଗିତା 24 ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା 6 ଦିନ ପର୍ଯ୍ୟନ୍ତ ଚାଲିବ । ଏଥିରେ 18ଟି ନାଟକ ପରିବେଷଣ କରାଯିବ ।

ଏହା ମଧ୍ୟ ପଢନ୍ତୁ - Mann Ki Baat: ବିକାଶର ଗାଥା ଗାଇଲା ବର୍ଷ 2022, ପ୍ରତି କ୍ଷେତ୍ରରେ ଦମ୍‌ ଦେଖାଇଲା ଭାରତ

ଏହି ନାଟକ ପ୍ରତିଯୋଗିତାରେ ସମ୍ବଲପୁରର ନାଟ୍ୟପ୍ରେମୀ ମାନେ ଗୋଟିଏ ମଞ୍ଚରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସମ୍ବଲପୁରୀ ନାଟକ ଦେଖି ବେଶ ଉତ୍ସାହିତ ଥିବା ଦେଖାଦେଇଛି । 1997 ମସହାରୁ ସମ୍ବଲପୁରୀ ଭାଷା, ନାଟକ, କଳା ଓ ସଂସ୍କୃତିର ପ୍ରଚାର ଉଦ୍ଦେଶ୍ୟ ଆରମ୍ଭ ହୋଇଥିବା ବେଳେ ଏହି ନାଟକ ପ୍ରତିଯୋଗିତା ଦ୍ବାରା ସମ୍ବଲପୁରୀ କଳା ସଂସ୍କୃତିର ପ୍ରଚାର ହୋଇ ଆସୁଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Dec 25, 2022, 7:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.