ETV Bharat / state

ଅର୍ଚ୍ଚନା ନାଗ ମାମଲା, ସିବିଆଇ ତଦନ୍ତ ଦାବିକଲା ଯୁବ କଂଗ୍ରେସ - ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ

ଅର୍ଚ୍ଚନା ନାଗ କେଳେଙ୍କାରୀ ପଛରେ ଥିବା ମହାନାୟକଙ୍କ ସମ୍ପୃକ୍ତିର ପର୍ଦାଫାଶ ଦାବିରେ ସମ୍ବଲପୁରରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ । ଅଧିକ ପଢନ୍ତୁ

ଅର୍ଚ୍ଚନା ନାଗ ମାମଲା
ଅର୍ଚ୍ଚନା ନାଗ ମାମଲା
author img

By

Published : Oct 21, 2022, 5:03 PM IST

ସମ୍ବଲପୁର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ନେଇ ଉଠୁଛି ପଡୁଛି ରାଜ୍ୟ । ରାଜ୍ୟ ରାଜନୀତିରେ ଏହି ମାୟାବିନୀ ଏବେ ହଟଚମଟ ସୃଷ୍ଟି କରିଛି । ଅନେକ ପ୍ରଭାବଶାଳୀ ଏହି ଲେଡି ବ୍ଲାକମେଲର ସହ ସମ୍ପର୍କରେ ରହିଥିବାବେଳେ, ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ ହୋଇଛି । ବିରୋଧି ଶିବିରର ମଧ୍ୟ ଏକାଧିକ ନେତାଙ୍କ ସହ ଲିଙ୍କରେ ଥିଲେ ଅର୍ଚ୍ଚନା । ଏତେ ସବୁ ପରେବି ଏହି ଘଟଣାରେ ତଦନ୍ତ ଆଗକୁ ବଢୁନଥିବାରୁ କଂଗ୍ରେସ ଓ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ଅର୍ଚ୍ଚନା ନାଗ ମାମଲା

ଆଜି(ଶୁକ୍ରବାର) ସମ୍ବଲପୁରରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅର୍ଚ୍ଚନା ନାଗ କେଳେଙ୍କାରୀ ପଛରେ ଥିବା ମହାନାୟକଙ୍କ ସମ୍ପୃକ୍ତିର ପର୍ଦାଫାଶ ଦାବିରେ ଯୁବ କଂଗ୍ରେସ ସଭାପତି ପ୍ଲାବନ ବହିଦାରଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ଫ୍ଲାଗ କାର୍ଡ ଧରି ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଛନ୍ତି । ଏହା ସହ ସରକାରୀ କଳର ଦୁରୁପୋଯୋଗ କରି ରାଜ୍ୟ ସରକାରଙ୍କ ବହୁ ନେତା, ମନ୍ତ୍ରୀ, ବିଧାୟକ, କାର୍ଯ୍ୟକର୍ତ୍ତା ତଥା ଉଚ୍ଚପଦସ୍ଥ ଅଧିକାରୀ ଏହି ଘଟଣାରେ ପ୍ରତ୍ୟେକ୍ଷ ଅଥବା ପରୋକ୍ଷରେ ସାମିଲ ଥିବାର ଅଭିଯୋଗ କରିଛି ଯୁବ କଂଗ୍ରେସ । ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଯୁବ କଂଗ୍ରେସ ଦାବି କରିଛି ।

ଏହା ମଧ୍ୟ ପଢନ୍ତୁ-ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁକୁ ବାନ୍ଧିଲା ପୋଲିସ

ସେହିପରି ସମ୍ବଲପୁର ଏସପିଙ୍କ ଜରିଆରେ ରାଜ୍ୟ ପୋଲିସ ଡିଜିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏନେଇ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଯୁବ କଂଗ୍ରେସ ଚେତାବନୀ ଦେଇଛି । ଅନ୍ୟପଟେ ତଦନ୍ତରେ କିଛିଦିନର ସିଥିଳତା ପରେ ଆଜି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ପୋଲିସ ଗିରଫ କରିଛି । ଖଣ୍ଡଗିରି ଥାନାରେ‌ ହୋଇଥିବା ଅଭିଯୋଗ ଆଧାରରେ ଗିରଫ ହୋଇଛନ୍ତି ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ । ଅର୍ଚ୍ଚନା ଗିରଫ ହୋଇଥିବା ମାମଲାରେ ଅନ୍ୟତମ ସହଯୋଗୀ‌ ଥିଲେ ଜଗବନ୍ଧୁ । ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ସହଯୋଗୀ ଖଗେଶ୍ବରକୁ ଖୋଜୁଛି ପୋଲିସ ।

ଅର୍ଚ୍ଚନା କେଳେଙ୍କାରୀକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଅର୍ଚ୍ଚନାଙ୍କ ଗିରଫ ହେବାର ୧୫ ଦିନ ପରେ ଜଗବନ୍ଧୁଙ୍କୁ ଗିରଫ କରାଯାଇଛି । ଅର୍ଚ୍ଚନା ଲିଙ୍କରେ ଅଛନ୍ତି ଉଭୟ ବିରୋଧି ଓ ଶାସକ ଦଳର ନେତା । ଏବେବି ତାଙ୍କ ପାଖରେ ଅନେକ ଭିଡିଓ ରହିଥିବା କୁହାଯାଉଛି । ଯାହା ଲିକ୍‌ ହେଲେ ବହୁ ହାଇପ୍ରୋଫାଇଲ ନେତାଙ୍କ କେଳେଙ୍କାରୀ ପଦାକୁ ଆସିବ । ପୋଲିସ ଜଗବନ୍ଧୁଙ୍କୁ ଗିରଫ କରି ଏକ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଥିବା ସୂଚନା ରହିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.