ETV Bharat / state

ରାଜ୍ୟ ସରକାରଙ୍କୁ ସମ୍ବଲପୁର ବିଜେପି ଯୁବମୋର୍ଚ୍ଚାର ୨୨ଟି ପ୍ରଶ୍ନ

author img

By

Published : Sep 6, 2022, 7:48 AM IST

ରାଜ୍ୟ ସରକାର ୨୨ ବର୍ଷ ଧରି ନିରଙ୍କୁଶ ଭାବେ ଶାସନ କରୁଥିବାବେଳେ ସବୁ ବିଭାଗରେ ଏହାର ବିଫଳତା ରହିଛି ବୋଲି ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି । ୨୨ ବର୍ଷର ଅପାରଗତ ଶାସନକୁ କରିଛି ୨୨ଟି ପ୍ରଶ୍ନ । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କୁ ସମ୍ବଲପୁର ବିଜେପି ଯୁବମୋର୍ଚ୍ଚାର 22 ଟି ପ୍ରଶ୍ନ

ସମ୍ବଲପୁର: ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣ । ୨୨ ବର୍ଷର ଅପାରଗତ ଶାସନକୁ କରିଛି ୨୨ଟି ପ୍ରଶ୍ନ । ସଫଳତା ଓ ବିଫଳତାର ହିସାବ ମାଗିଛି । କୃଷି, ମୌଳିକ ସୁବିଧା, ଯାତାୟତ, ଗମନାଗମନ, ସ୍ବସ୍ଥ୍ୟକ୍ଷେତ୍ରରେ ଅବହେଳା ନେଇ କଟାକ୍ଷ କରିଛି ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା । ଆଜି ସମ୍ବଲପୁର କଚେରୀ ରୋଡ଼ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଭାପତି ଅଶ୍ୱିନୀ ମାଝୀଙ୍କ ନେତୃତ୍ୱରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସରକାରଙ୍କୁ ୨୨ଟି ପ୍ରଶ୍ନ କରିଛି ।

ରାଜ୍ୟ ସରକାର ୨୨ ବର୍ଷ ଧରି ନିରଙ୍କୁଶ ଭାବେ ଶାସନ କରୁଥିବାବେଳେ, ସବୁ ବିଭାଗରେ ଏହାର ବିଫଳତା ରହିଛି ବୋଲି ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି, ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା, ନଦୀ ସୁରକ୍ଷା ଓ ବନ୍ୟା ପରିଚାଳନାରେ ଅବ୍ୟବସ୍ଥା, ଅପପୃଷ୍ଟି ଓ ଶିଶୁମୃତ୍ୟୁ, ରାଜ୍ୟର ସ୍ୱାସ୍ଥ୍ୟବସ୍ଥାରେ ଦୂରାବସ୍ଥା, ମହିଳା ଓ ଶିଶୁ ସୁରକ୍ଷା ଆଦି ୨୨ଟି ପ୍ରସଙ୍ଗ ଉପରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସରକାର ପାରିବାପାଣିଆ ଉପରେ ପ୍ରଶ୍ନ କରିଛି ।

ଏନେଇ ସମ୍ବଲପୁର ବିଜେପି କ୍ଷେତ୍ରୀୟ ପ୍ରବକ୍ତା ମାନସ ବକ୍ସି କହିଛନ୍ତି "୨୨ ବର୍ଷ ଧରି ରାଜ୍ୟରେ ନିରଙ୍କୁଶ ସରକାର କରିଥିବା ନବୀନ ସରକାରଙ୍କୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ୨୨ଟି ପ୍ରଶ୍ନ । ସମ୍ବଳରେ ତଥା ଖଣିଜ ଦ୍ରବ୍ୟ ଓଡିଶାରେ ଭରପୁର ରହିଛି । ନଦୀ ଓ ଜଙ୍ଗଲ, ଜମି ଭରପୁର ରହିଛି । ଓଡିଶାରେ ସମସ୍ତ ପ୍ରକାର ସାଧନ ଥିବା ସତ୍ତ୍ବେ ଓଡିଶା ଆଜି ପଛରେ ରହିଛି । ତା ସଙ୍ଗେ ସଙ୍ଗେ ରାଜ୍ୟବାସୀଙ୍କୁ ସର୍ବନିମ୍ନ ମୌଳିକ ଅଧିକାର ତଥା ଯାତାୟତ, ମୌଳିକ ଶିକ୍ଷା, ଗମନା ଗମନ, ଏବଂ ଯୁବକ ମାନଙ୍କର ନିଯୁକ୍ତି, ଚାଷୀର ଉତ୍ପାଦିତ ଦ୍ରବ୍ୟ ବିକ୍ରି ତଥା ବିଭିନ୍ନ ସମସ୍ୟା ନେଇ ନବୀନ ସରକାର ସମ୍ପୁର୍ଣ୍ଣ ଭାବରେ ବିଫଳ ରହିଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "ସରକାରଙ୍କର ପ୍ରତ୍ୟେକ ବିଭାଗ ନିଜର ଦାୟିତ୍ବ ତୁଲାଇବାରେ ବିଫଳ ରହିଛନ୍ତି । ତେଣୁ ଭାରତୀୟ ଯୁବ ମୋର୍ଚ୍ଚା ପକ୍ଷରୁ ନବୀନ ସରକାରଙ୍କ ୨୨ ବର୍ଷ ଶାସନ କାଳର ୨୨ଟି ପ୍ରଶ୍ନ ପଚାରିଛି । ଏହି ରାଜ୍ୟ ସରକାର, ପ୍ରଚାର ସର୍ବସ୍ବ, ବିଜ୍ଞାପନ ସର୍ବସ୍ବ ସରକାର ପାଲଟିଛନ୍ତି । କେବଳ ମିଛ ବିଜ୍ଞାପନ ମିଛ ପ୍ରଚାର କରିଛନ୍ତି ଏବଂ କୌଣସି ଜିନିଷରେ ସରକାର ସଫଳ ହୋଇନାହାଁନ୍ତି । ଏହା ସହିତ କେନ୍ଦ୍ରର ଯୋଜନା ହଡପ କରିବା ସଙ୍ଗେ ସଙ୍ଗେ କେନ୍ଦ୍ର ଅନୁଦାନକୁ ମଧ୍ୟ ହଡପ କରୁଛନ୍ତି । ଏହି ସରକାର ଦୁର୍ନୀତି, ଭ୍ରଷ୍ଟାଚାରରେ ଭରି ରହିବା ସଙ୍ଗେ ସଙ୍ଗେ ୨୨ ବର୍ଷର ନିରଙ୍କୁଶ ଶାସନର ଗର୍ବ ଅହଙ୍କାରରେ ଭରପୁର ରହିଛି । ଗଣତନ୍ତ୍ରର ହତ୍ୟା ସଙ୍ଗେ ସଙ୍ଗେ ଲୋକ ପ୍ରତିନିଧିଙ୍କର କଣ୍ଠରୋଧ କରାଯାଉଛି ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.