ETV Bharat / state

'ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କଲେ ହେବ ଗିରଫଦାରୀ'

ସମ୍ବଲପୁରରେ ହନୁମାନ ଜନ୍ମୋତ୍ସବକୁ ନେଇ ହିଂସା ଘଟଣା । ଏନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କଲେ ଗିରଫଦାରୀ ହେବ ବୋଲି କହିଛନ୍ତି ସମ୍ବଲପୁର ଏସପି ବାତୁଳା ଗଙ୍ଗାଧର । ଅଧିକ ପଢନ୍ତୁ

author img

By

Published : Apr 29, 2023, 10:36 PM IST

Etv Bharat
Etv Bharat
Sambalpur SP warns miscreants

ସମ୍ବଲପୁର: ଜିଲ୍ଲାରେ ହନୁମାନ ଜନ୍ମ ଉତ୍ସବ ସମୟର ହିଂସା ପରେ ବର୍ତ୍ତମାନ ପରିସ୍ଥିତି ସୁଧୁରିବାରେ ଲାଗିଛି । ପରିସ୍ଥିତି ଆଗକୁ ନବିଗୁଡୁ ସେଥିପାଇଁ ଜିଲ୍ଲା ପୋଲିସ ବିଭାଗ ଆଗୁଆ ପଦକ୍ଷେପ ନେଇଛି । ଏନେଇ ଯଦି କୌଣସି ବ୍ୟକ୍ତି ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରନ୍ତି ତେବେ ତାଙ୍କୁ ଗିରଫ କରାଯିବ । ଆଜି ସମ୍ବଲପୁର ଏସ ପି ଏକ ସାମ୍ବାଦିକ ସମ୍ମିଳନୀ କରି ଦୁର୍ବୃତ୍ତଙ୍କୁ ଏପରି ଚେତାବନୀ ଦେଇଛନ୍ତି ସମ୍ବଲପୁର ଏସପି ବାତୁଳା ଗଙ୍ଗାଧର ।

ଏନେଇ ସେ କହିଛନ୍ତି, "ସାମାଜିକ ଗଣମାଧ୍ୟମ ବ୍ୟବହାରରେ ସମସ୍ତେ ସତର୍କତା ଅବଲମ୍ବନ କରନ୍ତୁ । କେହି ଯେମିତି ଗୁଜବ, ଘୃଣା ସୃଷ୍ଟି କରୁଥିବା ପୋଷ୍ଟ, ଆପତ୍ତିଜନକ ପୋଷ୍ଟ କି ସାମ୍ପ୍ରଦାୟିକ ସଦଭାବନା ଭଙ୍ଗ କରୁଥିବା ପୋଷ୍ଟ ସାମାଜିକ ଗଣମାଧ୍ୟମରେ ନକରନ୍ତୁ । ଯେକୌଣସି ବ୍ୟକ୍ତି ବିଶେଷ ଏମିତି କଲେ ତାଙ୍କ ବିରୁଦ୍ଧରେ ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।" ଯଦି କେହି ଏମିତି ପୋଷ୍ଟ କରୁଛି ତେବେ ସ୍ଥାନୀୟ ଥାନା, କଣ୍ଟ୍ରୋଲ ରୁମ ଅଥବା ଏସପିଙ୍କୁ ସୂଚନା ଦେବାକୁ ଏସପି କହିଛନ୍ତି ।

ଏହା ବି ପଢନ୍ତୁ- ଅନାଥ ଆଶ୍ରମରେ ପଡିଲା ଅନ୍ତେବାସୀଙ୍କ ହାତଗଣ୍ଠି, ବିବାହ କରାଇଲା ଜିଲ୍ଲା ପ୍ରଶାସନ

ଏଭଳି ଗୁଜବ ଉପରେ ବିଶ୍ବାସ ନକରିବାକୁ ଜିଲ୍ଲାବାସୀଙ୍କୁ ଏସପି ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ସୋସିଆଲ ମିଡିଆ ଉପରେ ନଜର ରଖିବାକୁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଏକ ସୋସିଆଲ ମିଡିଆ ମନିଟର ସେଲ ଗଠନ କରାଯାଇଥିବା ଏସପି କହିଛନ୍ତି । ଗତ ୨ଦିନ ଭିତରେ ଏହି ସଂକ୍ରାନ୍ତରେ ୧୬ ଜଣଙ୍କୁ ଅଟକ ରଖାଯାଇ ସେମାନଙ୍କୁ ତାଗିଦ କରି ବ୍ୟକ୍ତିଗତ ମୁଚାଳିକାରେ ଛଡାଯାଇଛି ଓ ଏମିତି ନକରିବାକୁ ଅଣ୍ଡରଟେକିଂ ଲେଖିବାକୁ କୁହାଯାଇଛି । ତେବେ ଯଦି କୌଣସି ବ୍ୟକ୍ତି ସୋସିଆଲ ମିଡିଆର ଦୁର୍ବ୍ୟବହାର କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ସୂଚନା ଥାଉ କି ସମ୍ବଲପୁରରେ ହନୁମାନ ଜନ୍ମ ଉତ୍ସବ ପାଳନ ସମୟରେ ହୋଇଥିବା ପଥରମାଡ଼, ଜଳାପୋଡ଼ା ଓ ହିଂସା ପରେ ସମ୍ବଲପୁର ସହରରେ ପ୍ରଥମେ ୧୪୪ ଧାରା ଲଗାଯାଇଥିଲା । ଏହାସହ ସହରର ୬ଟି ଥାନା ଆଞ୍ଚଳରେ କର୍ଫ୍ୟୁ ଲଗାଯାଇଥିଲା । ତେବେ ସ୍ଥିତି ଧୀରେ ଧୀରେ ସୁଧୁରିବା ପରେ ଟାଉନ ଥାନା ଓ ଧନୁପାଲି ଥାନାକୁ ଛାଡି ସବୁ ଥାନାର କର୍ଫ୍ୟୁ କୋହଳ କରାଯାଇଛି । ଟାଉନ ଓ ଧନୁପାଲି ଥାନାରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ବର୍ତ୍ତମାନ ମଧ୍ୟ କର୍ଫ୍ୟୁ ଲାଗୁ ରହିଛି । ତେବେ ଆଗକୁ ସ୍ଥିତି ସୁଧୁରୁଥିବାରୁ ଏହି ୨ଟି ଥାନାର କର୍ଫ୍ୟୁ ମଧ୍ୟ କୋହଳ କରାଯିବ ବୋଲି ଏସପି ଆଜି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.