ETV Bharat / state

ଶୀତଳ ଷଷ୍ଠୀ ଯାତ୍ରା: ଯେଉଁଠି ଲୋକକଳାକୁ ମିଳେ ସମ୍ମାନ, ସ୍ୱୀକୃତି ଓ ସମ୍ବଳ - ସମ୍ବଲପୁର ଶୀତଳ ଷଷ୍ଠୀରେ ଲୋକକଳା

ନିଆରା ଏବଂ ଭିନ୍ନତା ଥିବା ବିଭିନ୍ନ ପର୍ବ ମଧ୍ୟରୁ ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ ବା ଶିବ ବିବାହ ପର୍ବ ଅନ୍ୟତମ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗଗତ ବିଭିନ୍ନତା ଦୃଷ୍ଟିରୁ ପ୍ରତିଟି ବ୍ୟକ୍ତିଙ୍କ ଯୋଗଦାନ ଥାଏ ଏହି ପର୍ବରେ । ସେହିପରି ଲୋକକଳା ଏବଂ କଳାକାରମାନଙ୍କ ପାଇଁ ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରା ଯୋଗାଏ ।

ଶୀତଳ ଷଷ୍ଠୀ ଯାତ୍ରା: ଯେଉଁଠି ଲୋକକଳାକୁ ମିଳେ ସମ୍ମାନ, ସ୍ବୀକୃତି ଓ ସମ୍ବଳ

author img

By

Published : Jun 8, 2022, 9:18 PM IST

Updated : Jun 9, 2022, 4:27 PM IST

ସମ୍ବଲପୁର: ପୃଥିବୀ ବୁକୁରେ ଭାରତ ବର୍ଷ, ଆଉ ଭାରତ ବର୍ଷ ମଧ୍ୟରେ ଉତ୍କଳ ପ୍ରଦେଶ । ଚାଲି, ଚଳନି, ଭାଷା, ପରମ୍ପରା କଳା, ସ୍ଥାପତ୍ୟକୁ ନେଇ ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି ସ୍ବତନ୍ତ୍ରତା ବିମଣ୍ଡିତ ଏହି ରାଜ୍ୟ । ନିଆରା ଏବଂ ଭିନ୍ନତା ଥିବା ବିଭିନ୍ନ ପର୍ବ ମଧ୍ୟରୁ ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ ବା ଶିବ ବିବାହ ପର୍ବ ଅନ୍ୟତମ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗଗତ ବିଭିନ୍ନତା ଦୃଷ୍ଟିରୁ ପ୍ରତିଟି ବ୍ୟକ୍ତିଙ୍କ ଯୋଗଦାନ ଥାଏ ଏହି ପର୍ବରେ ।

ଶୀତଳ ଷଷ୍ଠୀ ଯାତ୍ରା: ଯେଉଁଠି ଲୋକକଳାକୁ ମିଳେ ସମ୍ମାନ, ସ୍ୱୀକୃତି ଓ ସମ୍ବଳ

ସେହିପରି ଲୋକକଳା ଏବଂ କଳାକାରମାନଙ୍କ ପାଇଁ ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରା ଅନନ୍ୟ ମଞ୍ଚ ହୋଇଥାଏ । ହଜାର ହଜାର କଳାକାର ଏବଂ ହଜି ଯାଉଥିବା କଳାକୁ ସ୍ଥାନ ଦେଉଛି ଏହି ପର୍ବ । ଯେଉଁଠାରେ ଉଜ୍ଜିବିତ ହେଉଛି ପରମ୍ପରା ଆଉ ହସି ଉଠୁଛନ୍ତି କଳାକାର । ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଆରମ୍ଭ ହେବା ଦିନଠାରୁ ଏହିଯାତ୍ରାର ବିଭିନ୍ନ ଶୋଭଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର କଳାକାର ସମିଲ ହୁଅନ୍ତି । ପତରପେଣ୍ଡି, ଗୁଆଗୁଣ୍ଡା, ବରଯାତ୍ରୀ ଶୋଭଯାତ୍ରା ହେଉ କି ଯୁଗଳ ଦର୍ଶନ ଶୋଭାଯାତ୍ରାରେ ଏମାନେ ସାମିଲ ହୋଇ ନିଜର କଳା ପ୍ରଦର୍ଶନ କରିଥାନ୍ତି ।

ସେ ପାରମ୍ପରିକ ଲୋକ କଳାକାର ହୁଅନ୍ତୁ କି ଆଧୁନିକ କଳାକାର ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ମଞ୍ଚ ତିଆରି କରିଥାଏ ଶୀତଳ ଷଷ୍ଠୀ ଯାତ୍ରା । ଏହା ସହ ସେମାନଙ୍କ ସୁରକ୍ଷା ଓ ସମ୍ମାନର ଦାୟିତ୍ବ ମଧ୍ୟ ନେଇଥାଏ । ଏଥିପାଇଁ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାକୁ ବର୍ଷ ବର୍ଷ ଧରି କଳାକାରମାନେ କଳା ପ୍ରଦର୍ଶନ ପାଇଁ ବେସ୍ ଆନନ୍ଦରେ ଆସୁଛନ୍ତି । ପ୍ରତ୍ୟେକ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲା ସହ କୋଲକାତା, ଦିଲ୍ଲୀ, ଉତ୍ତରପ୍ରଦେଶ, କେରଳ, ଆନ୍ଧ୍ରପ୍ରଦେଶ, ଆସାମ, ପଞ୍ଜାବ ଆଦି ସ୍ଥାନରୁ କଳାକାର ଏହି ସାଂସ୍କୃତିକ ମହାକୁମ୍ଭରେ ସାମିଲ ହୁଅନ୍ତି ।

ସେହିପରି ଆସାମର ବିହୁ, ପଞ୍ଜାବର ଭାଙ୍ଗଡ଼ା, ଉଜ୍ଜୟିନୀର ଡମ୍ବରୁ ନୃତ୍ୟ, ଛତିଶଗଡ଼ର କରମା, ହରିଆଣାର ଅଘୋରୀ, ପୁରୁଳିଆର ଛଉ ନୃତ୍ୟ ପରିବେଷଣ କରିଛନ୍ତି କଳାକାର । ଠିକ ସେହିପରି କୋଲକାତା, ଦିଲ୍ଲୀର ଆଧୁନିକ ଡ୍ୟାନ୍ସ ଲୋକଙ୍କ ମନ ମୋହିଥିଲା । ଅନ୍ୟପଟେ ରାଜ୍ୟର ଦୁଲଦୁଲି, ସମ୍ପ୍ରଦା, ଘୁମରା, ଆଦିବାସୀ ନାଚ, ଘଣ୍ଟ ଦଳ, ପାଇକ ଆଖଡା, ବାଘ ନାଚ ଆଦି ପାରମ୍ପାରିକ ନୃତ୍ୟରେ କମ୍ପି ଉଠିଥିଲା ଶୀତଳ ଷଷ୍ଠୀର ମୈଦାନ ।

ତେବେ ଶୀତଳ ଷଷ୍ଠୀ ଯେ, କେଳବ ଏକ ପର୍ବ ବା ଆଧ୍ୟାତ୍ମିକ ବିଶ୍ବାସ ତାହା ନୁହେଁ, ହଜାର ହଜାର କଳାକାରମାନଙ୍କ ପାଇଁ ଏହା ଯେ ଏକ ବିଶାଳ ମଞ୍ଚ ତାହା ଏଥିରୁ ସ୍ପଷ୍ଟ । ଏହା ସହ ଏହି ପର୍ବ ଲୁପ୍ତ ହେଉଥିବା ଅନେକ ଲୋକକଳା ଓ କଳାକାରଙ୍କୁ ଆଜି ପର୍ଯ୍ୟନ୍ତ ବଞ୍ଚେଇ ରଖିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jun 9, 2022, 4:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.