ETV Bharat / state

ସାଇବର ଅପରାଧୀଙ୍କୁ ଧରିବା ପାଇଁ ସମ୍ବଲପୁର ପୋଲିସର ସ୍ବତନ୍ତ୍ର ରଣନୀତି, ୯ ଦିନରେ 4 ଗିରଫ

author img

By

Published : Sep 25, 2021, 9:55 PM IST

ପୋଲିସ ହାତରୁ ଆଉ ବଞ୍ଚିପାରିବେନି ସାଇବର ଲୁଟେରା । ମୁଖ୍ୟତଃ ମହିଳାଙ୍କ ବିରୁଦ୍ଧରେ ହେଉଥିବା ସାଇବର ଅପରାଧୀଙ୍କୁ ଧରିବା ପାଇଁ ସମ୍ବଲପୁର ପୋଲିସ ତ୍ୱରିତ ପଦକ୍ଷେପ ନେଉଛି ବୋଲି ଦୃଢ଼ତାର ସହ କହିଛନ୍ତି ସମ୍ବଲପୁର ଏସପି । ଅଧିକ ପଢନ୍ତୁ...

sambalpur police special drive against cyber crime
ସାଇବର ଅପରାଧୀଙ୍କୁ ଧରିବା ପାଇଁ ସମ୍ବଲପୁର ପୋଲିସର ସ୍ବତନ୍ତ୍ର ରଣନୀତ,

ସମ୍ବଲପୁର: ଏଣିକି ପୋଲିସ ହାତରୁ ଆଉ ବଞ୍ଚିପାରିବେନି ସାଇବର ଲୁଟେରା। ମୁଖ୍ୟତଃ ମହିଳାଙ୍କ ବିରୁଦ୍ଧରେ ହେଉଥିବା ସାଇବର ଅପରାଧୀଙ୍କୁ ଧରିବା ପାଇଁ ସମ୍ବଲପୁର ପୋଲିସ ତ୍ୱରିତ ପଦକ୍ଷେପ ନେଉଛି ବୋଲି ଦୃଢ଼ତାର ସହ କହିଛନ୍ତି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର । ଗତ 9 ଦିନ ଭିତରେ ମହିଳାଙ୍କ ବିରୁଦ୍ଧରେ ସାଇବର ଅପରାଧ କରିଥିବା 4 ଜଣକୁ ଗିରଫ କରିଛି ସମ୍ବଲପୁର ସାଇବର ଥାନା ପୋଲିସ । ମୁଖ୍ୟତଃ ସାଇବର ଅପରାଧୀଙ୍କୁ ଧରିବା ପାଇଁ ସମ୍ବଲପୁର ଏସପିଙ୍କ ନେତୃତ୍ୱରେ ଏବେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏକ ଟିମ କାମ କରୁଛି ।

ବର୍ତ୍ତମାନ ସାଇବର କ୍ରାଇମ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ତେବେ ସାଇବର କ୍ରାଇମ ବିରୁଦ୍ଧରେ ସମ୍ୱଲପୁର ପୋଲିସ ଏବେ ଆରମ୍ଭ କରିଛି ସ୍ୱତନ୍ତ୍ର ଡ୍ରାଇଭ। ମୁଖ୍ୟତଃ ମହିଳାଙ୍କ ବିରୁଦ୍ଧରେ ସାଇବର କ୍ରାଇମ କରୁଥିବା ଅପରାଧୀ ଙ୍କୁ କୌଣସି ପ୍ରକାରେ ଛଡାଯିବନି ବୋଲି କହିଛନ୍ତି ସମ୍ବଲପୁର ଏସପି। ଗତ 17 ତାରିଖରେ ସମ୍ବଲପୁର ଜିଲ୍ଲା ପରମାନପୁର ର ଝସକେତନ ସାହୁ କଲେଜ ର ଅର୍ଥନୀତି ଅଧ୍ୟାପକ ପରେଶ ଭୋଇଙ୍କୁ ନକଲି ମେଲ ଆଇଡ଼ି ତିଆରି କରି କଲେଜ ଅଧ୍ୟାପିକାଙ୍କୁ ମେଲ ପଠାଇଥିବା ଅଭିଯୋଗ କରିଥିଲା ସମ୍ବଲପୁର ପୋଲିସ। ଏହା ପରେ ଗତ 21 ତାରିଖରେ ବଲାଙ୍ଗୀର ଜିଲ୍ଲାର ସଇଁତଳା ଅଞ୍ଚଳର ଜଣେ ୟୁ ଟ୍ୟୁବର ଲକ୍ଷେଶ୍ୱର ମଲ୍ଲିକଙ୍କୁ ଗିରଫ କରିଥିଲା ସମ୍ବଲପୁର ସାଇବର ପୋଲିସ । ଲକ୍ଷେଶ୍ୱର ମଲ୍ଲିକ ନିଜର ଏକ ୟୁ ଟ୍ୟୁବ ଚ୍ୟାନେଲରେ ଜଣେ ଅଙ୍ଗନବାଡି କର୍ମୀଙ୍କ ସମ୍ମାନହାନୀ କରୁଥିବା ଭିଡିଓ ଅପଲୋଡ଼ କରିଥିଲେ। ଏହାପରେ ଗତ 23 ତାରିଖରେ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଯୁଗୀପାଲି ଗାଁର କ୍ଷୀରସିନ୍ଧୁ ପ୍ରଧାନଙ୍କୁ ଗିରଫ କରିଥିଲା ସାଇବର ପୋଲିସ।

ଅଭିଯୁକ୍ତ କ୍ଷୀରସିନ୍ଧୁ ସମ୍ବଲପୁର ଜିଲ୍ଲାର ଧମା ଥାନା ଅନ୍ତର୍ଗତ ବଦୁଆପାଲି ଗାଁର ଜଣେ ମହିଳା ନାଁରେ ଫେକ ଫେସବୁକ ଆଇଡ଼ି ତିଆରି କରି ଅଶ୍ଳୀଳ ଫଟୋ ଅପଲୋଡ଼ କରିଥିଲେ। ଏହା ପରେ ଆଜି 25 ତାରିଖରେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା ଅନ୍ତର୍ଗତ ଉପରଝାର ଗାଁର ଆଶିଷ କୁମାର ମହାପାତ୍ରଙ୍କୁ ଗିରଫ କରିଛି। ଅଭିଯୁକ୍ତ ଆଶିଷ ସମ୍ବଲପୁର ମୁଦୀପଡା ଅଞ୍ଚଳର ଜଣେ ମହିଳାଙ୍କୁ ଭିିଡିଓ କଲ କରି ଅସଭ୍ୟ ଭାଷାରେ ଗାଳି ଗୁଳଜ କରି ହଇରାଣ କରୁଥିଲା। ସେ ଚାଲାକୀ କରି ଇଣ୍ଟରନ୍ୟାସନାଲ କୋଡ଼ ଜରିଆରେ ଇଣ୍ଟରନେଟ କଲ କରି ମହିଳାଙ୍କୁ ହଇରାଣ କରୁଥିବାର ଅଭିଯୋଗ ହୋଇଛି। ଏଭଳି ଭାବେ ବର୍ତ୍ତମାନ ସାଇବର ପୋଲିସ ଗତ 9 ଦିନରେ 4 ସାଇବର ଅପରାଧୀଙ୍କୁ ଗିରଫ କରିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.