ETV Bharat / state

୬ ଆନ୍ତଃରାଜ୍ୟ ତେଲ ଚୋରି ଗ୍ୟାଙ୍ଗର ଅଭିଯୁକ୍ତଙ୍କୁ ଗିରଫ

author img

By

Published : Apr 19, 2022, 10:49 PM IST

ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ସମ୍ବଲପୁର ପୋଲିସ ହାତରେ ଆନ୍ତଃରାଜ୍ୟ ତେଲ ଚୋରି ଗ୍ୟାଙ୍ଗ । ତେବେ ଆଇଓସିଏଲ ପାଇପ ଲାଇନ କାଟି ଡିଜେଲ ଚୋରି କରୁଥିବା ଆନ୍ତଃରାଜ୍ୟ ଗ୍ୟାଙ୍ଗର ୬ଜଣ ଚୋରକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

୬ ଆନ୍ତଃରାଜ୍ୟ ତେଲ ଚୋରି ଗ୍ୟାଙ୍ଗର ଅଭିଯୁକ୍ତଙ୍କୁ ଗିରଫ
୬ ଆନ୍ତଃରାଜ୍ୟ ତେଲ ଚୋରି ଗ୍ୟାଙ୍ଗର ଅଭିଯୁକ୍ତଙ୍କୁ ଗିରଫ

ସମ୍ବଲପୁର: ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ସମ୍ବଲପୁର ପୋଲିସ ହାତରେ ଆନ୍ତଃରାଜ୍ୟ ତେଲ ଚୋରି ଗ୍ୟାଙ୍ଗ । ତେବେ ଆଇଓସିଏଲ(IOCL) ପାଇପ ଲାଇନ କାଟି ଡିଜେଲ ଚୋରି କରୁଥିବା ଆନ୍ତଃରାଜ୍ୟ ଗ୍ୟାଙ୍ଗର ୬ଜଣ ଚୋରକୁ ଗିରଫ କରିଛି ପୋଲିସ ।

ସେପଟେ ଗିରଫ ହୋଇଥିବା ୬ଜଣ ଚୋରଙ୍କ ମଧ୍ୟରେ ଜଣେ ପେଟ୍ରୋଲ ପମ୍ପ୍‌ ମାଲିକ ରହିଥିବା ସମ୍ବଲପୁର SP ବି. ଗଙ୍ଗାଧର କହିଛନ୍ତି । ଏହି ଗ୍ୟାଙ୍ଗର ସଦସ୍ୟମାନେ ପାରାଦୀପ-ରାଞ୍ଚି ପାଇପ ଲାଇନରେ ଅତି ଚତୁରତାର ସହ କାଟି ତେଲ ଚୋରି କରୁଥିଲେ । ଏହି ଗ୍ୟାଙ୍ଗ ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ, ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଇପ ଲାଇନରୁ ଡିଜେଲ ଚୋରି କରି କମ ଦାମରେ ବିକ୍ରି କରୁଥିଲେ ।

ଏନେଇ ଗିରଫ ଅଭିଯୁକ୍ତଙ୍କ ନାଁରେ ୨୩ଟି ମାମଲା ରାଜ୍ୟର ବିଭିନ୍ନ ଥାନାରେ ଥିବା ଜଣାପଡିଛି । ଏହି ୬ ଅଭିଯୁକ୍ତ ହେଲେ ଦୁଷ୍ମନ୍ତ ନାଏକ, ସିପୁନ ନାଏକ, ମଳୟ କର୍ଣ୍ଣ, ବିନୟ ନାଗ, ଦୀପକ କୁମାର ଗୋଏଲ ଓ ସୁବାସ ଅଗ୍ରୱାଲ । ଏହି ଗ୍ୟାଙ୍ଗ ରାଜ୍ୟରେ ପ୍ରଥମ ଥର ପାଇଁ ସମ୍ବଲପୁର ପୋଲିସ ଦ୍ୱାରା ଗିରଫ ହୋଇଥିବା ଏସପି କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.