ETV Bharat / state

ଦିଲ୍ଲୀରୁ ଗିରଫ ସାଇବର ଠକ, ସମ୍ବଲପୁର ବ୍ୟବସାୟୀଙ୍କ ଠୁ ଠକି ନେଇଥିଲା 26 ଲକ୍ଷ

author img

By

Published : Mar 26, 2021, 4:50 PM IST

ସମ୍ବଲପୁରର ଜଣେ ବ୍ୟବସାୟୀଙ୍କ ଠାରୁ 26 ଲକ୍ଷ ଟଙ୍କା ସାଇବର ଠକେଇ କରିଥିବା ଦିଲ୍ଲୀର ଏକ ସାଇବର ଠକକୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ସାଇବର ଥାନା ପୋଲିସ । ଅଧିକ ପଢନ୍ତୁ...

ସମ୍ବଲପୁର ପୋଲିସକୁ ବଡ଼ ସଫଳତା, ଦିଲ୍ଲୀରୁ ଗିରଫ ସାଇବର ଠକ

ସମ୍ବଲପୁର : ସମ୍ବଲପୁର ସାଇବର ଥାନା ପୋଲିସକୁ ବଡ଼ ସଫଳତା । ସମ୍ବଲପୁରର ଜଣେ ବ୍ୟବସାୟୀଙ୍କ ଠାରୁ 26 ଲକ୍ଷ ଟଙ୍କା ସାଇବର ଠକେଇ କରିଥିବା ଦିଲ୍ଲୀର ଏକ ସାଇବର ଠକକୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ସାଇବର ଥାନା ପୋଲିସ । ଏନେଇ ସମ୍ବଲପୁର ଆଇଜି ନରସିଂହ ଭୋଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସମ୍ବଲପୁରର ମନୋଜ ବରାଡ଼ ନାମକ ଜଣେ ବ୍ୟବସାୟୀଙ୍କ ଠାରୁ ଦିଲ୍ଲୀର ଯତୀନ ସେହଗଲ ନାମକ ଜଣେ ଯୁବକ 26 ଲକ୍ଷ 50 ହଜାର ଟଙ୍କାର ସାଇବର ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଯତୀନ ଫେସବୁକ ମାଧ୍ୟମରେ ନିଜକୁ ଫେସମାସ୍କ ବ୍ୟବସାୟୀ ବୋଲି କହିବା ସହ ମିଥ୍ୟା କାଗଜପତ୍ର ଦେଖାଇ ଫେସ ମାସ୍କ ଡେଲିଭରି ଦେବା ନାଁରେ ଅନଲାଇନରେ 26 ଲକ୍ଷ 50 ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲା ।

ଏନେଇ ଗତ ଜୁନ 16 ତାରିଖରେ ସମ୍ବଲପୁର ସାଇବର ପୋଲିସ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା । ତେବେ କୋରୋନା ଯୋଗୁଁ ତଦନ୍ତ ବିଳମ୍ବ ହୋଇଥିଲା । ସ୍ଥିତି ସ୍ୱାଭାବିକ ହେବା ପରେ ସମ୍ବଲପୁର ସାଇବର ଥାନା ଅଧିକାରୀ ତାରାବତୀ ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଦିଲ୍ଲୀ ଯାଇଥଲେ ।

ଦିଲ୍ଲୀ ଓ ଫରିଡଦାବାଦ ପୋଲିସର ସହାୟତାରେ ଗତ 23 ତାରିଖରେ ଅଭିଯୁକ୍ତ ଯତୀନକୁ ଧରିବାରେ ସଫଳ ହୋଇଛନ୍ତି । ତା’ ପାଖରୁ 10 ଲକ୍ଷ ଟଙ୍କା, ଏକାଧିକ ମୋବାଇଲ, ସିମ କାର୍ଡ, ଏଟିଏମ କାର୍ଡ ଜବତ ହୋଇଛି । ଅଧିକ ସୂଚନା ପାଇଁ ଆଗକୁ ପୋଲିସ ଯତୀନକୁ 7 ଦିନିଆଁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ବୋଲି ଆଇଜି କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.