ETV Bharat / state

ଟୋକିଓ ଅଲମ୍ପିକରେ ସମ୍ବଲପୁରର କଳାକୃତି - ଟୋକିଓ ଅଲିମ୍ପିକରେ ସମ୍ବଲପୁରର କଳାକୃତି

ଟୋକିଓରେ ଅନୁଷ୍ଠିତ ଅଲମ୍ପିକରେ ପ୍ରଦର୍ଶିତ ହେଉଛି ସମ୍ବଲପୁର ଚିତ୍ରଶିଳ୍ପୀଙ୍କର ଏହି 7 ଟି ବିଶେଷ ଚିତ୍ରକଳା । ସାରା ଭାରତରୁ 72 ଟି ଚିତ୍ରକଳା କୁ ଚୟନ କରାଯାଇ ଟୋକିଓ ଅଲିମ୍ପିକରେ ପ୍ରଦର୍ଶିତ କରାଯାଉଥିବା ବେଳେ ଓଡ଼ିଶାର 32 ଟି ଚିତ୍ରକଳାକୁ ମିଳିଛି ସ୍ବୀକୃତି । ଅଧିକ ପଢନ୍ତୁ...

Sambalpur painting in tokyo olympic
ଟୋକିଓ ଅଲମ୍ପିକରେ ସମ୍ବଲପୁରର କଳାକୃତି
author img

By

Published : Aug 6, 2021, 10:00 PM IST

ସମ୍ବଲପୁର: ଟୋକିଓ ଅଲମ୍ପିକ 2021 ରେ ସ୍ଥାନ ପାଇଲା ସମ୍ବଲପୁର ଚିତ୍ରଶିଳ୍ପୀଙ୍କ 7 ଟି ଚିତ୍ରକଳା । ଏଗୁଡ଼ିକୁ ସେଠାରେ ଭର୍ଚୁଆଲ ମୋଡ଼ରେ ପ୍ରଦର୍ଶିତ କରାଯାଉଛି। ଟୋକିଓରେ ଅନୁଷ୍ଠିତ ଅଲମ୍ପିକରେ ପ୍ରଦର୍ଶିତ ହେଉଛି ସମ୍ବଲପୁର ଚିତ୍ରଶିଳ୍ପୀଙ୍କର ଏହି 7 ଟି ବିଶେଷ ଚିତ୍ରକଳା। ସାରା ଭାରତରୁ 72 ଟି ଚିତ୍ରକଳା କୁ ଚୟନ କରାଯାଇ ଟୋକିଓ ଅଲମ୍ପିକରେ ପ୍ରଦର୍ଶିତ କରାଯାଉଥିବା ବେଳେ ଓଡ଼ିଶାର 32 ଟି ଚିତ୍ରକଳାକୁ ମିଳିଛି ସ୍ବୀକୃତି। ସେ ଭିତରେ ସମ୍ବଲପୁରର 7 ଟି ଚିତ୍ରକଳା ଭର୍ଟୁଆଲ ମୋଡରେ ପ୍ରତିଦିନ ପ୍ରଦର୍ଶିତ କରାଯାଉଛି।

ଟୋକିଓ ଅଲମ୍ପିକରେ ସମ୍ବଲପୁରର କଳାକୃତି

ଆନ୍ତର୍ଜାତିକ କ୍ଷେତ୍ରରରେ ସମ୍ବଲପୁର ପାଇଁ ଗୌରବ -ଆଣିଛନ୍ତି ଏହି 7 ଜଣ ଚିତ୍ରଶିଳ୍ପୀ। ଇଣ୍ଡିଆନ କଣ୍ଟେମ୍ପ୍ରରୋରୀ ଆର୍ଟିଷ୍ଟ ଏସୋସିଏସନର 72 ଜଣ ପ୍ରତିଯୋଗୀଙ୍କ କଳାକୃତିକୁ ଭର୍ଚୁଆଲ ମୋଡରେ ପ୍ରଦର୍ଶନ କରିବା ପାଇଁ ଚୟନ କରିଛି ଅଲିମ୍ପିଆ 2021 । ଏହା ମଧ୍ୟରେ ସମ୍ବଲପୁରର 7 ଜଣ ଚିତ୍ରଶିଳ୍ପୀ ଙ୍କର ଚିତ୍ର ଭର୍ଚୁଆଲ ମୋଡରେ ପ୍ରଦର୍ଶିତ ହେଉଥିବାରୁ କଳାକାର ମାନେ ଖୁସି ବ୍ୟକ୍ତ କରିଛନ୍ତି। ଜୁଲାଇ 23 ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରୀଡା ମହାକୁମ୍ଭରେ ଅଗଷ୍ଟ 8 ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ମୋଡ଼ରେ ଏହା ପ୍ରଦର୍ଶିତ ହେବ ।

ଏହି ଚିତ୍ରଶିଳ୍ପୀ ମାନେ ହେଲେ ସମ୍ବଲପୁରର ମନୋଜ କୁମାର ଚୌଧୁରୀ,ସଞ୍ଜୟ ସାହୁ,ପ୍ରେମଚାନ୍ଦ ରାଉତ,ରୋହିତ ସୁପକାର,କୁଶ ଭୂୟାଁ,ବନ୍ଦନା ପଣ୍ଡା,ସୁଜାତା ବେହେରା ଏବଂ ଅନୁରେଖା ଜେନା।ସେମାନେ ତାଙ୍କ ଚିତ୍ରକଳା ରେ ମିଲଖା ସିଂ ଙ୍କ ଠାରୁ ଅଲିମ୍ପିକ ମଶାଲ ଭଳି ଚିତ୍ର ଆଙ୍କି ନିଜର କଳାକୃତି କୁ ପ୍ରଦର୍ଶନ କରି କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଛନ୍ତି।

ଏହି ଚିତ୍ରଶିଳ୍ପୀ ମାନଙ୍କ କଳାକୄତି ଟୋକିଓ ଅଲିମ୍ପିକ ରେ ପ୍ରଦର୍ଶନ ହେଳାପରେ ସରକାର ଏ ଅଞ୍ଚଳର ଏକ ଆର୍ଟ କଲେଜ ସ୍ଥାପନ କଲେ କଳାକାର ମାନେ ତାଙ୍କ କଳାକୃତିକୁ ଆହୁରି ଆଗକୁ ନେଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.