ETV Bharat / state

ଉପେକ୍ଷିତ ସମ୍ବଲପୁର ଓଡିଶା ହୋମିଓପାଥି କଲେଜ, 21ବର୍ଷ ହେଲା ବାହାରୁନି ନୂତନ ପଦବୀ

author img

By ETV Bharat Odisha Team

Published : Aug 24, 2023, 9:57 PM IST

1978 ମସିହାରେ ସମ୍ବଲପୁର ସହର ଉପକଣ୍ଠ ମାଝୀପାଲିରେ ସ୍ଥାପନ ହୋଇଥିଲା ଓଡିଶା ମେଡିକାଲ କଲେଜ ଓ ହୋମିଓପ୍ୟାଥୀ ଆଣ୍ଡ ରିସର୍ଚ୍ଚ ମେଡିକାଲ କଲେଜ l ଏଠାରୁ ପ୍ରତ୍ୟେକ ବର୍ଷ ହୋମିଓପ୍ୟାଥୀ ଓ ଆୟୁର୍ବେଦିକ ବ୍ୟାଚଲର ମେଡିକାଲ ଡିଗ୍ରୀ ଧରି 365 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥାନ୍ତି l ବର୍ଷକୁ ବର୍ଷ ଏହି ଛାତ୍ରଛାତ୍ରୀ ପାସ ହେଉଥିଲେ ମଧ୍ୟ 2002 ମସିହା ଠାରୁ 21 ବର୍ଷ ହେଲା ଏମାନଙ୍କ ପାଇଁ ସରକାର କୌଣସି ପଦ ପଦବୀ ବାହାର କରିନାହାଁନ୍ତି l ଅଧିକ ପଢନ୍ତୁ

ଉପେକ୍ଷିତ ସମ୍ବଲପୁର ଓଡିଶା ହୋମିଓପାଥି କଲେଜ, 21 ବର୍ଷ ହେଲା ବାହାରୁନି ନୂତନ ପଦବୀ

ସମ୍ବଲପୁର: ସ୍ବାସ୍ଥ୍ୟ ସେବା ଲୋକଙ୍କ ମୌଳିକ ଅଧିକାର l ଏଥିପାଇଁ ରାଜ୍ୟ ସରକାର ମେଡିକାଲ କଲେଜ ସ୍ଥାପନ କରିବା ସହ ବିଭିନ୍ନ ସହରାଞ୍ଚଳ ଠାରୁ ବ୍ଲକ ସ୍ତରରେ ହସ୍ପିଟାଲ କରିଛନ୍ତି l ଏହିଭଳି ଭାବରେ ସମ୍ବଲପୁର ସହର ଉପକଣ୍ଠ ମାଝୀପାଲି ଠାରେ ରହିଛି ଓଡିଶା ମେଡିକାଲ କଲେଜ ଅଫ ହୋମିଓପାଥି ଆଣ୍ଡ ରିସର୍ଚ୍ଚ l ଏଠାରେ ପ୍ରତ୍ୟେକ ବର୍ଷ ହୋମିଓପାଥି ଓ ଆୟୁର୍ବେଦିକର 365 ଡାକ୍ତରୀ ଛାତ୍ରଛାତ୍ରୀ ବ୍ୟାଚଲର ଡିଗ୍ରୀ ଧରି ପାସ ଆଉଟ ହେଉଛନ୍ତି l ତେବେ ବିଡମ୍ବନା ର ବିଷୟ ହେଉଛି ଏମାନଙ୍କ ପାଇଁ 2002 ମସିହା ପରଠାରୁ ଆଜି ପର୍ଯ୍ୟନ୍ତ 21 ବର୍ଷ ହେଲା ଗୋଟିଏ ମଧ୍ୟ ନୂଆ ପଦବୀ ବାହାର କରାଯାଇନାହିଁ l ଏଥିପାଇଁ ଏହି ଛାତ୍ର ଛାତ୍ରୀ ମାନେ ରାଜ୍ୟ ସରକାରଙ୍କ ଆଗରେ ବାରମ୍ବାର ନିଜର ଦାବୀ ଉପସ୍ଥାପନା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଫଳ ମିଳିନି l ତେଣୁ ଆସନ୍ତାକାଲି ଓଡିଶା ମେଡିକାଲ କଲେଜ ଅଫ ହୋମିଓପାଥି ଆଣ୍ଡ ରିସର୍ଚ୍ଚ ଛାତ୍ରଛାତ୍ରୀ ମାନେ କଳା ବ୍ୟାଚ ପରିଧାନ କରି ସାଂକେତିକ ପ୍ରତିବାଦ କରିବେ ବୋଲି ଘୋଷଣା କରିଛନ୍ତି ।

1978 ମସିହାରେ ସମ୍ବଲପୁର ସହର ଉପକଣ୍ଠ ମାଝୀପାଲିରେ ସ୍ଥାପନ ହୋଇଥିଲା ଓଡିଶା ମେଡିକାଲ କଲେଜ ଓ ହୋମିଓପାଥି ଆଣ୍ଡ ରିସର୍ଚ୍ଚ ମେଡିକାଲ କଲେଜ l ଏଠାରୁ ପ୍ରତ୍ୟେକ ବର୍ଷ ହୋମିଓପାଥି ଓ ଆୟୁର୍ବେଦିକ ବ୍ୟାଚଲର ମେଡିକାଲ ଡିଗ୍ରୀ ଧରି 365 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥାନ୍ତି l ବର୍ଷକୁ ବର୍ଷ ଏହି ଛାତ୍ରଛାତ୍ରୀ ପାସ ହେଉଥିଲେ ମଧ୍ୟ 2002 ମସିହା ଠାରୁ 21 ବର୍ଷ ହେଲା ଏମାନଙ୍କ ପାଇଁ ସରକାର କୌଣସି ପଦ ପଦବୀ ବାହାର କରିନାହାଁନ୍ତି l କେନ୍ଦ୍ର ସରକାରଙ୍କ ନ୍ୟାସନାଲ ଆୟୁଷ ମିଶନ ଅନୁସାରେ ପ୍ରତ୍ୟେକ 5000 ଲୋକଙ୍କ ପାଇଁ ଗୋଟିଏ ଡିସ୍ପେନସିରି ଓ ପ୍ରତ୍ୟେକ 50 ହଜାର ଲୋକଙ୍କ ପାଇଁ ଗୋଟିଏ ଆୟୁଷ ହସ୍ପିଟାଲ ରହିବା କଥା l ହେଲେ ରାଜ୍ୟ ସରକାର ଏହା ଲାଗୁ କରୁନଥିବା ଏହି ମେଡିକାଲ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି l ବର୍ତ୍ତମାନ ରାଜ୍ୟର ସାଢେ 4 କୋଟି ଲୋକଙ୍କ ପାଇଁ ମାତ୍ର 562 ଟି ହୋମିଓପାଥି ଓ 619 ଟି ଆୟୁର୍ବେଦିକ ଡିସ୍ପେନସିରି ଥିବା ଛାତ୍ର ଛାତ୍ରୀ ଅଭିଯୋଗ ଆଣିଛନ୍ତି l

ଏହାବି ପଢନ୍ତୁ- ଏମ୍ସ ସମେତ ଏହି ସବୁ ହସ୍ପିଟାଲରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ହୋମିଓପାଥିର OPD-IPD

ଏହିଭଳି ସ୍ଥିତିରେ ରାଜ୍ୟରେ 3 ରୁ 4 ଟି ଡିସ୍ପେନସିରି ପାଇଁ କେବଳ ଜଣେ ଲେଖାଏଁ ଡାକ୍ତର ଥିବା ଅଭିଯୋଗ ହୋଇଛି l ବିଗତ ଦିନରେ 7500 ଡାକ୍ତର ପଦବୀ ବାହାରିଛି । କିନ୍ତୁ ସମସ୍ତ ପଦଦୀ ଏଲୋପ୍ୟାଥୀ ଡାକ୍ତରଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ହୋମିଓପାଥି ଓ ଆୟୁର୍ବେଦିକ ଡାକ୍ତରଙ୍କ ପାଇଁ ଗୋଟିଏ ମଧ୍ୟ ପୋଷ୍ଟ ବାହାରି ନଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ l

ଅନ୍ୟପଟେ ଏହି ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବରୁ 24 ଟି ପିଜି ସିଟ ଥିବା ବେଳେ ବର୍ତ୍ତମାନ ଏହାକୁ ହ୍ରାସ କରାଯାଇ 4ଟି ରଖାଯାଇଛି । ଫଳରେ ପିଜି କରିବାକୁ ଛାତ୍ରଛାତ୍ରୀ ମାନେ ଅସୁବିଧା ଭୋଗୁଥିବା ବେଳେ ଏହି ମେଡିକାଲ କଲେଜ ପାଇଁ ଅଧ୍ୟାପକ ମିଳୁନଥିବା ଅଭିଯୋଗ ହୋଇଛି l ତେଣୁ 2019 ଓ 2021 ରେ ନୂଆଁ ପଦବୀ ସୃଷ୍ଟି ପାଇଁ ଏହି ଡାକ୍ତରୀ ଛାତ୍ର ଛାତ୍ରୀ ମାନେ ରାଜ୍ୟ ସରକାରଙ୍କ ଆଗରେ ଦାବୀ ରଖିଥିଲେ ମଧ୍ୟ କୌଣସି ଲାଭ ମିଳୁନଥିବା ଅଭିଯୋଗ ହୋଇଛି l

ଏହାବି ପଢନ୍ତୁ- World Homeopathy Day: ଜାଣନ୍ତୁ ବିଶ୍ବ ହୋମିଓପାଥି ଦିବସର ଇତିହାସ ଓ ଉଦ୍ଦେଶ୍ୟ

ତେଣୁ ଆଗାମୀ ବର୍ଷ 500 ନୂଆ ପଦବୀ ସୃଷ୍ଟି କରିବା ସହ, 30 ଟି ହସ୍ପିଟାଲ ସୃଷ୍ଟି କରାଯାଉ ଓ ପ୍ରତ୍ୟେକ ବର୍ଷ ଉଭୟ ହୋମିଓପାଥି ଓ ଆୟୁର୍ବେଦିକ ଛାତ୍ର ଛାତ୍ରୀ ଙ୍କ ପାଇଁ ଅଧିକ 50 ଟି ଲେଖାଏଁ ନୂଆ ପଦବୀ ସୃଷ୍ଟି କରିବାକୁ ଦାବି ହୋଇଛି l ଏହି ସବୁ ଦାବୀ ପୂରଣ ହେଉନଥିବାରୁ ଆସନ୍ତା କାଲି ଏହି କଲେଜର ଛାତ୍ର ଛାତ୍ରୀ ମାନେ କଳା ବ୍ୟାଚ ପରିଧାନ କରି ସାଂକେତିକ ପ୍ରତିବାଦ କରିବେ ବୋଲି ସୂଚନା ଦେଇଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.