ETV Bharat / state

ଜିଲ୍ଲାପାଳଙ୍କ ପ୍ରଥମ କୁଚିଣ୍ଡା ଗସ୍ତ, 5T ସ୍କୁଲ ଛାତ୍ରଙ୍କ ସହ କଲେ ଆଲୋଚନା - ସମ୍ବଲପୁର ନୂଆ ଜିଲ୍ଲାପାଳଙ୍କ କୁଚିଣ୍ଡା ଗସ୍ତ

କାର୍ଯ୍ୟରେ ଯୋଗଦାନ ପରେ ସମ୍ବଲପୁର ଜିଲ୍ଲାପାଳଙ୍କ ପ୍ରଥମ କୁଚିଣ୍ଡା ଗସ୍ତ । ଅନନ୍ୟା ଦାସ ପ୍ରଥମ ଥର ପାଇଁ କୁଚିଣ୍ଡା ଉପଖଣ୍ଡ ଗସ୍ତରେ ଯାଇ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହା ସହ 5T ସ୍କୁଲର ଛାତ୍ରଛାତ୍ରୀଙ୍କ ପାଠପଢା ନେଇ ସିଧାସଳଖ ଛାତ୍ରଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କ ପ୍ରଥମ କୁଚିଣ୍ଡା ଗସ୍ତ, 5T ସ୍କୁଲ ଛାତ୍ରଙ୍କ ସହ କଲେ ଆଲୋଚନା

author img

By

Published : Jun 25, 2022, 10:25 PM IST

ସମ୍ବଲପୁର: ସମ୍ବଲପୁରରେ ନୂତନ ଭାବରେ କାର୍ଯ୍ୟରେ ଯୋଗଦାନ କରିବା ପରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ଯା ଦାସ ଆଜି(ଶନିବାର) ପ୍ରଥମ ଥର କୁଚିଣ୍ଡା ଗସ୍ତ କରିଛନ୍ତି । କୁଚିଣ୍ଡା ଗ୍ରସ୍ତରେ ଯାଇ 5T ଯୋଜନାରେ ରୂପାନ୍ତରିତ ହୋଇଥିବା କୁଚିଣ୍ଡା ହାଇସ୍କୁଲ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀଙ୍କ ପାଠପଢା ସମ୍ପର୍କୀୟ ସୁବିଧା ଓ ଅସୁବିଧା ନେଇ ପଚାରି ବୁଝିଛନ୍ତି ।

ଜିଲ୍ଲାପାଳଙ୍କ ପ୍ରଥମ କୁଚିଣ୍ଡା ଗସ୍ତ, 5T ସ୍କୁଲ ଛାତ୍ରଙ୍କ ସହ କଲେ ଆଲୋଚନା

ଏହାପରେ ଶିକ୍ଷକଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ପରେ ପରେ ସେ କୁଚିଣ୍ଡା ମୁକୁନ୍ଦି ଷ୍ଟାଡିୟମ, ନବନିର୍ମିତ ସ୍ମାର୍ଟ ପାର୍କ, ଫରେଷ୍ଟ ପାର୍କ ବୁଲି ଦେଖିବା ସହିତ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ସ୍ଥିତି ଓ ଅଗ୍ରଗତି ନେଇ ତଦାରଖ କରିବା ସହିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ଏହି ଗସ୍ତ ସମୟରେ କୁଚିଣ୍ଡା ଉପଜିଲ୍ଲାପାଳ ଓ ବିଡିଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.