ETV Bharat / state

ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ମହାସଫେଇ ଅଭିଯାନ ଆରମ୍ଭ - sambalpur municipality started Maha safei abhyan

ସମ୍ବଲପୁର ମହାନଗର ନିଗମର ମହା ସଫେଇ ଅଭିଯାନ ଆରମ୍ଭ । ସମସ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ନେଇ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳରୁ ସଫେଇ କାମ ଆରମ୍ଭ କରାଯାଇଛି ।

ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ମହାସଫେଇ ଅଭିଯାନ ଆରମ୍ଭ
author img

By

Published : Nov 13, 2019, 11:45 PM IST

ସମ୍ବଲପୁର: ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ସମ୍ବଲପୁର ମହାନଗର ନିଗମର ମହା ସଫେଇ ଅଭିଯାନ। ସମ୍ବଲପୁରର ସମସ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ନେଇ ମହାନଗର ନିଗମର ନେତୃତ୍ବରେ ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଫେଇ କରାଯାଇଥିବା ବେଳେ ଆଗକୁ ସମ୍ବଲପୁର ମହାନଗରର ପ୍ରମୁଖ ସ୍ଥାନ ଗୁଡିକୁ ସଫେଇ ଅଭିଯାନ ଜରିଆରେ ସ୍ଵଛତା ଓ ସଚେତନତା କରାଯିବ ବୋଲି କୁହାଯାଇଛି।

ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ମହାସଫେଇ ଅଭିଯାନ ଆରମ୍ଭ

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତ୍ୟେକ ଦିନ ସମ୍ବଲପୁର ତଥା ଆଖପାଖ ଜିଲ୍ଲାର ଲୋକେ ଚିକିତ୍ସିତ ହେବା ପାଇଁ ଆସନ୍ତି । ସେଥିପାଇଁ ଏହାର ସ୍ବଚ୍ଛତାର ଗୁରୁତ୍ବକୁ ବୁଝି ସମ୍ବଲପୁର ମହାନଗର ନିଗମ ଆଜିଠୁ ଆରମ୍ଭ କରିଛି ମହା ସଫେଇ ଅଭିଯାନ। ମହାନଗର ନିଗମର କର୍ମଚାରୀ ସହ ପ୍ରମୁଖ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କରିଛନ୍ତି ।

ହାତରେ ଗ୍ଲୋବସ ଓ ମୁହଁରେ ମାସ୍କ ଲଗାଇ ଉତ୍ସାହି ଯୁବକ ଯୁବତୀ ମାନେ ଏହି କାର୍ଯ୍ୟ କରିଛନ୍ତି । ସମ୍ବଲପୁରର ସମ୍ବଳ ଓ ବିଜୁ ଯୁବ ବାହିନୀ, ପଶ୍ଚିମାଞ୍ଚଳ ଏକତା ମଞ୍ଚ ପରି ଅନୁଷ୍ଠାନ ଏଥିରେ ସାମିଲ ହୋଇଥିବା ବେଳେ ଏହାର ନେତୃତ୍ବ ନେଇଥିଲେ ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ଦେବେନ୍ଦ୍ର ନନ୍ଦ।

ଆଗକୁ ଏହି ସଫେଇ ଅଭିଯାନରେ ଜିଲ୍ଲାର ସମଲେଶ୍ବରୀ ମନ୍ଦିର, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ବୁର୍ଲା ବଡ଼ ମେଡିକାଲର ସଫେଇକୁ ଅନ୍ତର୍ଭୁକ୍ତ କରାଯିବ ବୋଲି କୁହାଯାଇଛି । ଏହା ସହ ମାସକରେ 2 ଥର ପ୍ରମୁଖ ସ୍ଥାନ ଗୁଡିକର ସଫେଇ ହେବ ବୋଲି କୁହାଯାଇଛି । ସମ୍ବଲପୁରର 41 ଟି ୱାର୍ଡକୁ ପର୍ଯ୍ୟାୟକ୍ରମରେ ଏମିତି ସଫେଇ କରାଯିବ ବୋଲି କୁହାଯାଇଛି । ସମ୍ବଲପୁର ମହାନଗରର ଏହି ପ୍ରୟାସକୁ ପ୍ରଶଂସା କରଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଆଜିଠୁ ଆରମ୍ଭ ହୋଇଛି ସମ୍ବଲପୁର ମହାନଗର ନିଗମର ମହା ସଫେଇ ଅଭିଯାନ।ସମ୍ବଲପୁର ର ସମସ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ କୁ ନେଇ ମହାନଗର ନିଗମ ର ନେତୃତ୍ୱରେ ଆଜି ସମ୍ବଲପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ସଫେଇ କରାଯାଇଥିବା ବେଳେ ଆଗକୁ ସମ୍ବଲପୁର ମହାନଗର ର ପ୍ରମୁଖ ସ୍ଥାନ ଗୁଡିକୁ ସଫେଇ ଅଭିଯାନ ଜରିଆରେ ସ୍ଵଛତା ଓ ସଚେତନତା କରାଯିବ ବୋଲି କୁହାଯାଇଛି।

Body:ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ।ପ୍ରତ୍ୟେକ ଦିନ ଏହି ହସ୍ପିଟାଲ କୁ ସମ୍ବଲପୁର ତଥା ଆଖ ପାଖ ଜିଲ୍ଲାର ଲୋକ ଆସନ୍ତି। ସେଥିପାଇଁ ଏହାର ସ୍ୱଚ୍ଛତା ର ଗୁରୁତ୍ୱ କୁ ବୁଝି ସମ୍ବଲପୁର ମହାନଗର ନିଗମ ଆଜିଠୁ ଆରମ୍ଭ କରିଛି ମହା ସଫେଇ ଅଭିଯାନ। ଆଜି ମହାନଗର ନିଗମ ର କର୍ମଚାରୀ ସହ ପ୍ରମୂଖ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ସଦସ୍ୟ ମାନେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ର ସଫେଇ କରିଛନ୍ତି।ହାତରେ ଗ୍ଲୋବସ ଓ ମୁହଁରେ ମାସ୍କ ଲଗାଇ ଉତ୍ସାହୀ ଯୁବକ ଯୁବତୀ ମାନେ ଏହି କାର୍ଯ୍ୟ କରିଛନ୍ତି। ସମ୍ବଲପୁର ର ସମ୍ବଳ ଓ ବିଜୁ ଯୁବ ବାହିନୀ,ପଶ୍ଚିମାଞ୍ଚଳ ଏକତା ମଞ୍ଚ ପରି ଅନୁଷ୍ଠାନ ଏଥିରେ ସାମିଲ ହୋଇଥିବା ବେଳେ ଏହାର ନେତୃତ୍ୱ ନେଇଥିଲେ ସମ୍ବଲପୁର ମହାନଗର ନିଗମର ଡେପୁଟୀ କମିଶନର ଦେବେନ୍ଦ୍ର ନନ୍ଦ।

ବାଇଟ-1-ସୁବ୍ରତ ପଣ୍ଡା,ସ୍ବେଛାସେବୀ।
ବାଇଟ-2-ନିଷିକାନ୍ତ ବିଶ୍ବାଳ, ସଦସ୍ୟ, ବିଜୁ ଯୁବ ବାହିନୀ।

ଆଗକୁ ଏହି ସଫେଇ ଅଭିଯାନ ରେ ସମ୍ବଲପୁର ର ସମଲେଶ୍ୱରୀ ମନ୍ଦିର, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ବୁର୍ଲା ବଡ଼ ମେଡିକାଲ ର ସଫେଇ କୁ ଅନ୍ତର୍ଭୁକ୍ତ ଜରାଯିବ ବୋଲି କୁହାଯାଇଛି। ଏହା ସହ ମାସ କରେ 2 ଥର ପମୁଖ ସ୍ଥାନ ଗୁଡିକର ସଫେଇ ହେବ ବୋଲି କୁହାଯାଇଛି। ସମ୍ବଲପୁର ର 41 ଟି ୱାର୍ଡ କୁ ପର୍ଯ୍ୟାୟ କ୍ରମ ରେ ଏମିତି ସଫେଇ କରାଯିବ ବୋଲି କୁହାଯାଇଛି।

ବାଇଟ-3-ଦେବେନ୍ଦ୍ର ନନ୍ଦ,ଡେପୁଟୀ କମିଶନର,SMC.

Conclusion: ସମ୍ବଲପୁର ମହାନଗର ର ଏହି ପ୍ରୟାସ କୁ ପ୍ରଶଂସା କରଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.