ETV Bharat / state

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ନେଇ ମାମଲା ଦବାଇବାକୁ ଚେଷ୍ଟା କରୁଛନ୍ତି ସରକାର: ଜୟ ନାରାୟଣ

author img

By

Published : Feb 1, 2023, 10:27 PM IST

ନବ ଦାସ ହତ୍ୟା ଘଟଣାରେ ଦିର୍ନୀତିଖୋର ଅଧିକାରୀଙ୍କୁ ନେଇ ସରକାର ତଦନ୍ତ କରାଉଥିବା କହିଛନ୍ତି ବିରୋଧୀ ଦଳର ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ଅଧିକ ପଢନ୍ତୁ

sambalpur mla jayanarayan mishra
sambalpur mla jayanarayan mishra

sambalpur mla jayanarayan mishra

ସମ୍ବଲପୁର: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା । ଏହି ଘଟଣାରେ ଦୁର୍ନୀତିଖୋର ଅଧିକାରୀଙ୍କୁ ନେଇ ତଦନ୍ତ କରୁଛନ୍ତି ସରକାର । ଏଭଳି ଅଭିଯୋଗ କରିଛନ୍ତି ବିରୋଧୀ ଦଳର ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ସେଥିପାଇଁ ଏହି ଘଟଣାର ସିବିଆଇ ତଦନ୍ତ ଦାବିକୁ ଦୋହରାଇବା ସହ କ୍ରାଇମବ୍ରାଞ୍ଚ ଟିମରେ ଥିବା ଅଧିକାରୀଙ୍କ ଦୁର୍ନୀତିର ପେଡି ଖୋଲିଛନ୍ତି ସରକାର ।

ସେ କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଅପରାଗ ଅଧିକାରୀ । ସେ ପୂର୍ବରୁ ତଦନ୍ତ କରିଥିବା ସବୁ କେସ ଅସମାହିତ ଥିବା ବେଳେ ସବୁ କେସକୁ ସେ ରଫା ଦଫା କରିବାକୁ ଚେଷ୍ଟା କରନ୍ତି । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଟିମରେ ଥିବା ଅଧିକାରୀ ରମେଶ ଦୋରା ମଧ୍ୟ ଜଣେ ଦୁର୍ନୀତିଖୋର ଅଧିକାରୀ। ତାଙ୍କ ନାଁ ରେ ଜାତିଗତ ପ୍ରମାଣପତ୍ର ଜାଲିଆତି ର ଅଭିଯୋଗ ଥିବା ବେଳେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଛି। ଅନ୍ୟ ଜଣେ ଅଧିକାରୀ ଜୀବନାନନ୍ଦ ଜେନା ଙ୍କ ନାରେ ପୁରୀ ଓ ଜଗତସିଂହପୁର ଠାରେ ହଜାତ ମୃତ୍ୟୁ ର ଅଭିଯୋଗ ରହିଛି।

ସେହିପରି ବ୍ରଜରାଜନଗର ର ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ଧବଳେଶ୍ବର ସାହୁ ମଧ୍ୟ ଜଣେ ଦୁର୍ନୀତିଖୋର ଅଧିକାରୀ ଅଟନ୍ତି। ତାଙ୍କ ନାଁ ରେ ସମ୍ବଲପୁର ରେ ହୋଇଥିବା ଏକ ଫେକ ଏନକାଉଣ୍ଟର ର ଅଭିଯୋଗ ରହିଛି ଓ ବରଗଡ଼ ଜିଲ୍ଲାରେ ଛତିଶଗଡ଼ ର ଜଣେ ବ୍ୟବସାୟୀ ଙ୍କୁ ମାଡ଼ ମାରି ଡକାୟତି କରିଥିବା ଅଭିଯୋଗ ମଧ୍ୟ ରହିଛି ବୋଲି ଜୟ ନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି । ଏହିଭଳି ଭାବରେ କ୍ରାଇମ ବ୍ରାଞ୍ଚ ଟିମ ରେ ସବୁ ଦୁର୍ନିତିଖୋର ଅଧିକାରୀ ଙ୍କୁ ନେଇ ମାମଲା କୁ ରଫା ଦଫା କରିବାକୁ ରାଜ୍ୟ ସରକାର ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଜୟ ନାରାୟଣ ମିଶ୍ର ।

ଏହା ସହ ନବ ଦାସ ଙ୍କୁ ଗୁଳି ମାଡ଼ ପରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମେ ଯେତେବେଳେ ଭର୍ତ୍ତି କରାଗଲା ସେତେବେଳେ କରାଯାଇଥିବା ତାଙ୍କର ECG କୁ ସାର୍ବଜନୀନ କରାଯାଉ ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି । ନବ ଦାସ କେବଳ ତାଙ୍କ ପରିବାର ଲୋକଙ୍କ ନ ଥିଲେ ସେ ଜଣେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଥିଲେ ସେଥିପାଇଁ ଏହି ଘଟଣା ର ସି ବି ଆଇ ତଦନ୍ତ କରାଯାଉ ବୋଲି ପୁଣି କହିଛନ୍ତି ଜୟ ନାରାୟଣ ମିଶ୍ର।

ପ୍ରକାଶ ଥାଉକି, ଗତ ୨୯ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡ଼ା ଗାନ୍ଧୀଛକଠାରେ ଗୁଳିମାଡ଼ ହୋଇଥିଲା । ପୋଲିସ ଗୁଳି କରିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଅଭିଯୁକ୍ତ ASI ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ କରିଥିବା ବେଳେ ଗୋଟିଏ ଗୁଳି ତାଙ୍କ ବାମ ପଟ ଛାତିରେ ବାଜିଥିଲା । ଏହି ଅଘଟଣରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ବିରୋଧୀ ଅଭିଯୋଗ ଆଣିଥିବା ବେଳେ ଗୃହ ବିଭାଗ ଓ ଗୁଇନ୍ଦା ବିଭାଗକୁ ଦାୟୀ କରିଛନ୍ତି । ଏଭଳି ଘଟଣା ଓଡ଼ିଶା ଇତିହାସରେ ପ୍ରଥମ ବୋଲି କୁହାଯାଉଛି । ଅନ୍ୟପଟେ ପ୍ରକୃତ ଅପରାଧୀକୁ ଧରିବା ଲାଗି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.