ETV Bharat / state

ଜାନୁଆରୀ ୪ରୁ ସମ୍ବଲପୁର ଲୋକ ମହୋତ୍ସବ, ବସିଲା ପ୍ରସ୍ତୁତି ବୈଠକ

author img

By ETV Bharat Odisha Team

Published : Nov 29, 2023, 9:47 PM IST

ଜାନୁଆରୀ 4 ତାରିଖରୁ ଆରମ୍ଭ ହେବ ସମ୍ବଲପୁର ଲୋକ ମହୋତ୍ସବ l ଏନେଇ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହୋତ୍ସବ ପାଇଁ ଦାୟିତ୍ବ ବଣ୍ଟନ । ଆଗକୁ ପଢ଼ନ୍ତୁ

ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି
ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି
ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି

ସମ୍ବଲପୁର: ଜାନୁଆରୀ 4 ତାରିଖରୁ ଆରମ୍ଭ ହେବ ସମ୍ବଲପୁର ଲୋକ ମହୋତ୍ସବ l ମହୋତ୍ସବ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହୋତ୍ସବ ପାଇଁ ଦାୟିତ୍ବ ବଣ୍ଟନ । ଶାନ୍ତି ଶୃଙ୍ଗଳା ସାଙ୍ଗକୁ ଭିଡ଼ ନିୟନ୍ତ୍ରଣ ଧ୍ୟନ ଦେବା ପାଇଁ ମଧ୍ୟ ଆଲୋଚନା ।

ସମ୍ବଲପୁର ଲୋକ ମହୋତ୍ସବ-2024 ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି l ଏନେଇ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ । ଏହି ସାଧାରଣ ପରିଷଦ ବୈଠକରେ ଲୋକ ମହୋତ୍ସବ ପାଇଁ ସମ୍ବଲପୁର ମହାନଗର ନିଗମର କମିଶନର ବେଦଭୂଷଣଙ୍କୁ ନୋଡାଲ ଅଫିସର କରାଯାଇଛି l ସମନ୍ମୟ, ମଞ୍ଚ ଓ ଅଡି୍ଟୋରୀୟମ,ସାଂସ୍କୃତିକ, ଷ୍ଟଲ, ପ୍ରଦର୍ଶନୀ, ଖାଦ୍ୟ, ପ୍ରଚାର ଓ ଶୋଭାଯାତ୍ରା, ଗଣମାଧ୍ୟମ, ଡକ୍ୟୁମେଣ୍ଟେସନ, ସ୍ୱାଗତ, କମିଟି, ସମ୍ବର୍ଦ୍ଧନା, ସେମିନାର, ଅବାସ, ସ୍ମାରକୀ, ପରିମଳ ଓ ପରିବହନ ଆଦି କମିଟି ଆବଣ୍ଟନ ପାଇଁ ବିଭିନ୍ନ ବ୍ୟକ୍ତିଙ୍କ ନାମ ପ୍ରସ୍ତାବ ଗ୍ରହଣ କରାଯାଇଛି l ତା ଛଡ଼ା କିଭଳି ଭାବରେ ଶାନ୍ତି ଓ ଶୃଙ୍ଖଳାର ସହିତ ମହୋତ୍ସବ ପାଳନ ହେବ ସେନେଇ ମଧ୍ୟ ଦୃଷ୍ଟି ଦିଆଯାଇଛି । ମହୋତ୍ସବରେ କିଭଳି ଭାବରେ ଭିଡ଼ ନିୟନ୍ତ୍ରଣ କରାଯିବ ସେପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ମଧ୍ୟ ଆଲୋଚନା କରାଗଲା । ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ କିଭଳି ଲୋକଙ୍କୁ ଆକୃଷ୍ଟ କରାଯାଇ ପାରିବ ଯାଦ୍ବାରା ଅଧିକରୁ ଅଧିକ ଲୋକଙ୍କ ପାଖରେ ପଶ୍ଚମ ଓଡ଼ିଶାର କଳା ଓ ସଂସ୍କୃତି ପହଞ୍ଚି ପାରିବ ।

ଏହା ମଧ୍ୟ ପଢ଼ନ୍ତୁ.....ଗୀତରେ ସାଇବର ସଚେତନତା, ବାଲିଯାତ୍ରାରେ ପୋଲିସ ପ୍ରୟାସକୁ ପ୍ରଶଂସା

ଏହି ବୈଠକରେ ସ୍ଥାନୀୟ ଅଞ୍ଚଳର କଳାକାର ଓ ସଂସ୍କୃତିକୁ ପ୍ରାଥମିକତା ଦିଆଯିବ, ସ୍ଥାନୀୟ ନୂଆ କଳାକାର ମାନଙ୍କୁ ମଞ୍ଚ ପ୍ରଦାନ କରାଯିବା, ସମ୍ବଲପୁର ଜିଲ୍ଲାର କୋଣ ଅନୁକୋଣରୁ ସବୁ କଳାକାରଙ୍କୁ ଲୋକ ମହୋତ୍ସବ ମଞ୍ଚରେ ସ୍ଥାନ ଦେବା ପାଇଁ ଗୁରୁତ୍ୱ ଦିଆଯାଇଥିଲା l ମୁଖ୍ୟତଃ ପଶ୍ଚିମ ଓଡିଶାର କଳାକାର ମାନଙ୍କୁ ଲୋକମାହୋତ୍ସବରେ କିପରି ଅଧିକ ସୁଯୋଗ ମିଳିବ ସେନେଇ ସମ୍ବଲପୁର ମହାନଗର ନିଗମର କମିଶନର ବେଦଭୁଷଣ କହିଛନ୍ତି l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦୁଇ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଅଜାମ୍ବର ମହାନ୍ତି, ସମ୍ବଲପୁର SDPO ପ୍ରଦୀପ କୁମାର ସାହୁ ପ୍ରମୁଖଙ୍କ ସହ କଳାକାର ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.