ETV Bharat / state

ବନ୍ଦ ଘରେ ଅଧ୍ୟାପକଙ୍କ ସନ୍ଦେହଜନକ ମୃତ୍ୟୁ - ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମାନେଶ୍ବର

ସମ୍ବଲପୁରରେ ଚାଞ୍ଚଲ୍ୟ । ଜଣେ ଅଧ୍ୟାପକଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ପୋଲିସର ଖୋଲତାଡ ଆରମ୍ଭ ।

ପଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 6, 2019, 8:48 PM IST

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମାନେଶ୍ବର ନିକଟସ୍ଥ ମୁରା ଗ୍ରାମର କୋଠରୀ ଭିତରୁ ଜଣେ ଅଧ୍ୟାପକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ । ସମ୍ବଲପୁର ମୁରା ଆଞ୍ଚଳିକ ମହାବିଦ୍ୟାଲୟର ରାଜନୀତି ବିଜ୍ଞାନ ଅଧ୍ୟାପକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ଅଧ୍ୟାପକ ହୃଦାନନ୍ଦ ପ୍ରଧାନ ମୁରା ଗ୍ରାମର ହାଇସ୍କୁଲ ପରିସରରେ ଥିବା ଏକ ଘରେ ରହି ସେହି ଗ୍ରାମର କଲେଜରେ ଅଧ୍ୟାପନା କରୁଥିଲେ । ସକାଳୁ କଲେଜ ନଆସିବା ଯୋଗୁଁ ସ୍ଥାନୀୟ ଲୋକେ ପଚରା ଉଚୁରା କରି ରହୁଥିବା ଘରକୁ ଯାଇଥିଲେ । ଘର ବାହାରେ ଅଧ୍ୟାପକଙ୍କ ଚପଲ ଥିବା ଦେଖି ସନ୍ଦେହ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏନେଇ ଶାଶନ ଥାନାକୁ ଖବର ଦେଇଥିଲେ ଗ୍ରାମବାସୀ । ଘଟଣା ସଂପର୍କରେ ଖବର ପାଇ ପୋଲିସ ସାଇଣ୍ଟିଫିକ ଟିମ ଉପସ୍ଥିତିରେ କବାଟ ଖୋଲିବା ପରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଶାସନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ମୃତ୍ୟର କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣା ପଡିବ ବୋଲି ପୋଲିସ କହିଛି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମାନେଶ୍ୱର ନିକଟସ୍ଥ ମୁରା ଗ୍ରାମର କୋଠରୀ ଭିତରୁ ଜଣେ ଅଧ୍ୟାପକ ଙ୍କ ରକ୍ତାକ୍ତ ମୃତ ଦେହ ଠାବ ହୋଇଛି।ତେବେ ଏହା ଏକ ଆତ୍ମହତ୍ୟା, ହତ୍ୟା ନା ଦୁର୍ଘଟଣା ତାହା ସ୍ପଷ୍ଟ ହୋଇନାହିଁ।Body:
ସମ୍ବଲପୁର ମୁରା ଆଂଚଲିକ ମହାବିଦ୍ୟାଲୟର ରାଜନୈତିକ ବିଜ୍ଞାନ ଅଧ୍ୟାପକଙ୍କ ସଂଦେହ ଜନକ ମୃତ୍ୟୁ ଅଭିଯୋଗ ହୋଇଛି । ଅଧ୍ୟାପକ ହୃଦାନନ୍ଦ ପ୍ରଧାନ ମୁରା ଗ୍ରାମର ହାଇସ୍କୁଲ ପରିସରରେ ଥିବା ଏକ ଘରେ ରହି ସେହି ଗ୍ରାମର କଲେଜରେ ଅଧ୍ୟାପନା କରୁଥିଲେ ।ସକାଳୁ କଲେଜ ନ ପହଂଚିବା ଯୋଗୁଁ ସ୍ଥାନୀୟ ଲୋକେ ପଚରାଉଚୁରା ପରେ ରହୁଥିବା ଘର ବାହାରେ ତାଙ୍କ ଚପଲ ଥୁଆ ହୋଇଥିବା ଦେଖିଥିଲେ ତେବେ କବାଟ ବନ୍ଦ ରହିଥିଲା ।ଏନେଇ ଶାଶନ ଥାନାକୁ ଖବର ପରେ ପୋଲିସ ଆଜି ସାଇଣ୍ଟିଫିକ ଟିମ ଉପସ୍ଥିତି ରେ କବାଟ ଖୋଲିବା ପରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଗୋଟିଏ ଗୋଡ ଜଲୁଥିବା ହିଟରରେ ପୋଡିଯାଇଥିବା ବେଲେ ମୁହଁମାଡି ପଡିଥିବା ଅବସ୍ଥାରେ ଶବ ରହିଥିଲା । ଶାସନ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରହିଛି ।Conclusion:ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି। ତେବେ ମୃତ୍ୟର ସଠିକ କାରଣ ବ୍ୟବଚ୍ଛେଦ ରିପୋଟ ଆସିଲା ପରେ ଜଣା ପଡିବ ବୋଲି ପୋଲିସ କହିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.