ETV Bharat / state

ଲକ୍ଷପତି କଲା ୟ୍ୟୁଟୁବ, ଶ୍ରମିକରୁ ସାଜିଲେ ଷ୍ଟାର - ସମ୍ବଲପୁର ୟୁଟ୍ୟୁବର

ସମ୍ବଲପୁର ଈଶାକ ମୁଣ୍ଡା ଶ୍ରମିକରୁ ବନିଲେ ୟୁଟ୍ୟୁବ ଷ୍ଟାର । କରୁଛନ୍ତି ଲକ୍ଷାଧିକ ଟଙ୍କା ରୋଜଗାର । ଅଧିକ ପଢନ୍ତୁ...

ମାଲାମାଲା କଲା ୟ୍ୟୁଟୁବ, ଶ୍ରମିକରୁ ସାଜିଲେ ଲକ୍ଷପତି

author img

By

Published : Jul 7, 2021, 3:27 PM IST

ସମ୍ବଲପୁର: ଭାଗ୍ୟ ବଦଳାଇ ଦେଲା ୟୁଟ୍ୟୁବ । ଶ୍ରମିକରୁ ବନାଇଲା ୟୁଟ୍ୟୁବ ଷ୍ଟାର, ରାତାରାତି ଫକୀରରୁ ବନିଗଲେ ଅମୀର । ଚାଳ ଛପର ଘର କେଇଦିନରେ ପରିଣତ ହେଲା କଂକ୍ରିଟ ଛାତରେ । ଆଜ୍ଞା ହଁ, ଏମିତି କିଛି ପରିବର୍ତ୍ତନ ହୋଇଛି ଈଶାକ ମୁଣ୍ଡାଙ୍କ ଭାଗ୍ୟରେ । ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢିଥିବା ଈଶାକ ଏବେ ୟୁଟ୍ୟୁବରେ ଇଟିଙ୍ଗ ଭିଡିଓ ଛାଡି କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ।

ମାଲାମାଲ କଲା ୟ୍ୟୁଟୁବ, ଶ୍ରମିକରୁ ସାଜିଲେ ଷ୍ଟାର

ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଉପାନ୍ତ ଅଞ୍ଚଳ ବାବୁପାଲିର ଈଶାକ ମୁଣ୍ଡା । ଗତବର୍ଷ ଲକ ଡାଉନରେ ବେରୋଜଗାର ହୋଇ ଘରେ ବସିଥିଲେ । ଦିନେ ୟୁଟ୍ୟୁବରେ ଭିଡିଓ ଅପଲୋଡ୍ କରି ଟଙ୍କା ରୋଜଗାରର ଉପାୟ ଜାଣିବାକୁ ପାଆନ୍ତି । ଏହାପରେ ଘରେ ସଞ୍ଚିତ 3 ହଜାର ଟଙ୍କାକୁ ନେଇ କିସ୍ତି ଆକାରରେ ଏକ ସ୍ମାର୍ଟ ଫୋନ କିଣନ୍ତି । ବାସ୍ 3 ହଜାର ଇନଭେଷ୍ଟରୁ ଏବେ 3 ଲକ୍ଷରୁ ଅଧିକ ଇନକମ୍ । ନୂଆ ଫୋନରେ 'ଈଶାକ ମୁଣ୍ଡା ଇଟିଙ୍ଗ' ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ ସେ ।

2020 ମାର୍ଚ୍ଚ 26ରେ ଈଶାକ ପ୍ରଥମେ ଖାଦ୍ୟ, ପାନୀୟ ନେଇ ଏକ ଭିଡିଓ ରାଇସ୍ ଆଣ୍ଡ ଇଣ୍ଡିଆନ ସମ୍ବର ଫାଷ୍ଟ ଇଟିଙ୍ଗ ନାମରେ ଅପଲୋଡ୍ କଲେ । ଏହି ଭିଡିଓକୁ ଲୋକେ ବେଶ୍ ପସନ୍ଦ କରିବା ସହ ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କଲେ । ନିଜ ପରମ୍ପରା, ଚାଲି ଚଳଣୀ, ଖାଦ୍ୟପେୟ, ଦେଶୀ ଚିକେନ୍, ଜଙ୍ଗଲୀ ଛତୁ, ବାଉଁଶ କରଡି ଭଳି ବିଭିନ୍ନ ପ୍ରକାର ଶାଗ ପ୍ରସ୍ତୁତି ଲୋକଙ୍କୁ ବେଶ୍ ଆକୃଷ୍ଠ କଲା । ପରେ ଧିରେ ଧିରେ ଈଶାକଙ୍କ ଦର୍ଶକଙ୍କ ସଂଖ୍ୟା ବଢିବାକୁ ଲାଗିଲା ।

ଫଳରେ ୟୁଟ୍ୟୁବରୁ ଲକ୍ଷାଧିକ ଟଙ୍କା ରୋଜଗାର କଲେ ସେ । ଦିନେ କଣ ଖାଇବେ ବୋଲି ଚିନ୍ତା କରୁଥିବା ଈଶାକ ବର୍ତ୍ତମାନ ବାପା, ମାଆ, ସ୍ତ୍ରୀ ଛୁଆପିଲାଙ୍କୁ ନେଇ ବେସ୍ ଆନନ୍ଦରେ ଜୀବନ ବିତାଉଛନ୍ତି ।

ବର୍ତ୍ତମାନ ଇଶାକ ନିଜ ପିଲାଛୁଆଙ୍କୁ ଭଲରେ ପାଠ ପଢେଇବା ସହ ନିଜ ମାତା ପିତାଙ୍କୁ କିପରି ଖୁସିରେ ରଖିବେ ସେନେଇ ଯତ୍ନବାନ । ଆଗକୁ ସେ ଗରିବଙ୍କ ସେବା କରିବେ ବୋଲି କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.