ETV Bharat / state

ସମ୍ବଲପୁର-ଜମ୍ମୁ ତୱି ଏକ୍ସପ୍ରେସ ଲାଇନଚ୍ୟୁତ; ମୃତାହତ ସୂଚନା ନାହିଁ

author img

By ETV Bharat Odisha Team

Published : Nov 30, 2023, 9:09 AM IST

Updated : Nov 30, 2023, 1:25 PM IST

ସମ୍ବଲପୁର ଷ୍ଟେସନ ଜମ୍ମୁ ତାୱି ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ । କୌଣସି କ୍ଷୟକ୍ଷତି ଘଟିନାହିଁ । ଅଧିକ ପଢନ୍ତୁ

ଜମ୍ମୁ ତୱି ଏକ୍ସପ୍ରେସ ଲାଇନଚ୍ୟୁତ
ଜମ୍ମୁ ତୱି ଏକ୍ସପ୍ରେସ ଲାଇନଚ୍ୟୁତ
ଜମ୍ମୁ ତୱି ଏକ୍ସପ୍ରେସ ଲାଇନଚ୍ୟୁତ

ସମ୍ବଲପୁର: ସମ୍ବଲପୁରରେ ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ସମ୍ବଲପୁର ରେଳ ଷ୍ଟେସନ ନିକଟରେ ସମ୍ବଲପୁର-ଜମ୍ମୁ ତାୱି ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ୱାସିଙ୍ଗ ଲାଇନକୁ ଧୁଆ ହେବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି । ତେବେ ଲାଇନଚ୍ୟୁତ ହେବା ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ । ଏଥିପାଇଁ କେହି ମୃତାହତ ହୋଇନାହାନ୍ତି ବା କୌଣସି କ୍ଷୟକ୍ଷତି ହୋଇନି । ୱାସିଂ ଲାଇନ୍‌ରେ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବାରୁ ଯାତାୟତ ମଧ୍ୟ ପ୍ରଭାବିତ ହୋଇନାହିଁ । ସମ୍ବଲପୁର ଷ୍ଟେସନରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ରହିଛି ।

ଏହା ମଧ୍ୟ ପଢନ୍ତୁ: ପୁରୀ ରେଲୱେ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ ଜମ୍ମୁ ତାୱି ଏକ୍ସପ୍ରେସ ଟ୍ରେନଟି ସମ୍ବଲପୁର ଷ୍ଟେସନରେ ଥିବା ୱାସିଙ୍ଗ ଲାଇନକୁ ଯାଉଥିବା ବେଳେ ଗୋଟିଏ ବଗିର ଚକ ଟ୍ରାକ ବାହାରକୁ ଚାଲି ଯାଇଥିଲା । ଯାହାଫଳରେ ଟ୍ରେନ ଲାଇନଚ୍ୟୁତ ହୋଇଥିଲା l ତେବେ ଟ୍ରେନରେ କୌଣସି ଯାତ୍ରୀ ନଥିବାରୁ ଓ ଟ୍ରେନର ଗତି ବହୁତ କମ୍ ଥିବାରୁ କାହାରି କିଛି ହୋଇ ନାହିଁ । ଏହା ଜାଣିବା ପରେ ୱାସିଙ୍ଗ ଲାଇନର କର୍ମଚାରୀମାନେ ଟ୍ରେନକୁ ତୁରନ୍ତ ଟ୍ରାକକୁ ଫେରେଇ ଆଣିଥିଲେ l ୱାସିଂ ଲାଇନ୍‌ରେ ଘଟଣା ଘଟିଥିବାରୁ ଅନ୍ୟ ଟ୍ରେନ୍‌ର ଯାତାୟାତ ପାଇଁ କୌଣସି ପ୍ରଭାବ ପଡ଼ିନାହିଁ l ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି l କେଉଁ କାରଣ ପାଇଁ ଟ୍ରେନ ଲାଇନଚ୍ୟୁତ ହେଲା ସେନେଇ ରେଳବାଇ ପକ୍ଷରୁ ତଦନ୍ତ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀରୁ ବିହାର ଯାଉଥିବା ଟ୍ରେନରେ ଲାଗିଲା ନିଆଁ; ୧୯ ଯାତ୍ରୀ ଆହତ

ଗତ କିଛି ମାସ ହେଲା ଦେଶରେ ଟ୍ରେନ ଦୁର୍ଘଟଣା ମାମଲା ବଢିବାରେ ଚାଲିଛି । କେଉଁଠି ଟ୍ରେନ ଲାଇନଚ୍ୟୁତ ହେଉଛି ତ ଆଉ କେତେବେଳେ ଏଥିରେ ନିଆଁ ଲାଗି ଯାଉଛି । ଯେଉଁଥିପାଇଁ ଏବେ ଲୋକମାନେ ଟ୍ରେନରେ ଯାତ୍ରା କରିବାକୁ ସଙ୍କୋଚ କରୁଛନ୍ତି । ତେବେ ଚଳିତ ବର୍ଷ ସବୁଠୁ ବଡ ଟ୍ରେନ ଦୁର୍ଘଟଣା ଘଟିଥିଲା ବାଲେଶ୍ବରର ବାହାନଗାରେ । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା କେବଳ ଦେଶ ନୁହେଁ ବିଦେଶକୁ ସ୍ତବ୍ଧ କରିଦେଇଥିଲା । ଏଥିରେ ୧୯୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ଏହି ଘଟଣା ପରେ ନିୟମିତ ଭାବେ ଦେଶର ବିଭିନ୍ନ ସ୍ଥାନରେ ଛୋଟ ବଡ ଟ୍ରେନ ଦୁର୍ଘଟଣା ଖବର ଆସୁଛି ।

ଇଟିିଭି ଭାରତ, ସମ୍ବଲପୁର

Last Updated : Nov 30, 2023, 1:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.