ETV Bharat / state

ରୋଜଗାର ସଜାଡିବାକୁ ସୁଯୋଗ ଦେଉଛି ଶାଳପତ୍ର, ଉତ୍ସାହିତ ସମ୍ବଲପୁର ମହିଳା - ଶାଳପତ୍ର ଖଲି ଦନା

କୋରୋନା କାଳରେ ଗରିବ ଖଟିଖିଆ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବନ ବିଭାଗ, ଓରମାସ ଓ ଓଡିଶା ଜୀବିକା ମିଶନ ଦ୍ବାରା ଶାଳପତ୍ର ଖଲି ଦନା ତିଆରି ଟ୍ରେନିଂ ଦିଆଯାଉଛି । ଅଧିକ ପଢନ୍ତୁ...

ଗରିବ ମହିଳାଙ୍କୁ ବଞ୍ଚିବାର ରାହା ଦେଖାଇଲା ଶାଳପତ୍ର ଖଲି ଦନା

author img

By

Published : Nov 1, 2020, 8:05 PM IST

Updated : Nov 1, 2020, 10:39 PM IST

ସମ୍ବଲପୁର: କୋରୋନା ପ୍ରଭାବରେ ଅଧିକାଂଶ ଜୀବିକା ହରାଇ ଥିବାବେଳେ ଗରିବ ଖଟିଖିଆଙ୍କ ଉପରେ ଏହାର ପ୍ରଭାବ ସବୁଠାରୁ ଅଧିକ ପଡିଛି । ଏଥିପାଇଁ ମୁଖ୍ୟତଃ ଗ୍ରାମାଞ୍ଚଳର ଗରିବ ଖଟିଖିଆ ମହିଳାମାନଙ୍କୁ କୋରୋନା କାଳରେ ସ୍ବାବଲମ୍ବୀ କରିବା ପାଇଁ ବନ ବିଭାଗ, ଓରମାସ ଓ ଓଡିଶା ଜୀବିକା ମିଶନ ଦ୍ବାରା ଶାଳପତ୍ର ଖଲି ଦନା ତିଆରି କରିବା ଏମାନଙ୍କୁ ଟ୍ରେନିଂ ଦିଆଯାଉଛି ।

ରୋଜଗାର ସଜାଡିବାକୁ ସୁଯୋଗ ଦେଉଛି ଶାଳପତ୍ର, ଉତ୍ସାହିତ ସମ୍ବଲପୁର ମହିଳା

ସମ୍ବଲପୁର ଜିଲ୍ଲାରେ ରହିଛି ପ୍ରଚୁର ବନ ସମ୍ପଦ। ଏଠାରେ ଥିବା ଜଙ୍ଗଲ ଗୁଡିକରେ ବ୍ୟାପକ ପରିମାଣର ଶାଳ ଗଛ ଉପଲବ୍ଧ ରହିଛି। ଆଉ ଏହାର ଅବସର ନେଇ ସମ୍ବଲପୁର ବନ ବିଭାଗ ଏବେ ଶାଳପତ୍ର ଖଲି ଦନା ତିଆରିର ଟ୍ରେନିଂ ଦେଉଛି ଗ୍ରାମାଞ୍ଚଳର ମହିଳାମାନଙ୍କୁ। ଏହି ଟ୍ରେନିଙ୍ଗରେ ସେମାନେ ବଣରୁ କିପରି ଶାଳପତ୍ର ସଂଗ୍ରହ କରିବେ, କମ କାଠିରେ କିପରି ଖଲି ଦନା ତିଆରି କରିବେ ଓ କିପରି ସିଲେଇ କରିବେ ସେନେଇ ଶିକ୍ଷା ଦିଆଯାଇଛି। ଏଥିପାଇଁ ସେମାନଙ୍କୁ ସିଲେଇ ମେସିନ ଓ ତାଲିମ ଦେବା ପାଇଁ ଟ୍ରେନର ମଧ୍ୟ ଯୋଗାଯାଇଛି।

ବର୍ତ୍ତମାନ ତାଲିମ ନେବା ପରେ ଏହି ମହିଳାମାନଙ୍କ ଆତ୍ମ ବିଶ୍ବାସ ବଢିବା ସହ ପୂର୍ବ ଅପେକ୍ଷା ସେମାନେ କିପରି ବର୍ତ୍ତମାନ ଅଧିକ ଲାଭବାନ ହୋଇ ପାରିବେ ତାହା ନିଜେ ଅନୁଭବ କରିପାରିଛନ୍ତି। ତେବେ ପୂର୍ବରୁ ପାରମ୍ପରିକ ଉପାୟରେ ଖଲି ତିଆରି କରି ଏହି ମହିଳାମାନେ 100 ଟି ଖଲି ପାଇଁ ଏମାନେ 20 ଟଙ୍କା ପାଉଥିଲେ। ବର୍ତ୍ତମାନ 100 ଖଲି ପାଇଁ ଏମାନେ 70 ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ଏଭଳି ଭାବରେ ଏହି ମହିଳାମାନେ ସହଜରେ ମାସିକ 15000 ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରିବେ ବୋଲି ସମ୍ବଲପୁର ଡିଏଫଓ କହିଛନ୍ତି।

ବର୍ତ୍ତମାନ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପ୍ରଦୂଷଣ ବଢୁଛି । ପ୍ଲାଷ୍ଟିକର ବିକଳ୍ପ ଭାବେ ଗତ ବର୍ଷରୁ ସମ୍ବଲପୁର ବନ ବିଭାଗ ଶାଳ ପତ୍ର ଖଲି ତିଆରି ପାଇଁ ସମ୍ବଲପୁର ରେଙ୍ଗାଲୀ ରେଞ୍ଜର ଗୁମଲୋଇ ଠାରେ ଏକ ସ୍ବତନ୍ତ୍ର ଷ୍ଟିଚିଂ ଓ ପ୍ରେସିଂ ୟୁନିଟ ଖୋଲିଛି। ଏହି ସ୍ବତନ୍ତ୍ର ୟୁନିଟକୁ ପର୍ଯ୍ୟାପ୍ତ ଶାଳ ପତ୍ର ମିଳୁ ନଥିବାରୁ ଏବେ ବନ ବିଭାଗ ବିଭିନ୍ନ ସ୍ଥାନରେରେ ମହିଳା ମାନଙ୍କୁ ଟ୍ରେନିଂ ଦେଇ ଏହାର ଶାଳପତ୍ର ଜନିତ ଖଲିର ଆବଶ୍ୟକତା ପୂରଣ କରୁଛି।ତେବେ ଏଠାରୁ ତିଆରି ହେଉଥିବ ଏହି ଖଲି ଦନା ପଶ୍ଚିମବଙ୍ଗ, ଝାଡଝଣ୍ଡ, ଗୋଆ, ଗୁଜୁରାଟକୁ ରପ୍ତାନି ହେଉଛି। ତେବେ କୋରୋନା କାଳରେ ଲୋକେ ରୋଜଗାର ପାଇଁ ସଂଘର୍ଷ କରୁଥିବା ବେଳେ ବନ ବିଭାଗର ଏହି ଉଦ୍ୟମ ଯୋଗୁ ଉପାନ୍ତ ଅଞ୍ଚଳର ଏହି ଗରିବ ମହିଳା ମାନେ ଭଲ ରୋଜଗାରର ଅବସର ପାଇଛନ୍ତି କହିଲେ ଅତ୍ରୁଟି ହେବନାହିଁ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Last Updated : Nov 1, 2020, 10:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.