ETV Bharat / state

କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ସମ୍ବଲପୁର ଜିଲ୍ଲା ପ୍ରଶାସନ - ସମ୍ବଲପୁର ପ୍ରଶାସନ

ସମ୍ବଲପୁର ଜିଲ୍ଲାରେ କୋଭିଡ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ହସ୍ପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବା ସହ ଗାଇଡଲାଇନ ମାନିବାକୁ ଜିଲ୍ଲାବାସୀଙ୍କୁ ଅପିଲ କରାଯାଉଛି ।

କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ସମ୍ବଲପୁର ଜିଲ୍ଲା ପ୍ରଶାସନ

author img

By

Published : Apr 18, 2021, 7:02 PM IST

ସମ୍ବଲପୁର: ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକରେ ସଂକ୍ରମଣ ହାର ଅଧିକ ରହିଛି । ଯାହାକୁ ନେଇ 10 ଜିଲ୍ଲାରେ କଟକଣା କଡାକଡି କରାଯାଇଛି । ସେଥିମଧ୍ୟରୁ ସମ୍ବଲପୁର ଅନ୍ୟତମ । ସମ୍ବଲପୁରରେ କୋଭିଡ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏନେଇ ଜିଲ୍ଲାପାଳ ଶୁଭମ ସକ୍ସେନା ସୂଚନା ଦେଇଛନ୍ତି ।

କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ସମ୍ବଲପୁର ଜିଲ୍ଲା ପ୍ରଶାସନ

ସମ୍ବଲପୁରବାସୀଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ଜିଲ୍ଲା ପ୍ରଶାସନ ଅପିଲ କରିଛି । ଏହାସହ ଆସନ୍ତା 5 ଦିନ ମଧ୍ୟରେ ବୁର୍ଲା ଭୀମସାର କୋଭିଡ ହସ୍ପିଟାଲର ସିଟ ସଂଖ୍ୟା 225କୁ ବୃଦ୍ଧି କରାଯିବ । ପରବର୍ତ୍ତୀ ସମୟରେ ବୁର୍ଲାରେ ହିଁ 300 ଶଯ୍ୟା ବିଶିଷ୍ଟ ନୂଆ କୋଭିଡ ହସ୍ପିଟାଲ ଖୋଲିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହାବ୍ୟତୀତ ଜିଲ୍ଲାରେ ରାପିଡ ରେସପନ୍ସ ଟିମ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ହୋମ ଆଇସୋଲେସନ ରହୁଥିବା ରୋଗୀଙ୍କ ପାଇଁ ଟୋଲଫ୍ରି ନମ୍ବର ଖୋଲାଯାଇଛି । ଅନ୍ୟପଟେ ସମ୍ବଲପୁର ଜିଲ୍ଲାର 3ଟି ଉପଖଣ୍ଡରେ 3ଟି କୋଭିଡ କେୟାର ସେଣ୍ଟର ଖୋଲାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.