ETV Bharat / state

ସମ୍ବଲପୁରରେ ୧୪୪ ଧାରା ଜାରି: ଜିଲ୍ଲା ପ୍ରଶାସନ ଓ ଗୁଇନ୍ଦା ବିଭାଗ ଅପାରଗତାକୁ ଦାୟୀ କଲା ବିଜେପି - ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି

ସମ୍ବଲପୁରରେ ହିଂସା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା ଜାରି ରଖିଛି ଜିଲ୍ଲା ପ୍ରଶାସନ । ଗତକାଲି ଶାନ୍ତି କମିଟି ବୈଠକ ସହ ଇଣ୍ଟରନେଟ ସେବା ବନ୍ଦ ରହିଛି । ସେପଟେ ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସମ୍ବଲପୁର ଆସି ହିଂସାରେ ଆହତ ବିଭିନ୍ନ ଲୋକଙ୍କୁ ଭେଟିବା ସହିତ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଗୁଇନ୍ଦା ବିଭାଗ ଅପାରଗତାକୁ ଦାୟୀ କରିଛି । ଅଧିକ ପଢ଼ନ୍ତୁ

ସମ୍ବଲପୁରରେ ସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା ଜାରି

author img

By

Published : Apr 14, 2023, 6:54 PM IST

ସମ୍ବଲପୁରରେ ସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା ଜାରି

ସମ୍ବଲପୁର/ଝାରସୁଗୁଡ଼ା: ଗତ ୧୨ ତାରିଖ ସନ୍ଧ୍ୟାରେ ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ସହରରେ ଅନୁଷ୍ଠିତ ବାଇକ ରାଲି ଉପରକୁ ପଥର ମାଡ଼ ହୋଇଥିଲା । ଏହାପରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ ସୃଷ୍ଟି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ସମସ୍ତ ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ ୨ରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଜାରି କରାଯାଇଛି । ଏହାସହ ଗତକାଲିଠାରୁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ତେବେ ବିଭିନ୍ନ ଉପାୟରେ ସହରରେ ସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା ଜାରି ରଖିଛି ପ୍ରଶାସନ ।

ସହରରେ ସାମ୍ପ୍ରଦାୟିକ ସଦ୍‌ଭାବନା ବଜାୟ ରଖିବା ପାଇଁ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହାସହ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ଫ୍ଲାଗ୍‌ମାର୍ଚ୍ଚ୍‌ ମଧ୍ୟ କରାଯାଇଥିଲା । ପରିସ୍ଥିତିକୁ ଆଖି ଆଗରେ ରଖି ବିଭିନ୍ନ ଛକରେ ପୋଲିସ ପ୍ରଶାସନ ପକ୍ଷରୁ ୪୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଅନ୍ୟପଟେ ପୋଲିସ ପକ୍ଷରୁ ଏହି ଘଟଣାରେ ଏବେ ପର୍ଯ୍ୟନ୍ତ ୩୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ଟାରୁ ହନୁମାନ ଜୟନ୍ତୀ ପାଇଁ ବିଭିନ୍ନ ସ୍ଥାନରୁ ଆଖଡ଼ା ଶୋଭାଯାତ୍ରା ବାହାରିବାର ଯୋଜନା ରହିଛି ।

ଅନ୍ୟପଟେ ଆଜି ରାଜ୍ୟ ବିଜେପି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବିଜେପି ବିଧାୟକ ମାନଙ୍କ ଏକ ଫେକ୍ଟ ଫାଇଣ୍ଡିଂ ଟିମ୍‌ ସମ୍ବଲପୁର ଆସି ସେହିଦିନ ଘଟଣାରେ ଆହତ ହୋଇଥିବା ହନୁମାନ ଜୟନ୍ତୀ ସମନ୍ବୟ ସମିତିର ସଭାପତି ଦାମୋଦର କରଙ୍କୁ ଭେଟି ତାଙ୍କ ଅବସ୍ଥା ପଚାରି ବୁଝିଥିଲେ । ଏହାପରେ ଏହି ଟିମ୍‌ ହନୁମାନ ଜୟନ୍ତୀ ସାମନ୍ବୟ ସମିତିର ସଦସ୍ୟ ଓ ସିଭିଲ ସୋସାଇଟିର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଆଜି ସନ୍ଧ୍ୟାରେ ହନୁମାନ ଜୟନ୍ତୀ ଶୋଭଯାତ୍ରା କିପରି ସୁରୁଖୁରୁରେ ହୋଇପାରିବ, ସେନେଇ ସମ୍ବଲପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି ବିଜେପିର ଏହି ସ୍ବତନ୍ତ୍ର କମିଟି । ତେବେ ଗତ ୧୨ ତାରିଖର ଘଟିଥିବା ଅପ୍ରିତିକର ଘଟଣା ପାଇଁ ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତା ଓ ଗୁଇନ୍ଦା ବିଭାଗ ଅପାରଗତାକୁ ଦାୟୀ କରିଛି ବିଜେପି । ଏହି ଘଟଣା ପୂର୍ବ ନିର୍ଦ୍ଧାରିତ ଓ ଯୋଜନାବଦ୍ଧ ଥିଲା ବୋଲି ବିଜେପିର ଏହି ଟିମ୍‌ କହିଛି । ଏନେଇ ଏକ ରିପୋର୍ଟ ଦଳର ରାଜ୍ୟ ନେତୃତ୍ବ ଓ ଜାତୀୟ ନେତୃତ୍ବକୁ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର/ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.