ETV Bharat / state

ସମ୍ବଲପୁରରେ ବଢୁଛି ସଂକ୍ରମଣ, କୋଭିଡ ମୁକାବିଲା ପାଇଁ ସଚେତନ ଜିଲ୍ଲାପାଳ

author img

By

Published : Apr 13, 2021, 9:07 PM IST

ସମ୍ବଲପୁରରେ ଦ୍ରୁତଗତିରେ ସଂକ୍ରମଣ ବୃଦ୍ଧି ପାଉଛି । ତେବେ ଜିଲ୍ଲାରେ କୋଭିଡ ମୁକାବିଲା ଲାଗି କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ସେନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସମ୍ବଲପୁରରେ କୋଭିଡ ମୁକାବିଲା ନେଇ ଜିଲ୍ଲାପାଳଙ୍କ ସୂଚନା

ସମ୍ବଲପୁର: ଜିଲ୍ଲାରେ ବର୍ତ୍ତମାନ କୋଭିଡ ସଂକ୍ରମଣ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବିଗତ ଗୋଟିଏ ସପ୍ତାହ ହେଲା ସଂକ୍ରମିତଙ୍କ ସଂଖ୍ୟା 100 ପାଖାପାଖି ରହିଛି । ଗତକାଲି(ସୋମବାର) 121 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି(ମଙ୍ଗଳବାର) ଜିଲ୍ଲାରୁ 114 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ ଜନସାଧାରଣଙ୍କୁ କୋଭିଡ କଟକଣା ମାନିବାକୁ ସମ୍ବଲପୁର ଜିଲ୍ଲାପାଳ ଅପିଲ କରିବା ସହ ଜିଲ୍ଲାରେ କୋଭିଡ ମୁକାବିଲା ସ୍ଥିତି ନେଇ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସଚେତନତା କରାଯାଉଛି । ଏହାସହ ମାସ୍କ ଓ ସାମାଜିକ ଦୂରତ୍ୱ ନେଇ ପୋଲିସ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ । ସଂକ୍ରମଣ ବଢୁଥିବାରୁ କୋଭିଡ ହସ୍ପିଟାଲରେ ବେଡ଼ ସଂଖ୍ୟା ଵୃଦ୍ଧି କରାଯାଉଛି । ପ୍ରତ୍ୟେକ ବ୍ଲକର ବିଡ଼ିଓଙ୍କ ସହ ପ୍ରତିଦିନ ଯୋଗାଯୋଗ ସ୍ଥାପନ କରି ଆକ୍ଟିଭ ସର୍ଭିଲେନ୍ସ ଟିମକୁ ପରିଚାଳନା କରାଯାଉଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।ଏହାସହ ଆକ୍ରାନ୍ତଙ୍କ ପାଇଁ ହୋମ କ୍ୱାରେଣ୍ଟାଇନ ବ୍ୟବସ୍ଥା କରାଯିବା ସହ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ପାଇଁ କଲ ସେଣ୍ଟର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ଜଣାଇଛନ୍ତି ।ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.