ETV Bharat / state

କୃଷି ବିରୋଧି ନୀତି ପାଇଁ ସମ୍ବଲପୁର ବିଜେପିର ଜେଲଭରୋ ଆନ୍ଦୋଳନ - କୃଷି ନୀତିକୁ ବିରୋଧ ପ୍ରସଙ୍ଗ

ରାଜ୍ୟ ସରକାରଙ୍କ କୃଷି ମାରଣ ନୀତି ବିରୁଦ୍ଧରେ ଆଜି ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ଜେଲ ଭରୋ ଆନ୍ଦୋଳନ । ପଢନ୍ତୁ ଅଧିକ....

କୃଷି ବିରୋଧି ନୀତି ପାଇଁ ସମ୍ବଲପୁର ବିଜେପିର ଜେଲଭରୋ ଆନ୍ଦୋଳନ
କୃଷି ବିରୋଧି ନୀତି ପାଇଁ ସମ୍ବଲପୁର ବିଜେପିର ଜେଲଭରୋ ଆନ୍ଦୋଳନକୃଷି ବିରୋଧି ନୀତି ପାଇଁ ସମ୍ବଲପୁର ବିଜେପିର ଜେଲଭରୋ ଆନ୍ଦୋଳନ
author img

By

Published : Dec 23, 2020, 6:10 PM IST

ସମ୍ବଲପୁର: ରାଜ୍ୟ ସରକାରଙ୍କ କୃଷି ମାରଣ ନୀତି ବିରୁଦ୍ଧରେରେ ଆଜି ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ଜେଲଭରୋ ଆନ୍ଦୋଳନ କରାଯାଇଛି। ମୁଖ୍ୟତଃ ଡି ଏଲ ପି ସି କୁ ସକ୍ରିୟ କରିବା,ଧାନ ମଣ୍ଡିରେ ମିଲର ରାଜ ବନ୍ଦ କରିବା, 24 ଘଣ୍ଟା ଭିତରେ ମଣ୍ଡିରୁ ଧାନ ଉଠେଇବା, ରାଜ୍ୟ ସ୍ତରରେ କେଉଁ ଜିଲ୍ଲାରେ କେତେ ଧାନ ଉତ୍ପାଦନ ସେ ନେଇ ନିଷ୍ପତି ନେବା ଆଦି ପ୍ରସଙ୍ଗରେ ଏହି ଜେଲଭରୋ ଆନ୍ଦୋଳନ କିରିଛି ଜିଲ୍ଲା ବିଜେପି ।

କୃଷି ବିରୋଧି ନୀତି ପାଇଁ ସମ୍ବଲପୁର ବିଜେପିର ଜେଲଭରୋ ଆନ୍ଦୋଳନ

ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଦିନ ସାଢେ 11ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଅପରାହ୍ନ 2.30 ପର୍ଯ୍ୟନ୍ତ ଚାଲିଥିଲା। ଏହି ଆନ୍ଦୋଳନରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲୀ ବିଧାୟକ ନାଉରୀ ନାଏକ, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାଏକ, ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ସହ 500ରୁ ଊର୍ଦ୍ଧ୍ବ ବିଜେପି କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

ଆନ୍ଦୋଳନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ନେଇ 9 ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ। ଆନ୍ଦୋଳନକାରୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଚେଷ୍ଟା କଲାବେଳେ ବିଜେପି କାର୍ଯ୍ୟକର୍ତାଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲୀ ବିଧାୟକ ନାଉରୀ ନାଏକଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତାଙ୍କୁ ଗିରଫ କରାଯାଇଥିବା ସମ୍ବଲପୁର ଅତିରିକ୍ତ ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.