ETV Bharat / state

ମୃତ୍ୟୁର ୨୦ବର୍ଷ ପରେ ନବବଧୂ ସାଜିଲେ ସଙ୍ଗୀତା, ଆଶା ପୂରଣ କଲେ ବଡ ଭଉଣୀ - ସାମାଜିକ କର୍ମୀ ଶାନ୍ତା ପଣ୍ଡା

ମୃତ୍ୟୁର ୨୦ବର୍ଷ ପରେ ବୋହୂ ସାଜିଲେ ସମ୍ବଲପୁରବାସୀ ସଙ୍ଗୀତା ପଣ୍ଡା । ପିଲାଦିନର ସ୍ବପ୍ନ ଶେଷରେ ପୂରଣ ହୋଇଛି । ବଡ଼ ଭଉଣୀ ଶାନ୍ତା ସଙ୍ଗୀତାଙ୍କ ଏହି ସ୍ବପ୍ନ ପୂରଣ କରିଛନ୍ତି । ଏପଟେ ଶାନ୍ତା ୧୬ଜଣ ଗରିବ ଘରର ଝିଅଙ୍କୁ ଚାକିରୀ ଦେଇଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା ଏହି ଝିଅମାନେ କୌଣସି କୋର୍ସ ମଧ୍ୟ କରି ନାହାନ୍ତି । ସମସ୍ତେ ଅଣତାଲିମ ପ୍ରାପ୍ତ । ଦେଖନ୍ତୁ ଏହି ରିପୋର୍ଟ

Social worker Santa Panda tribute to sister

author img

By

Published : Jan 13, 2023, 7:50 PM IST

ମୃତ୍ୟୁର ୨୦ବର୍ଷ ପରେ ନବବଧୂ ସାଜିଲେ ସଙ୍ଗୀତା, ଆଶା ପୂରଣ କଲେ ବଡ଼ ଭଉଣୀ ଶାନ୍ତା

ସମ୍ବଲପୁର: ମାନବୀୟ ସମ୍ବେଦନା ଓ ଭାବନାର ପରିସୀମାକୁ ମାପିବା ଅସମ୍ଭବ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସମ୍ବଲପୁରର ଜଣେ ସମାଜସେବୀ ତଥା ବ୍ୟବସାୟୀ ଶାନ୍ତା ପଣ୍ଡା । ଦୀର୍ଘ ୨୦ ବର୍ଷ ପୂର୍ବେ ତାଙ୍କର ସାନ ଭଉଣୀ ସଙ୍ଗୀତାଙ୍କ ମାତ୍ର ୨୧ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ଏବେ ସେ ନିଆରା ଉପାୟରେ ନିଜର ଭଉଣୀକୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ନିଜର ସାନ ଭଉଣୀର ଅଧୁରା ସ୍ୱପ୍ନକୁ ସେ ମୃତ୍ୟୁର ୨୦ବର୍ଷ ପରେ ପୂରଣ କରିଛନ୍ତି । ଛୋଟ ବେଳୁ ସଜେଇ ହେବାକୁ ପସନ୍ଦ କରୁଥିବା ସାନ ଭଉଣୀ ମୁନିର ମୃତ୍ୟୁ ଘଟିବା ପରେ ସେ ଏକ ଡିଜାଇନର ବୁଟିକ୍‌ ଖୋଲି ଭଉଣୀର ଏକ ଜୀବନ୍ତ ଫଟୋଚିତ୍ର ମାଧ୍ୟମରେ ତାକୁ ବଧୂ ବେଶରେ ସଜାଇଛନ୍ତି ।

ଶାନ୍ତା ପଣ୍ଡା ହେଉଛନ୍ତି ସମ୍ବଲପୁରର ଜଣେ ଜଣାଶୁଣା ସମାଜସେବୀ । ସେ ନିଜ ବୁଟିକ୍‌ର କାନ୍ଥରେ ସାନ ଭଉଣୀ ମୁନିର ଏକ ଅଏଲ ପୋଟ୍ରେଟ ଟଙ୍ଗାଇଛନ୍ତି । ଏଥିରେ ମୁନି ବଧୂବେଶରେ ସଜେଇ ହୋଇଛନ୍ତି । ମୁନିର ଗତ ୨୦ ବର୍ଷ ତଳେ ମାତ୍ର ୨୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ମୁନି ଛୋଟ ବେଳୁ ସବୁବେଳେ ନବବଧୂ ବେଶରେ ସଜେଇ ହେଉଥିଲେ । ସଜେଇ ହେବା ତାଙ୍କର ବେଶ ପସନ୍ଦ ଥିଲା । ନଵବଧୂ ବେଶରେ ସଜେଇ ହେବାର ପ୍ରକୃତ ସମୟ ଆସିବା ପୂର୍ବରୁ ଅଚାନକ ଦିନେ ତାଙ୍କର ଦେହ ଖରାପ ହୋଇଥିଲା । ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଅପରାହ୍ନ ୪ଟାରେ ଭର୍ତ୍ତି କରଥିଲେ । ତେବେ ବିଳମ୍ବିତ ରାତ୍ରୀ ୩ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ପରିବାର ଲୋକଙ୍କୁ ଲାଗିଥିଲା ଶକ୍ତ ଧକ୍କା ।

ଏହା ବି ପଢନ୍ତୁ- Violence in Burla Vssut: 4 ଛାତ୍ରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ମୁଖ୍ୟତଃ ପେଶାରେ ଫ୍ୟାଶନ ଡିଜାଇନର ଥିବା ତାଙ୍କ ବଡ଼ ଭଉଣୀ ଶାନ୍ତା ପଣ୍ଡା ବେଶ ଭାଙ୍ଗି ପଡ଼ିଥିଲେ । ସେ ନିଜେ ସାନ ଭଉଣୀକୁ ନିଜ ଡିଜାଇନର ଡ୍ରେସରେ ବୋହୂ ବେଶରେ ସଜାଇବାକୁ ଚାହୁଁଥିଲେ । ତେବେ ତାହା ହୋଇପାରିଲା ନାହିଁ । ୨୦୦୦ ମସିହା ଅଗଷ୍ଟ ୧୨ ତାରିଖରେ ମୁନିଙ୍କ ମୃତ୍ୟୁ ହେବା ପରଠୁ ଶାନ୍ତାଙ୍କ ମନ ଭିତରେ ଏହି ଅବଶୋଷ ରହି ଆସୁଥିଲା । ଶେଷରେ ଏବେ ସେ ଏକ ଡିଜାଇନର ବୁଟିକ କରି ନିଜ ଭଉଣୀର ଇଚ୍ଛାକୁ ପୂରଣ କରିଛନ୍ତି । ବୁଟିକ୍‌ର ଉଦଘାଟନ ଦିନ ସେ ନିଜର ସାନ ଭଉଣୀ ମୁନିର ବୋହୂ ବେଶରେ ଅଏଲ ପୋଟ୍ରେଟ ତିଆରି କରି ଏହି ବୁଟିକକୁ ତାଙ୍କୁ ଉତ୍ସର୍ଗ କରିଛନ୍ତି ।

ମୁନି ଛୋଟ ବେଳୁ ଦୟା ସ୍ବଭାବର ଥିଲେ । ଗରିବ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରୁଥିଲେ । ଗରିବ ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରିବା ସହ ସେମାନଙ୍କୁ ସବୁବେଳେ ସାହାଯ୍ୟ କରି ଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି ଶାନ୍ତା ମଧ୍ୟ ତାଙ୍କ ବୁଟିକରେ ୧୬ଜଣ ଗରିବ ଘରର ଝିଅଙ୍କୁ ଚାକିରୀ ଦେଇଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା ଏହି ଝିଅମାନେ କୌଣସି କୋର୍ସ ମଧ୍ୟ କରି ନାହାନ୍ତି । ସମସ୍ତେ ଅଣତାଲିମ ପ୍ରାପ୍ତ । ଏହି ଝିଅମାନଙ୍କୁ ତାଲିମ ଦେଇ ଶାନ୍ତା ନିଯୁକ୍ତି ଦେଇଛନ୍ତି । ଏ ନେଇ ଶାନ୍ତା କହିଛନ୍ତି, "ମୋ ବୁଟିକ୍‌ରେ ଗରିବ ଶ୍ରେଣୀର ଝିଅଙ୍କୁ ନିଯୁକ୍ତି ଦେଇଛି । ତାଲିମପ୍ରାପ୍ତ ଲୋକଙ୍କୁ ସମସ୍ତେ ଚାକିରୀ ଦିଅନ୍ତି କିନ୍ତୁ ଗରିବ ଝିଅମାନେ ଆର୍ଥିକ ଅନଟନ ଭିତରେ ପାଠପଢ଼ା ଓ ତାଲିମରୁ ବଞ୍ଚିତ ରହୁଥିବା ବେଳେ କେହି ତାଙ୍କୁ ଚାକିରୀଟିଏ ମଧ୍ୟ ଦିଅନ୍ତି ନାହିଁ । ମୁନିର ସ୍ମୃତିରେ ଏହି ୧୬ଜଣ ଝିଅଙ୍କୁ ଚାକିରୀ ଦିଆଯାଇଛି ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.